ଇସ୍କନ ବ୍ରହ୍ମପୁରରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ, ୬ ହଜାରରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ

ନୂଆଦିଲ୍ଲୀ: ଲାଞ୍ଜିପଲ୍ଲୀ ସ୍ଥିତ ଇସ୍କନ୍ ବ୍ରହ୍ମପୁର ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ, ନନ୍ଦ ଉତ୍ସବ ତଥା ଶ୍ରୀ ପ୍ରଭୁପାଦଙ୍କ ୧୨୮ତମ ଆବିର୍ଭାବ ତିଥି ଖୁବ୍ ହର୍ଷ ଓ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଜନ୍ମାଷ୍ଟମୀ ଭଜନ-କୀର୍ତ୍ତନ ସାଙ୍ଗକୁ ପବିତ୍ର କୃଷ୍ଣ କଥା ଓ ଶ୍ରୀ ଶ୍ରୀ ରାଧା ରାଧାକାନ୍ତ ମହାପ୍ରଭୁଙ୍କ ଦିବ୍ୟ ମହାଭିଷେକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ୬ ହଜାରରୁ ଉର୍ଦ୍ଧ୍ଵ ଭକ୍ତ ଯୋଗଦେବା ସହ ଶେଷରେ ସୁସ୍ୱାଦୁ ଅନୁକଳ୍ପ ପ୍ରସାଦ ସେବନ କରିଯାଇଥିଲେ।ସେହିପରି ନନ୍ଦୋତ୍ସବ ଦିନ ଇସ୍କନର ସଂସ୍ଥାପକ-ଆଚାର୍ଯ୍ୟ ଶ୍ରୀ ଶ୍ରୀମଦ୍ ଏ.ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ଶୁଭ ବ୍ୟାସପୂଜା ଅବସରରେ ଶ୍ରୀଳ ପ୍ରଭୁପାଦଙ୍କ ଦିବ୍ୟ ଗୁଣ-କୀର୍ତ୍ତନ ହେବା ସହ ପୁଷ୍ପାଞ୍ଜଳି ଓ ଆରତୀ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଭଗବାନଙ୍କୁ ୫୬ ଭୋଗ ଲାଗି ହୋଇଥିଲା। ଶେଷରେ ସମସ୍ତେ ଉଦଣ୍ଡ କୀର୍ତ୍ତନରେ ଭାଗ ନେବା ସହ ସୁସ୍ୱାଦୁ କୃଷ୍ଣପ୍ରସାଦ ସେବନ କରି ଅତ୍ୟନ୍ତ ଆନନ୍ଦ ଅନୁଭବ କରିଥିଲେ। ଏଥିରେ ପ୍ରାୟ ୮ ହଜାରରୁ ଉର୍ଦ୍ଧ୍ଵ ଭକ୍ତ ଯୋଗ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ମନ୍ଦିରର ଅଧ୍ୟକ୍ଷ ଶ୍ରୀମାନ୍ ପଞ୍ଚରତ୍ନ ପ୍ରଭୁ ତଥା ଅନ୍ୟ ବରିଷ୍ଠ ବ୍ରହ୍ମଚାରୀ ଓ ମନ୍ଦିରର ପରିଚାଳନାଗତ ସଦସ୍ୟମାନଙ୍କ ସହଯୋଗରେ ସୁବ୍ୟବସ୍ଥିତ ଢଙ୍ଗରେ ସମ୍ପାଦିତ ହୋଇଥିଲା ।

ଇସ୍କନ ବ୍ରହ୍ମପୁରରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ, ୬ ହଜାରରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ

ନୂଆଦିଲ୍ଲୀ: ଲାଞ୍ଜିପଲ୍ଲୀ ସ୍ଥିତ ଇସ୍କନ୍ ବ୍ରହ୍ମପୁର ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ, ନନ୍ଦ ଉତ୍ସବ ତଥା ଶ୍ରୀ ପ୍ରଭୁପାଦଙ୍କ ୧୨୮ତମ ଆବିର୍ଭାବ ତିଥି ଖୁବ୍ ହର୍ଷ ଓ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଜନ୍ମାଷ୍ଟମୀ ଭଜନ-କୀର୍ତ୍ତନ ସାଙ୍ଗକୁ ପବିତ୍ର କୃଷ୍ଣ କଥା ଓ ଶ୍ରୀ ଶ୍ରୀ ରାଧା ରାଧାକାନ୍ତ ମହାପ୍ରଭୁଙ୍କ ଦିବ୍ୟ ମହାଭିଷେକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ୬ ହଜାରରୁ ଉର୍ଦ୍ଧ୍ଵ ଭକ୍ତ ଯୋଗଦେବା ସହ ଶେଷରେ ସୁସ୍ୱାଦୁ ଅନୁକଳ୍ପ ପ୍ରସାଦ ସେବନ କରିଯାଇଥିଲେ।

ସେହିପରି ନନ୍ଦୋତ୍ସବ ଦିନ ଇସ୍କନର ସଂସ୍ଥାପକ-ଆଚାର୍ଯ୍ୟ ଶ୍ରୀ ଶ୍ରୀମଦ୍ ଏ.ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ଶୁଭ ବ୍ୟାସପୂଜା ଅବସରରେ ଶ୍ରୀଳ ପ୍ରଭୁପାଦଙ୍କ ଦିବ୍ୟ ଗୁଣ-କୀର୍ତ୍ତନ ହେବା ସହ ପୁଷ୍ପାଞ୍ଜଳି ଓ ଆରତୀ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଭଗବାନଙ୍କୁ ୫୬ ଭୋଗ ଲାଗି ହୋଇଥିଲା। 

ଶେଷରେ ସମସ୍ତେ ଉଦଣ୍ଡ କୀର୍ତ୍ତନରେ ଭାଗ ନେବା ସହ ସୁସ୍ୱାଦୁ କୃଷ୍ଣପ୍ରସାଦ ସେବନ କରି ଅତ୍ୟନ୍ତ ଆନନ୍ଦ ଅନୁଭବ କରିଥିଲେ। ଏଥିରେ ପ୍ରାୟ ୮ ହଜାରରୁ ଉର୍ଦ୍ଧ୍ଵ ଭକ୍ତ ଯୋଗ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ମନ୍ଦିରର ଅଧ୍ୟକ୍ଷ ଶ୍ରୀମାନ୍ ପଞ୍ଚରତ୍ନ ପ୍ରଭୁ ତଥା ଅନ୍ୟ ବରିଷ୍ଠ ବ୍ରହ୍ମଚାରୀ ଓ ମନ୍ଦିରର ପରିଚାଳନାଗତ ସଦସ୍ୟମାନଙ୍କ ସହଯୋଗରେ ସୁବ୍ୟବସ୍ଥିତ ଢଙ୍ଗରେ ସମ୍ପାଦିତ ହୋଇଥିଲା ।