ଇସଲାମାବାଦ, ରାୱଲପିଣ୍ଡି ସମେତ ପାକିସ୍ତାନର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା
ଇସଲାମାବାଦ,୨୨।୧୨: ପାକିସ୍ତାନର ଇସଲାମାବାଦ, ରାୱଲପିଣ୍ଡି ଏବଂ ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା। ଶୁକ୍ରବାର ସକାଳ ପ୍ରାୟ ୫.୩୦ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ମାପ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଇସଲାମାବାଦ ଅନୁଯାୟୀ, ଏହାର ଗଭୀରତା ୧୫ କିଲୋମିଟର ରେକର୍ଡ କରାଯାଇଛି, ଯାହାର କେନ୍ଦ୍ରସ୍ଥଳ କରାଚିର କୁୟଦାବାଦ ନିକଟରେ ଥିଲା। ଭୂକମ୍ପ ଯୋଗୁ ଇସଲାମାବାଦ କିମ୍ବା ରାୱଲପିଣ୍ଡିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଗତ ମାସରେ ଗିଲଗିଟରେ ୩.୩ […] The post ଇସଲାମାବାଦ, ରାୱଲପିଣ୍ଡି ସମେତ ପାକିସ୍ତାନର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା appeared first on Dharitri Odia News.
ଇସଲାମାବାଦ,୨୨।୧୨: ପାକିସ୍ତାନର ଇସଲାମାବାଦ, ରାୱଲପିଣ୍ଡି ଏବଂ ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା। ଶୁକ୍ରବାର ସକାଳ ପ୍ରାୟ ୫.୩୦ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ମାପ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଇସଲାମାବାଦ ଅନୁଯାୟୀ, ଏହାର ଗଭୀରତା ୧୫ କିଲୋମିଟର ରେକର୍ଡ କରାଯାଇଛି, ଯାହାର କେନ୍ଦ୍ରସ୍ଥଳ କରାଚିର କୁୟଦାବାଦ ନିକଟରେ ଥିଲା। ଭୂକମ୍ପ ଯୋଗୁ ଇସଲାମାବାଦ କିମ୍ବା ରାୱଲପିଣ୍ଡିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଗତ ମାସରେ ଗିଲଗିଟରେ ୩.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।
The post ଇସଲାମାବାଦ, ରାୱଲପିଣ୍ଡି ସମେତ ପାକିସ୍ତାନର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା appeared first on Dharitri Odia News.