ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ଆଜି ମାଆ ସମଲେଶ୍ଵରୀଙ୍କ ନିକଟରେ ଅର୍ପଣ ହେବ ନୂଆଧାନ

ସମ୍ବଲପୁର: ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାଆ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ପରେ ଘରେ ଘରେ ନୂଆଁ ଖାଇଥାଆନ୍ତି ପଶ୍ଚିମ ଓଡ଼ିଶାବାସୀ । ଆଜି ମାଆ ସମଲେଶ୍ଵରୀଙ୍କ ନିକଟରେ ପହଞ୍ଚିବ ନୂଆଧାନ। ସଅଳ କିସମର ସରିଆ ଧାନ ଆଜି ମନ୍ଦିର ମୁଖ୍ୟ ପୂଜକ ଅମ୍ବିକା ରାଏଙ୍କ ଘରେ ଦିନ ୧୦ଟାରେ ପହଞ୍ଚିବ। ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ବଳବସପୁରର ସୁବାସ ବେହେରା ଆଜି ନୂଆ ଧାନ ମାଆଙ୍କ ନିକଟରେ ଅର୍ପଣ […]

ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ଆଜି ମାଆ ସମଲେଶ୍ଵରୀଙ୍କ ନିକଟରେ ଅର୍ପଣ ହେବ ନୂଆଧାନ
MAA--SAMALESWARI

ସମ୍ବଲପୁର: ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାଆ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ପରେ ଘରେ ଘରେ ନୂଆଁ ଖାଇଥାଆନ୍ତି ପଶ୍ଚିମ ଓଡ଼ିଶାବାସୀ । ଆଜି ମାଆ ସମଲେଶ୍ଵରୀଙ୍କ ନିକଟରେ ପହଞ୍ଚିବ ନୂଆଧାନ। ସଅଳ କିସମର ସରିଆ ଧାନ ଆଜି ମନ୍ଦିର ମୁଖ୍ୟ ପୂଜକ ଅମ୍ବିକା ରାଏଙ୍କ ଘରେ ଦିନ ୧୦ଟାରେ ପହଞ୍ଚିବ। ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ବଳବସପୁରର ସୁବାସ ବେହେରା ଆଜି ନୂଆ ଧାନ ମାଆଙ୍କ ନିକଟରେ ଅର୍ପଣ କରିବେ। ପରେ ସେହି ନୂଆ ଧାନରୁ ନବାନ୍ନ ପ୍ରସ୍ତୁତି କରାଯାଇ ମାଆ ସମଲେଇଙ୍କ ନିକଟରେ ଲଗି କରାଯିବ।