୯୦ ବର୍ଷର ଇତିହାସରେ ସବୁଠୁ ବଡ଼ ବିଜୟ ଲକ୍ଷ୍ୟ ହାସଲ କଲା ରେଲୱେ, ହାରିବା ସ୍ଥିତିକୁ ବଦଳାଇଲା ବିଜୟରେ

ନୂଆଦିଲ୍ଲୀ: ରେଲୱେ ସୋମବାର ଇତିହାସ ପୃଷ୍ଠାରେ ନିଜ ନାଁ ରେକର୍ଡ କରିଛି । ରଣଜୀ ଟ୍ରଫିରେ ଏଲିଟ୍ ଗ୍ରୁ ସି ମୁକାବିଲାରେ ସବୁଠୁ ବଡ଼ ଲକ୍ଷ୍ୟକୁ ପିଛା କରି ତ୍ରିପୁରା ବିପକ୍ଷରେ ରେଲୱେ ୩୭୮ ରନର ଲକ୍ଷ୍ୟ ହାସଲ କରିଛି । ରେଲୱେ ଟିମ୍ ଅଗରତାଲାରେ ଚଳିତ ରଣଜୀ ସଂସ୍କରଣରେ ନିଜର ଶେଷ ମୁକାବିଲା ଖେଳୁଥିଲା, ଏହି ମ୍ୟାଚରେ ପ୍ରଥମେ ଟିମ୍ ବ୍ୟାକଫୁଟରେ ରହିବା ରହିବା ପରେ ଜୋରଦାର କମବ୍ୟାକ୍ କରି ଇତିହାସ ରଚିଛି । ମ୍ୟାଚରେ ଅଧିକାଂଶ ସମୟ ରେଲୱେ ଟିମ୍ ଚାପରେ ରହିଥିଲା । ତ୍ରିପୁରାକୁ ରେଲୱେ ଟିମ୍ ୧୪୯ରେ ଅଲଆଉଟ୍ କରିଥିଲା, କିନ୍ତୁ ପରେ ନିଜେ ୧୦୫ ରନରେ ଅଲଆଉଟ୍ ହୋଇଥିଲା । ଏହାପରେ ତ୍ରିପୁରା ଦ୍ୱିତୀୟ ଇନିଂସରେ ୩୩୩ ରନ୍ କରି ରେଲୱେ ସାମନାରେ ୩୭୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ରଲେୱେ ଟିମ୍ ଲକ୍ଷ୍ୟକୁ ପିଛା କରି ୩୧ ରନରେ ତିନି ୱିକେଟ୍ ହରାଇ ସଂଘର୍ଷ କରୁଥିଲା । କିନ୍ତୁ ପରେ ଜବରଦସ୍ତ ଖେଳ ପ୍ରଦର୍ଶନ କରି ପାଞ୍ଚ ୱିକେଟ୍‌ରେ ମ୍ୟାଚ୍‌କୁ ଜିତି ନେଇଛି । ଏହା ରଣଜୀ ଇତିହାସର ସବୁଠୁ ବଡ଼ ଲକ୍ଷ୍ୟ ହାସଲ । ଏହାସହ ସୌରାଷ୍ଟ୍ରର ଚାରି ବର୍ଷ ପୂର୍ବର ରେକର୍ଡକୁ ରେଲୱେ ଭାଙ୍ଗି ଦେଇଛି । ୨୦୧୯-୨୦ ସିଜିନରେ ଉତ୍ତର ପ୍ରଦେଶ ବିରୋଧରେ ସୌରାଷ୍ଟ୍ର ୩୭୨ ରନର ବିଜୟ ଲକ୍ଷ୍ୟ ହାସଲ କରିଥିଲା । ପଢନ୍ତୁ: ଟିମ୍ ଇଣ୍ଡିଆ ପାଇଁ ଭଲ ଖବର, ରାଞ୍ଚି ଟେଷ୍ଟରେ ଦଳକୁ ଫେରି ପାରନ୍ତି ଏହି ତାରକା ବ୍ୟାଟର ରେଲୱେକୁ ଐତିହାସିକ

୯୦ ବର୍ଷର ଇତିହାସରେ ସବୁଠୁ ବଡ଼ ବିଜୟ ଲକ୍ଷ୍ୟ ହାସଲ କଲା ରେଲୱେ, ହାରିବା ସ୍ଥିତିକୁ ବଦଳାଇଲା ବିଜୟରେ

