ଇସ୍କନର ପୁଣି ମନମାନି, ଅଦିନରେ ଆୟୋଜନ ହେଉଛି ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା

ପୁରୀ ୨୬।୧୦ : କେବେ ସୁଧୁରିବ ଇସ୍କନ । ତାଗିଦ ପରେ ବି ବେଖାତିର । ଇସ୍କନର ପୁଣି ମନମାନି । ଇସ୍କନ ପକ୍ଷରୁ ପୁଣି ଥରେ ଅଦିନିଆ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯାହାକୁ ଚାରିଆଡେ ବିରୋଧର ସ୍ୱର ଉଠିଛି । ଶାସ୍ତ୍ର ଓ ପୁରାଣ ଅନୁଯାୟୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ହୋଇଥାଏ। କିନ୍ତୁ ଇସ୍କନ ପକ୍ଷରୁ ବିଶ୍ୱ ବ୍ୟାପୀ ବିଭିନ୍ନ ସମୟରେ ଅଦିନିଆ ରଥଯାତ୍ରା କରାଯାଉଛି। ଏବେ ପୁଣି ଥରେ ଇସ୍କନ ପକ୍ଷରୁ ହୋଷ୍ଟନ ସହରରେ ନଭେମ୍ବର ୩ ତାରିଖ ରବିବାର ଦିନ ସ୍ନାନଯାତ୍ରା ଓ ନଭେମ୍ୱର ୯ ତାରିଖ ଦିନ ଆମେରିକାର ଲିଜନ ପାର୍କରେ ଅଦିନିଆ ରଥଯାତ୍ରା କରାଯାଉଛି। ଏହାକୁ ଶ୍ରୀଜଗନ୍ନାଥ ପ୍ରେମୀ ଓ ସେବାୟତ ତୀବ୍ର ନିନ୍ଦା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ, ଗଜପତି ଓ ଶଙ୍କରାଚାର୍ଯ୍ୟ ଏହି ଅଦିନିଆ ରଥଯାତ୍ରାରେ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ସେପଟେ ଇସ୍କନର ଏଭଳି ମନମାନିକୁ ଦୃଢ଼ ନିନ୍ଦା କରିଛନ୍ତି ବରିଷ୍ଠ ସ୍ତମ୍ଭକାର ହରିଶଙ୍କର ମିଶ୍ର।‌

ଇସ୍କନର ପୁଣି ମନମାନି, ଅଦିନରେ ଆୟୋଜନ ହେଉଛି ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା

ପୁରୀ ୨୬।୧୦ : କେବେ ସୁଧୁରିବ ଇସ୍କନ । ତାଗିଦ ପରେ ବି ବେଖାତିର । ଇସ୍କନର ପୁଣି ମନମାନି । ଇସ୍କନ ପକ୍ଷରୁ ପୁଣି ଥରେ ଅଦିନିଆ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯାହାକୁ ଚାରିଆଡେ ବିରୋଧର ସ୍ୱର ଉଠିଛି । 

ଶାସ୍ତ୍ର ଓ ପୁରାଣ ଅନୁଯାୟୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ହୋଇଥାଏ। କିନ୍ତୁ ଇସ୍କନ ପକ୍ଷରୁ ବିଶ୍ୱ ବ୍ୟାପୀ ବିଭିନ୍ନ ସମୟରେ ଅଦିନିଆ ରଥଯାତ୍ରା କରାଯାଉଛି। ଏବେ ପୁଣି ଥରେ ଇସ୍କନ ପକ୍ଷରୁ ହୋଷ୍ଟନ ସହରରେ ନଭେମ୍ବର ୩ ତାରିଖ ରବିବାର ଦିନ ସ୍ନାନଯାତ୍ରା ଓ ନଭେମ୍ୱର ୯ ତାରିଖ ଦିନ ଆମେରିକାର ଲିଜନ ପାର୍କରେ ଅଦିନିଆ ରଥଯାତ୍ରା କରାଯାଉଛି। ଏହାକୁ ଶ୍ରୀଜଗନ୍ନାଥ ପ୍ରେମୀ ଓ ସେବାୟତ ତୀବ୍ର ନିନ୍ଦା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ, ଗଜପତି ଓ ଶଙ୍କରାଚାର୍ଯ୍ୟ ଏହି ଅଦିନିଆ ରଥଯାତ୍ରାରେ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ସେପଟେ ଇସ୍କନର ଏଭଳି ମନମାନିକୁ ଦୃଢ଼ ନିନ୍ଦା କରିଛନ୍ତି ବରିଷ୍ଠ ସ୍ତମ୍ଭକାର ହରିଶଙ୍କର ମିଶ୍ର।‌