୪୦ ବର୍ଷର ଏହି ପରମ୍ପରା , ବିଦାୟ ନେଲେ ମା ଖୁଦୁରୁକୁଣୀ

କଟକ 20/09 : ଧରାପୃଷ୍ଠରେ ମାର ପାଦ ପଡ଼ିଲେ ହସି ଉଠେ ଧରାପୃଷ୍ଠ। ସବୁଠି ଆନନ୍ଦଉଲ୍ଲାସର ପରିବେଶ। ଏଥିରୁ ବାଦ୍ ପଡ଼ିନି ବାଉନ ବଜାର ତେପନ ଗଳିର ସହର କଟକ। ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଥିବାବେଳେ  ଖୁଦୁରୁକୁଣୀ ପୂଜା କଟକ ଚାଉଳିଆଗଞ୍ଜରେ ବେଶ୍ ଧୁମଧାମର ସହ ଆୟୋଜ ହୋଇଥିଲା।  ବୁଧବାର ସରିଛି  ଖୁଦୁରୁକୁଣୀ ଭସାଣୀ ଉତ୍ସବ। ଚାରି ପାଳି ଖୁଦୁରୁକୁଣୀ ପୂଜା ପରେ ସମସ୍ତେ ଖୁବ୍ ଧୁମ୍ ଧାମରେ ଦେଇଛନ୍ତି  ମାଙ୍କୁ ବିଦାୟ । ବୁଧବାର ଆୟୋଜିତ ଏହି ଭସାଣୀ ଯାତ୍ରାରେ ଚାଉଳିଆଗଞ୍ଜ ଅଞ୍ଚଳର ୧୭ଟି ଖୁଦୁରୁକୁଣୀଙ୍କ ମେଢ ଶୋଭାଯାତ୍ରାରେ ବିଭିନ୍ନ ସାହି  ପରିକ୍ରମା କରି ଚାଉଳିଆଗଞ୍ଜ ତାଳଦଣ୍ଡା କେନାଲ ନିକଟରେ ପହଞ୍ଚିଥିଲା। ଆଉ ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।  ବିଭିନ୍ନ ପୂଜା କମିଟି ପକ୍ଷରୁ ଭସାଣୀ ଶୋଭାଯାତ୍ରାରେ ବାଘ ନାଚ, ଶଙ୍ଖୁଆ, ଘଣ୍ଟୁଆ, ସିଂଘ ବାଜା, ମଳ ବାଜା , ଚାଙ୍ଗୁ ବାଜା ଦଳଙ୍କୁ ସାମିଲ କରାଯାଇଥିଲା। ଏହି ଭସାଣୀ ଯାତ୍ରାରେ ବାଜାର ତାଳେ ତାଳେ ଉଭୟ ଝିଅ ଓ ପୁଅ ମାନେ ଖୁବ୍ ନାଚି ଥିଲେ।  ଦୀର୍ଘ ୪୦ ବର୍ଷ ଧରି ଏହି ପରମ୍ପରା ଲାଗି ରହିଥିବା ବେଳେ ଦୁଇଦିନ ମେଳଣ ପରେ ଭସାଣୀ ହୋଇଥିବା କଥା କହିଛନ୍ତି ସ୍ଥାନୀୟ ବାସିନ୍ଦା ଓ ମୁରବୀ। ଅନ୍ୟପଟେ ଏହି ଭସାଣୀ ଯାତ୍ରା ଦେଖିବା ପାଇଁ କଟକ ସହର ଓ ଆଖ ପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଲୋକ ଙ୍କ ଭିଡ଼ ଜମିଥିଲା। ଭସାଣୀ ଯାତ୍ରା ଦେଖିବା  ସହ ଖିଆପିଆ ଓ

