କଂଗ୍ରେସ୍ ପାଇଁ ପ୍ରଚାର କରୁଛନ୍ତି ଅଲ୍ଲୁ ଅର୍ଜୁନ୍ ! ଜାଣନ୍ତୁ ଭାଇରାଲ ଭିଡିଓ ବିଷୟରେ…

ମୁମ୍ଵାଇ ୨୪।୦୪: ବର୍ତ୍ତମାନ ଲୋକସଭା ନିର୍ବାଚନ ୨୦୨୪ ମଧ୍ୟରେ ସୋସିଆଲ ମିଡିଆରେ ଏକ ଅଦ୍ଭୁତ ଟ୍ରେଣ୍ଡ ଆରମ୍ଭ ହୋଇଛି। ଅନେକ ସେଲିବ୍ରିଟିଙ୍କ ଡିପ୍‌ ଫେକ୍‌ ଭିଡିଓ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ସେମାନେ ଗୋଟିଏ ଦଳକୁ ଖରାପ କହୁଛନ୍ତି ଏବଂ ଅନ୍ୟ ଦଳକୁ ସମର୍ଥନ କରୁଛନ୍ତି । ଏହି ସାଇବର କ୍ରାଇମ୍‌ର ଅସୁବିଧାରେ ପଡ଼ି ରଣବୀର ସିଂ ଏବଂ ଅମୀର ଖାନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିକଟରେ ଅଲୁ ଅର୍ଜୁନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅଲ୍ଲୁ ଏକ ରାଜନୈତିକ ଦଳ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି ବୋଲି ଦାବି କରାଯାଉଛି।कांग्रेस के सम्मान में अल्लू अर्जून मैदान में।@alluarjun #Elections2024 pic.twitter.com/7DUvAyjbLf— Er. Priyanka Jha (@JhaPriyankha) April 20, 2024ଦକ୍ଷିଣ ଅଭିନେତା ଅଲ୍ଲୁଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏହି ଭିଡିଓରେ ସେ ତାଙ୍କ ଦଳ ସହିତ ଏକ ଟ୍ରକରେ ଚଢି ରାଲି କରୁଥିବା ନଜର ଆସିଛନ୍ତି। ସମସ୍ତ ଧଳା ପୋଷାକ ପିନ୍ଧିଛନ୍ତି ଏବଂ ଏହା ସହିତ ସେ ତାଙ୍କ ବେକରେ ଭାରତୀୟ ତ୍ରିରଙ୍ଗାର ଏକ ଉତ୍ତରୀୟ ପକାଇଥିବାର ନଜର ଆସିଛନ୍ତି । ଏହା ସହ ହାତ ହଲାଇ ସମସ୍ତଙ୍କୁ ଭେଟୁଛନ୍ତି। ଏହି ଭିଡିଓ ସେୟାର କରିବାବେଳେ ଜଣେ କଂଗ୍ରେସ ଦଳର ସମର୍ଥକ ଲେଖିଛନ୍ତି, 'କଂଗ୍ରେସ ସମ୍ମାନରେ ଅଲ୍ଲୁ ଅର୍ଜୁନ ମଇଦାନ

କଂଗ୍ରେସ୍ ପାଇଁ ପ୍ରଚାର କରୁଛନ୍ତି ଅଲ୍ଲୁ ଅର୍ଜୁନ୍ ! ଜାଣନ୍ତୁ ଭାଇରାଲ ଭିଡିଓ ବିଷୟରେ…

ମୁମ୍ଵାଇ ୨୪।୦୪: ବର୍ତ୍ତମାନ ଲୋକସଭା ନିର୍ବାଚନ ୨୦୨୪ ମଧ୍ୟରେ ସୋସିଆଲ ମିଡିଆରେ ଏକ ଅଦ୍ଭୁତ ଟ୍ରେଣ୍ଡ ଆରମ୍ଭ ହୋଇଛି। ଅନେକ ସେଲିବ୍ରିଟିଙ୍କ ଡିପ୍‌ ଫେକ୍‌ ଭିଡିଓ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ସେମାନେ ଗୋଟିଏ ଦଳକୁ ଖରାପ କହୁଛନ୍ତି ଏବଂ ଅନ୍ୟ ଦଳକୁ ସମର୍ଥନ କରୁଛନ୍ତି । ଏହି ସାଇବର କ୍ରାଇମ୍‌ର ଅସୁବିଧାରେ ପଡ଼ି ରଣବୀର ସିଂ ଏବଂ ଅମୀର ଖାନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିକଟରେ ଅଲୁ ଅର୍ଜୁନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅଲ୍ଲୁ ଏକ ରାଜନୈତିକ ଦଳ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି ବୋଲି ଦାବି କରାଯାଉଛି।


ଦକ୍ଷିଣ ଅଭିନେତା ଅଲ୍ଲୁଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏହି ଭିଡିଓରେ ସେ ତାଙ୍କ ଦଳ ସହିତ ଏକ ଟ୍ରକରେ ଚଢି ରାଲି କରୁଥିବା ନଜର ଆସିଛନ୍ତି। ସମସ୍ତ ଧଳା ପୋଷାକ ପିନ୍ଧିଛନ୍ତି ଏବଂ ଏହା ସହିତ ସେ ତାଙ୍କ ବେକରେ ଭାରତୀୟ ତ୍ରିରଙ୍ଗାର ଏକ ଉତ୍ତରୀୟ ପକାଇଥିବାର ନଜର ଆସିଛନ୍ତି । ଏହା ସହ ହାତ ହଲାଇ ସମସ୍ତଙ୍କୁ ଭେଟୁଛନ୍ତି। ଏହି ଭିଡିଓ ସେୟାର କରିବାବେଳେ ଜଣେ କଂଗ୍ରେସ ଦଳର ସମର୍ଥକ ଲେଖିଛନ୍ତି, 'କଂଗ୍ରେସ ସମ୍ମାନରେ ଅଲ୍ଲୁ ଅର୍ଜୁନ ମଇଦାନରେ'। ତେବେ, ଏହି ଦାବିଗୁଡିକ ସମ୍ପୂର୍ଣ୍ଣ ନକଲି । 



ଏହି ନକଲି ଭିଡିଓ ଅଲ୍ଲୁଙ୍କ ପ୍ରକୃତ ଭିଡିଓରୁ ନିଆଯାଇଛି। ଯେଉଁଥିରେ ସେ ୨୦୨୨ରେ ଆମେରିକାର ନ୍ୟୁୟର୍କରେ ଇଣ୍ଡିଆ ଡେ ପ୍ୟାରେଡରେ ଭାଗ ନେଉଥିବାର ନଜର ଆସିଥିଲେ। ଭାରତର ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଏହି ରାଲିର ଆୟୋଜନ କରାଯାଇଥିଲା। ଯେଉଁଥିରେ ଅଲ୍ଲୁ ଏହି ଷ୍ଟାଇଲ୍‌ରେ ଦେଖିବାକୁ ମିଳିଥିଲା । ଅଲ୍ଲୁ ନିଜେ ଏହି ଭିଡିଓକୁ ତାଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି ।