ବୁଧବାର ରାଶିଫଳ (୦୬.୦୩.୨୦୨୪)

ମେଷ: ଏ ସପ୍ତାହ ଆପଣଙ୍କ ପାଇଁ ବହୁତ ଭଲ। ଅଟକି ଥିବା କାର୍ଯ୍ୟ ପୂରା ହେବ। ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିେବ। ଅଫିସ୍‌ ବଦଳାଇବା ପାଇଁ ବର୍ତ୍ତମାନ ଭଲ ସମୟ। ଅର୍ଥପ୍ରାପ୍ତି ହେବ। ବୃଷ: ନୂତନ ଯାନବାହନ କ୍ରୟ କରିପାରନ୍ତି। ଧାର୍ମିକ ଯାତ୍ରା ଯୋଗ ରହିଛି। ବିଦ୍ୟାର୍ଥୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ପ୍ରତ୍ୟେହ ସକାଳୁ ଶ୍ରୀ ବିଷ୍ଣୁସହସ୍ରନାମ ପାଠ କରନ୍ତୁ। ମିଥୁନ: ଛାତ୍ରଛାତ୍ରୀଙ୍କ ପାଇଁ ବର୍ତ୍ତମାନ ସମୟ ଭଲ। […]

ବୁଧବାର ରାଶିଫଳ (୦୬.୦୩.୨୦୨୪)
wednesday-horoscope

ମେଷ: ଏ ସପ୍ତାହ ଆପଣଙ୍କ ପାଇଁ ବହୁତ ଭଲ। ଅଟକି ଥିବା କାର୍ଯ୍ୟ ପୂରା ହେବ। ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିେବ। ଅଫିସ୍‌ ବଦଳାଇବା ପାଇଁ ବର୍ତ୍ତମାନ ଭଲ ସମୟ। ଅର୍ଥପ୍ରାପ୍ତି ହେବ।

ବୃଷ: ନୂତନ ଯାନବାହନ କ୍ରୟ କରିପାରନ୍ତି। ଧାର୍ମିକ ଯାତ୍ରା ଯୋଗ ରହିଛି। ବିଦ୍ୟାର୍ଥୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ପ୍ରତ୍ୟେହ ସକାଳୁ ଶ୍ରୀ ବିଷ୍ଣୁସହସ୍ରନାମ ପାଠ କରନ୍ତୁ।

ମିଥୁନ: ଛାତ୍ରଛାତ୍ରୀଙ୍କ ପାଇଁ ବର୍ତ୍ତମାନ ସମୟ ଭଲ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଅଟକି ଥିବା କାର୍ଯ୍ୟ ପୂରା ହେବ। ଦୂରସ୍ଥାନ ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

କର୍କଟ: ରାଜନୀତି କ୍ଷେତ୍ରରେ ସଫଳ ହେବେ। ସରକାରୀ କର୍ମଚାରୀଙ୍କ ପାଇଁ ସମୟ ଅତି ଅନୁକୂଳ। ମହିଳାମାନଙ୍କ ମୁଖ୍ୟ ଦାୟିତ୍ବ ମିଳିପାରେ। ପିଲାମାନେ ଖେଳକୁଦରେ ସମୟ ବିତାଇବେ। ଘରକୁ ଅତିଥି ଆସିେବ।

ସିଂହ: ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସାମିଲ ରହିେବ। ପରିବାର ଲୋକଙ୍କ ସହିତ ସମୟ ବିତାଇବେ। ଅଚାନକ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇପାରେ। ଅଫିସ କାର୍ଯ୍ୟ ପାଇଁ ଦୂରସ୍ଥାନ ଯାତ୍ରା କରିପାରନ୍ତି।

କନ୍ୟା: ଆର୍ଥିକ ସ୍ଥିତି ମଜଭୁତ ହେବ। ଅଚାନକ ଖୁସି ଖବର ପାଇବେ। କୌଣସି ଏକ ବିଶେଷ ଦିଗରୁ ଧନପ୍ରାପ୍ତି ହେବ। କଳି ଝଗଡାକୁ ଦୂରେଇ ରହିବା ଭଲ। ପରିବାରରେ ହସ ଖୁସି ଲାଗି ରହିବ।

ତୁଳା: ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। କର୍ମକ୍ଷେତରେ ପଦୋନ୍ନତି ଯୋଗ ରହିଛି। ଧନ ଲାଭ ଯୋଗ ରହିଛି। ସକାରାତ୍ମକ ଚିନ୍ତାଧାରା ନେଇ କାର୍ଯ୍ୟ କରିବା ଭଲ।

ବିଛା: ଏସପ୍ତାହରେ ଟିକେ ଜଗି ରଖି ଚଳିବା ଭଲ। ଅଚାନକ ଖୁସି ଖବର ମିଳିବ। ଭାଇ-ଭାଇ ମଧ୍ୟରେ କଳିଝଗଡ଼ା ଲାଗିପାରେ। ପିଲାମାନେ ଖେଳକୁଦରେ ସମୟ ବିତାଇେବ। ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।

ଧନୁ: ପୂଜାର୍ଚ୍ଚନାରେ ଦିନ ବିତିବ। ମହିଳାମାନେ ଧାର୍ମିକ ସମାବେଶରେ ସାମିଲ ରହିେବ। ଅକସ୍ମାତ ଧନ ମିଳିବ। ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଭଲ। ସମାଜରେ ମାନ ସମ୍ମାନ ବୃଦ୍ଧିପାଇବ।

ମକର: ଯାନବାହନ କ୍ରୟ କରିପାରନ୍ତି। ଯେକୌଣସି ନୂତନ କାର୍ଯ୍ୟ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ନୂତନ ଜମି କ୍ରୟ କରିପାରନ୍ତି। ପ୍ରେମ ବ୍ୟପାରରେ ସଫଳ ହେବେ। ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିପାରନ୍ତି।

କୁମ୍ଭ: ସଫଳତା ପାଇବା ପାଇଁ ଆଜିର ଦିନରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଅଯଥା ଖର୍ଚ୍ଚ କରନ୍ତୁନି। ବିଦେଶ ଯାତ୍ରା କରିପାରନ୍ତି। ସେୟାର ମାର୍କେଟରେ ନିବେଶ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ।

ମୀନ: ପରିସ୍ଥିତିକୁ ନେଇ ଚିନ୍ତିତ ରୁହନ୍ତୁନି। ବୈବାହିକ ଜୀବନ ସୁଖମୟ ହେବ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ନିଜର ବ୍ୟକ୍ତିଗତ କଥାକୁ ଅନ୍ୟମାନଙ୍କ ଆଗେ ସେୟାର କରନ୍ତୁନି। ନିଜ ଲୋକ ଶତ୍ରୁ ବନିପାରନ୍ତି।