ଇସ୍କନ ପରେ ବର୍ଷାରେ ବେହାଲ ଟଙ୍କପାଣି ରାସ୍ତା, କେବେ ସୁଧୁରିବ ସ୍ଥିତି ?

ଭୁବନେଶ୍ଵର: ବର୍ଷା ସମୟ ଆସିଲେ ଭୁବନେଶ୍ଵରର ସ୍ଥିତି ହୁଏ ସଙ୍ଗୀନ। ଅସରାଏ ବର୍ଷାରେ ଉବୁଟୁବୁ ହୁଏ ରାଜଧାନୀର ଅନେକ ଅଞ୍ଚଳ। ମୁଖ୍ୟ ରାସ୍ତାଠୁ ନେଇ ଉପକଣ୍ଠ ହୋଇଯାଏ ଜଳମଗ୍ନ । ଠିକ୍ ଏମିତି ସ୍ଥିତି ଉପୁଜିଛି ଭୁବନେଶ୍ଵର ଟଙ୍କପାଣି ରୋଡ୍‌ରେ। ଇସ୍କନ ମନ୍ଦିର ପରେ ରବି ଟକିଜରୁ ସାଇ ମନ୍ଦିର ମଧ୍ୟରେ ବର୍ଷା ପାଣି ଲହଡ଼ି ମାଡ଼ୁଛି। ଆଉ ଲୋକଙ୍କ ଯାତାୟତରେ ନାନା ସମସ୍ୟା ଉପୁଜୁଛି। ଏମିତି ପ୍ରତି ବର୍ଷ ଏଠାକାର ସ୍ଥାନୀୟ ବାସିନ୍ଦାଙ୍କୁ ଏହି ସମସ୍ୟାର ସମ୍ମୁଖୀନ  ହେବାକୁ ପଡ଼ୁଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ମାହୋଲ ଲାଗି ରହିଛି। ଅଣ୍ଟାଏ ଲେଖାଏଁ ବର୍ଷା ପାଣିରେ ଲୋକଙ୍କୁ ଯାତାୟତ କରିବାକୁ ପଡ଼ୁଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ ଭୁବନେଶ୍ଵର ପରି ସ୍ମାର୍ଟ ସିଟିରେ ଡ୍ରେନେଜ ସିଷ୍ଟମ ବହୁତ ଦୁର୍ବଳ। ଏହି ସମସ୍ୟା ସୁଧୁରିବାର ନାଁ ଧରୁନି। ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନ ହୁଏ ତେବେ ଲୋକେ ରାସ୍ତାକୁ ଓହ୍ଲାଇବେ। ସୂଚନାଯୋଗ୍ୟ, ବର୍ଷା ସମୟରେ ନୟାପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖ ନଦୀର ଭ୍ରମ ସୃଷ୍ଟି କରିଥାଏ। କାରଠୁ ନେଇ ବାଇକ ସବୁ ପାଣିରେ ଭାସିବାର ଦୃଶ୍ୟ ପ୍ରତିବର୍ଷ ଦେଖିବାକୁ ମିଳୁଛି। ଆଉ ସମାନ ଅବସ୍ଥା ଟଙ୍କପାଣି ରୋଡ୍‌ରେ ଉପୁଜିଛି। 

ଇସ୍କନ ପରେ ବର୍ଷାରେ ବେହାଲ ଟଙ୍କପାଣି ରାସ୍ତା, କେବେ ସୁଧୁରିବ ସ୍ଥିତି  ?

ଭୁବନେଶ୍ଵର: ବର୍ଷା ସମୟ ଆସିଲେ ଭୁବନେଶ୍ଵରର ସ୍ଥିତି ହୁଏ ସଙ୍ଗୀନ। ଅସରାଏ ବର୍ଷାରେ ଉବୁଟୁବୁ ହୁଏ ରାଜଧାନୀର ଅନେକ ଅଞ୍ଚଳ। ମୁଖ୍ୟ ରାସ୍ତାଠୁ ନେଇ ଉପକଣ୍ଠ ହୋଇଯାଏ ଜଳମଗ୍ନ । ଠିକ୍ ଏମିତି ସ୍ଥିତି ଉପୁଜିଛି ଭୁବନେଶ୍ଵର ଟଙ୍କପାଣି ରୋଡ୍‌ରେ। ଇସ୍କନ ମନ୍ଦିର ପରେ ରବି ଟକିଜରୁ ସାଇ ମନ୍ଦିର ମଧ୍ୟରେ ବର୍ଷା ପାଣି ଲହଡ଼ି ମାଡ଼ୁଛି। ଆଉ ଲୋକଙ୍କ ଯାତାୟତରେ ନାନା ସମସ୍ୟା ଉପୁଜୁଛି। 

ଏମିତି ପ୍ରତି ବର୍ଷ ଏଠାକାର ସ୍ଥାନୀୟ ବାସିନ୍ଦାଙ୍କୁ ଏହି ସମସ୍ୟାର ସମ୍ମୁଖୀନ  ହେବାକୁ ପଡ଼ୁଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ମାହୋଲ ଲାଗି ରହିଛି। ଅଣ୍ଟାଏ ଲେଖାଏଁ ବର୍ଷା ପାଣିରେ ଲୋକଙ୍କୁ ଯାତାୟତ କରିବାକୁ ପଡ଼ୁଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ ଭୁବନେଶ୍ଵର ପରି ସ୍ମାର୍ଟ ସିଟିରେ ଡ୍ରେନେଜ ସିଷ୍ଟମ ବହୁତ ଦୁର୍ବଳ। ଏହି ସମସ୍ୟା ସୁଧୁରିବାର ନାଁ ଧରୁନି। ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନ ହୁଏ ତେବେ ଲୋକେ ରାସ୍ତାକୁ ଓହ୍ଲାଇବେ। 

ସୂଚନାଯୋଗ୍ୟ, ବର୍ଷା ସମୟରେ ନୟାପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖ ନଦୀର ଭ୍ରମ ସୃଷ୍ଟି କରିଥାଏ। କାରଠୁ ନେଇ ବାଇକ ସବୁ ପାଣିରେ ଭାସିବାର ଦୃଶ୍ୟ ପ୍ରତିବର୍ଷ ଦେଖିବାକୁ ମିଳୁଛି। ଆଉ ସମାନ ଅବସ୍ଥା ଟଙ୍କପାଣି ରୋଡ୍‌ରେ ଉପୁଜିଛି।