ନୂଆଦିଲ୍ଲୀ: ରେଲୱେ ସୋମବାର ଇତିହାସ ପୃଷ୍ଠାରେ ନିଜ ନାଁ ରେକର୍ଡ କରିଛି । ରଣଜୀ ଟ୍ରଫିରେ ଏଲିଟ୍ ଗ୍ରୁ ସି ମୁକାବିଲାରେ ସବୁଠୁ ବଡ଼ ଲକ୍ଷ୍ୟକୁ ପିଛା କରି ତ୍ରିପୁରା ବିପକ୍ଷରେ ରେଲୱେ ୩୭୮ ରନର ଲକ୍ଷ୍ୟ ହାସଲ କରିଛି । ରେଲୱେ ଟିମ୍ ଅଗରତାଲାରେ ଚଳିତ ରଣଜୀ ସଂସ୍କରଣରେ ନିଜର ଶେଷ ମୁକାବିଲା ଖେଳୁଥିଲା, ଏହି ମ୍ୟାଚରେ ପ୍ରଥମେ ଟିମ୍ ବ୍ୟାକଫୁଟରେ ରହିବା ରହିବା ପରେ ଜୋରଦାର କମବ୍ୟାକ୍ କରି ଇତିହାସ ରଚିଛି ।

ମ୍ୟାଚରେ ଅଧିକାଂଶ ସମୟ ରେଲୱେ ଟିମ୍ ଚାପରେ ରହିଥିଲା । ତ୍ରିପୁରାକୁ ରେଲୱେ ଟିମ୍ ୧୪୯ରେ ଅଲଆଉଟ୍ କରିଥିଲା, କିନ୍ତୁ ପରେ ନିଜେ ୧୦୫ ରନରେ ଅଲଆଉଟ୍ ହୋଇଥିଲା । ଏହାପରେ ତ୍ରିପୁରା ଦ୍ୱିତୀୟ ଇନିଂସରେ ୩୩୩ ରନ୍ କରି ରେଲୱେ ସାମନାରେ ୩୭୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା ।

ରଲେୱେ ଟିମ୍ ଲକ୍ଷ୍ୟକୁ ପିଛା କରି ୩୧ ରନରେ ତିନି ୱିକେଟ୍ ହରାଇ ସଂଘର୍ଷ କରୁଥିଲା । କିନ୍ତୁ ପରେ ଜବରଦସ୍ତ ଖେଳ ପ୍ରଦର୍ଶନ କରି ପାଞ୍ଚ ୱିକେଟ୍‌ରେ ମ୍ୟାଚ୍‌କୁ ଜିତି ନେଇଛି । ଏହା ରଣଜୀ ଇତିହାସର ସବୁଠୁ ବଡ଼ ଲକ୍ଷ୍ୟ ହାସଲ । ଏହାସହ ସୌରାଷ୍ଟ୍ରର ଚାରି ବର୍ଷ ପୂର୍ବର ରେକର୍ଡକୁ ରେଲୱେ ଭାଙ୍ଗି ଦେଇଛି । ୨୦୧୯-୨୦ ସିଜିନରେ ଉତ୍ତର ପ୍ରଦେଶ ବିରୋଧରେ ସୌରାଷ୍ଟ୍ର ୩୭୨ ରନର ବିଜୟ ଲକ୍ଷ୍ୟ ହାସଲ କରିଥିଲା ।

ପଢନ୍ତୁ: ଟିମ୍ ଇଣ୍ଡିଆ ପାଇଁ ଭଲ ଖବର, ରାଞ୍ଚି ଟେଷ୍ଟରେ ଦଳକୁ ଫେରି ପାରନ୍ତି ଏହି ତାରକା ବ୍ୟାଟ

ରେଲୱେକୁ ଐତିହାସିକ ବିଜୟ ଦେବାରେ ପ୍ରଥମ ସିଂ ଏବଂ ମହମ୍ମଦ ସୈଫ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଦୁଇ ବ୍ୟାଟର ଶତକ ହାସଲ କରିଥିଲେ । ୩୧ ରନରେ ତିନି ୱିକେଟ୍ ହରାଇବା ପରେ ଚତୁର୍ଥ ୱିକେଟ୍ ପାଇଁ ୧୭୫ ରନ ପାର୍ଟନରଶିପ ହୋଇଥିଲା । ସୈଫ ଆଟାକିଂ ବ୍ୟାଟିଂ କରି ୧୨୬ ବଲରେ ୧୪ ଚୌକା ବଳରେ ୧୦୬ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ପ୍ରଥମ ସିଂ ଏବଂ ଅରିନ୍ଦମ ଘୋଷଙ୍କ ସହ ପଞ୍ଚମ ୱିକେଟ୍ ପାଇଁ ୧୧୮ ରନ୍‌ର ପାର୍ଟନରଶିପ କରି ରେଲୱେକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ । ପ୍ରଥମ ସିଂ ୩୦୦ ବଲ୍ ଖେଳି ୧୬୯ ରନ୍ କରି ଅପରାଜିତ ଫେରିଥିଲେ ।

The post ୯୦ ବର୍ଷର ଇତିହାସରେ ସବୁଠୁ ବଡ଼ ବିଜୟ ଲକ୍ଷ୍ୟ ହାସଲ କଲା ରେଲୱେ, ହାରିବା ସ୍ଥିତିକୁ ବଦଳାଇଲା ବିଜୟରେ appeared first on Prameya News7.