ମା’ ମୃତ୍ୟୁର ପ୍ରତିଶୋଧ ନେଲା ପୁଅ, ମୋମୋ ଦୋକାନୀଙ୍କୁ ଛୁରୀ ଭୁଷି ହତ୍ୟା କଲା ନାବାଳକ
ନୂଆଦିଲ୍ଲୀ ୦୪।୦୯; ଦିଲ୍ଲୀରୁ ହତ୍ୟାକାଣ୍ଡର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ପୂର୍ବ ଦିଲ୍ଲୀର ପ୍ରୀତ ବିହାର ଅଞ୍ଚଳରେ ଜଣେ ୩୫ ବର୍ଷିୟ ମୋମୋ ବିକ୍ରେତାଙ୍କୁ ନାବାଳକ ଛୁରୀରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏହି ସୂଚନା ଦେଇଛି। ମଙ୍ଗଳବାର ଦିନ ପୋଲିସ କହିଛି ଯେ ନାବାଳକ ଜଣକ ମୃତକଙ୍କ ମା’ଙ୍କ ମୃତ୍ୟୁ ପାଇଁ ଦାୟୀ ଏବଂ ପ୍ରତିଶୋଧ ନେବା ପାଇଁ ଏହି ଅପରାଧ କରିଛି। ଏହାପରେ ନାବାଳକ ଜଣକ ପୋଲିସ୍ ଆଗରେ ବଖାଣିଛନ୍ତି ହତ୍ୟା ପଛର କାରଣ ।ନାବାଳକଙ୍କ ସୂଚନା ଅନୁଯାୟୀ, ସେ ଓ ତାଙ୍କ ମା’ ମୋମୋ ଦୋକାନରେ କାମ କରୁଥିଲେ। ଉଭୟ ମା’ପୁଅଙ୍କୁ କପିଳ ସବୁବେଳେ ହଇରାଣ କରୁଥିଲେ। ଏହାପରେ ନାବାଳକଙ୍କ ମା’ଙ୍କର ବିଦ୍ୟୁତ୍ କରେଣ୍ଟ ଲାଗି ମୃତ୍ୟୁ ହୋଇଥିଲା। ମାତ୍ର ଏହା ପଛରେ କପିଳଙ୍କ ହାତ ଥିବା ନାବାଳକ ଜଣକ ସନ୍ଦେହ କରିଥିଲେ। ଏହାର ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଲେ । ଗତକାଲି କପିଳଙ୍କୁ ନାବାଳକଜଣକ ଛୁରୀ ଭୁଷିଥିବା ନେଇ ପୁଲିସ୍କୁ ସୂଚନା ମିଳିଥିଲା। ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ବିଷୟରେ ନାବାଳକ ସବୁ କଥା ବଖାଣିଛନ୍ତି। ଏହି ଘଟଣାରେ ବ୍ୟବହୃତ ଛୁରୀକୁ ପୋଲିସ୍ ଜବତ କରିଛି।ଅଗଷ୍ଟରେ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଥିଲାଅଗଷ୍ଟ ମାସରେ ମଧ୍ୟ ଦିଲ୍ଲୀରୁ ଏଭଳି
ନୂଆଦିଲ୍ଲୀ ୦୪।୦୯; ଦିଲ୍ଲୀରୁ ହତ୍ୟାକାଣ୍ଡର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ପୂର୍ବ ଦିଲ୍ଲୀର ପ୍ରୀତ ବିହାର ଅଞ୍ଚଳରେ ଜଣେ ୩୫ ବର୍ଷିୟ ମୋମୋ ବିକ୍ରେତାଙ୍କୁ ନାବାଳକ ଛୁରୀରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏହି ସୂଚନା ଦେଇଛି। ମଙ୍ଗଳବାର ଦିନ ପୋଲିସ କହିଛି ଯେ ନାବାଳକ ଜଣକ ମୃତକଙ୍କ ମା’ଙ୍କ ମୃତ୍ୟୁ ପାଇଁ ଦାୟୀ ଏବଂ ପ୍ରତିଶୋଧ ନେବା ପାଇଁ ଏହି ଅପରାଧ କରିଛି। ଏହାପରେ ନାବାଳକ ଜଣକ ପୋଲିସ୍ ଆଗରେ ବଖାଣିଛନ୍ତି ହତ୍ୟା ପଛର କାରଣ ।
ନାବାଳକଙ୍କ ସୂଚନା ଅନୁଯାୟୀ, ସେ ଓ ତାଙ୍କ ମା’ ମୋମୋ ଦୋକାନରେ କାମ କରୁଥିଲେ। ଉଭୟ ମା’ପୁଅଙ୍କୁ କପିଳ ସବୁବେଳେ ହଇରାଣ କରୁଥିଲେ। ଏହାପରେ ନାବାଳକଙ୍କ ମା’ଙ୍କର ବିଦ୍ୟୁତ୍ କରେଣ୍ଟ ଲାଗି ମୃତ୍ୟୁ ହୋଇଥିଲା। ମାତ୍ର ଏହା ପଛରେ କପିଳଙ୍କ ହାତ ଥିବା ନାବାଳକ ଜଣକ ସନ୍ଦେହ କରିଥିଲେ। ଏହାର ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଲେ । ଗତକାଲି କପିଳଙ୍କୁ ନାବାଳକଜଣକ ଛୁରୀ ଭୁଷିଥିବା ନେଇ ପୁଲିସ୍କୁ ସୂଚନା ମିଳିଥିଲା। ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ବିଷୟରେ ନାବାଳକ ସବୁ କଥା ବଖାଣିଛନ୍ତି। ଏହି ଘଟଣାରେ ବ୍ୟବହୃତ ଛୁରୀକୁ ପୋଲିସ୍ ଜବତ କରିଛି।
ଅଗଷ୍ଟରେ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଥିଲା
ଅଗଷ୍ଟ ମାସରେ ମଧ୍ୟ ଦିଲ୍ଲୀରୁ ଏଭଳି ମାମଲା ସାମ୍ନାକୁ ଆସିଥିଲା। ଯେତେବେଳେ ଦକ୍ଷିଣ ଦିଲ୍ଲୀର ସଙ୍ଗମ ବିହାର ଅଞ୍ଚଳରେ ସନ୍ଦେହଜନକ ପ୍ରତିଶୋଧ ନେଇ ୨୪ ବର୍ଷ ଯୁବକଙ୍କୁ ଛୁରୀରେ ହତ୍ୟା କରାଯାଇଥିଲା। ଲକି ନାମକ ପୀଡିତାଙ୍କୁ ଚାରି ଜଣ ଆକ୍ରମଣ କରିଥିଲେ।