ପରଜଙ୍ଗରେ ଅମିତ ଶାହଙ୍କ ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କଲେ ନିବେଦନ
ଢେଙ୍କାନାଳ: ପରଜଙ୍ଗରେ ଅମିତ ଶାହଙ୍କ ପ୍ରଚାର। ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କଲେ ନିବେଦନ। ଆହୁରି ମଧ୍ୟ ମୋଦୀଙ୍କ ଆଉ ଥରେ ପିଏମ କରିବାକୁ ସହଯୋଗ ଲୋଡ଼ିଛନ୍ତି ଶାହ। ଗୃହ ମନ୍ତ୍ରୀ ଆହୁରି କହିଛନ୍ତ ବିଜେପି ସରକାରଙ୍କୁ ଆସିଲେ ଲାଗୁହେବ ଆୟୁଷ୍ମାନ ଯୋଜନା। ସୂଚନାଥାଉକି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଅଛନ୍ତି। ଏହି କ୍ରମରେ ମଙ୍ଗଳବାର ଅପରାହ୍ନ ସାଢେ ୨ଟା ସମୟରେ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଟଗାଁ ହାଇସ୍କୁଲ ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେଇ ଏହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ ଲୋକଙ୍କୁ ଉଦ୍ବୋଧନ ଦେଇଛନ୍ତି। ଏହା ପୂର୍ବରୁ ଅମିତ ଶାହ ସମ୍ବଲପୁରରେ ଜନସଭାକୁ ସମ୍ବୋଧନ କରିଥିଲେ। ଏହି ଅବସରରେ ସେ କହିଥିଲେ ଓଡ଼ିଶାରେ ପରିବର୍ତ୍ତନ ହେବାକୁ ଯାଉଛି । ଓଡ଼ିଶାର ଭାଷା ଏବଂ ସଂସ୍କୃତି ଆଧାରରେ ହେବ ସରକାର । ଦେଶରେ ସବୁଠୁ ଗରିବ ଲୋକ ଓଡ଼ିଶାରେ ଅଛନ୍ତି । ବିଜେପି ଆସିଲେ ଦକ୍ଷ ଓ ପରିଶ୍ରମୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ କରିବୁ । ଓଡ଼ିଶାରେ ଖଣିଜ ସମ୍ପଦର ଭରପୁର ବିନିଯୋଗ ହେବ ।
ଢେଙ୍କାନାଳ: ପରଜଙ୍ଗରେ ଅମିତ ଶାହଙ୍କ ପ୍ରଚାର। ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କଲେ ନିବେଦନ। ଆହୁରି ମଧ୍ୟ ମୋଦୀଙ୍କ ଆଉ ଥରେ ପିଏମ କରିବାକୁ ସହଯୋଗ ଲୋଡ଼ିଛନ୍ତି ଶାହ। ଗୃହ ମନ୍ତ୍ରୀ ଆହୁରି କହିଛନ୍ତ ବିଜେପି ସରକାରଙ୍କୁ ଆସିଲେ ଲାଗୁହେବ ଆୟୁଷ୍ମାନ ଯୋଜନା।
ସୂଚନାଥାଉକି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଅଛନ୍ତି। ଏହି କ୍ରମରେ ମଙ୍ଗଳବାର ଅପରାହ୍ନ ସାଢେ ୨ଟା ସମୟରେ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଟଗାଁ ହାଇସ୍କୁଲ ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେଇ ଏହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ ଲୋକଙ୍କୁ ଉଦ୍ବୋଧନ ଦେଇଛନ୍ତି।
ଏହା ପୂର୍ବରୁ ଅମିତ ଶାହ ସମ୍ବଲପୁରରେ ଜନସଭାକୁ ସମ୍ବୋଧନ କରିଥିଲେ। ଏହି ଅବସରରେ ସେ କହିଥିଲେ ଓଡ଼ିଶାରେ ପରିବର୍ତ୍ତନ ହେବାକୁ ଯାଉଛି । ଓଡ଼ିଶାର ଭାଷା ଏବଂ ସଂସ୍କୃତି ଆଧାରରେ ହେବ ସରକାର । ଦେଶରେ ସବୁଠୁ ଗରିବ ଲୋକ ଓଡ଼ିଶାରେ ଅଛନ୍ତି । ବିଜେପି ଆସିଲେ ଦକ୍ଷ ଓ ପରିଶ୍ରମୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ କରିବୁ । ଓଡ଼ିଶାରେ ଖଣିଜ ସମ୍ପଦର ଭରପୁର ବିନିଯୋଗ ହେବ ।