୪୦ ବର୍ଷର ଏହି ପରମ୍ପରା , ବିଦାୟ ନେଲେ ମା ଖୁଦୁରୁକୁଣୀ

କଟକ 20/09 : ଧରାପୃଷ୍ଠରେ ମାର ପାଦ ପଡ଼ିଲେ ହସି ଉଠେ ଧରାପୃଷ୍ଠ। ସବୁଠି ଆନନ୍ଦଉଲ୍ଲାସର ପରିବେଶ। ଏଥିରୁ ବାଦ୍ ପଡ଼ିନି ବାଉନ ବଜାର ତେପନ ଗଳିର ସହର କଟକ। ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଥିବାବେଳେ  ଖୁଦୁରୁକୁଣୀ ପୂଜା କଟକ ଚାଉଳିଆଗଞ୍ଜରେ ବେଶ୍ ଧୁମଧାମର ସହ ଆୟୋଜ ହୋଇଥିଲା।  ବୁଧବାର ସରିଛି  ଖୁଦୁରୁକୁଣୀ ଭସାଣୀ ଉତ୍ସବ। ଚାରି ପାଳି ଖୁଦୁରୁକୁଣୀ ପୂଜା ପରେ ସମସ୍ତେ ଖୁବ୍ ଧୁମ୍ ଧାମରେ ଦେଇଛନ୍ତି  ମାଙ୍କୁ ବିଦାୟ । ବୁଧବାର ଆୟୋଜିତ ଏହି ଭସାଣୀ ଯାତ୍ରାରେ ଚାଉଳିଆଗଞ୍ଜ ଅଞ୍ଚଳର ୧୭ଟି ଖୁଦୁରୁକୁଣୀଙ୍କ ମେଢ ଶୋଭାଯାତ୍ରାରେ ବିଭିନ୍ନ ସାହି  ପରିକ୍ରମା କରି ଚାଉଳିଆଗଞ୍ଜ ତାଳଦଣ୍ଡା କେନାଲ ନିକଟରେ ପହଞ୍ଚିଥିଲା। ଆଉ ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।  ବିଭିନ୍ନ ପୂଜା କମିଟି ପକ୍ଷରୁ ଭସାଣୀ ଶୋଭାଯାତ୍ରାରେ ବାଘ ନାଚ, ଶଙ୍ଖୁଆ, ଘଣ୍ଟୁଆ, ସିଂଘ ବାଜା, ମଳ ବାଜା , ଚାଙ୍ଗୁ ବାଜା ଦଳଙ୍କୁ ସାମିଲ କରାଯାଇଥିଲା। ଏହି ଭସାଣୀ ଯାତ୍ରାରେ ବାଜାର ତାଳେ ତାଳେ ଉଭୟ ଝିଅ ଓ ପୁଅ ମାନେ ଖୁବ୍ ନାଚି ଥିଲେ।  ଦୀର୍ଘ ୪୦ ବର୍ଷ ଧରି ଏହି ପରମ୍ପରା ଲାଗି ରହିଥିବା ବେଳେ ଦୁଇଦିନ ମେଳଣ ପରେ ଭସାଣୀ ହୋଇଥିବା କଥା କହିଛନ୍ତି ସ୍ଥାନୀୟ ବାସିନ୍ଦା ଓ ମୁରବୀ। ଅନ୍ୟପଟେ ଏହି ଭସାଣୀ ଯାତ୍ରା ଦେଖିବା ପାଇଁ କଟକ ସହର ଓ ଆଖ ପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଲୋକ ଙ୍କ ଭିଡ଼ ଜମିଥିଲା। ଭସାଣୀ ଯାତ୍ରା ଦେଖିବା  ସହ ଖିଆପିଆ ଓ କିଣାକିଣିର ବି ମଜା ମଧ୍ୟ ନେଇଥିଲେ।

 

କମିସନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ୧୨ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା। ଯାହାଫଳରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ଖୁଦୁରୁକୁଣୀ ମେଳଣ ।

Also Read-  ଶନିବାରଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ, ସେବାପୂଜାରେ ହେବନି ବ୍ୟାଘାତ