ବଢିଲା ଇମ୍ରାନ ଖାନଙ୍କ ସମସ୍ୟା, PTI ଉପରେ ପ୍ରତିବନ୍ଧକ ଜାରି ନିମନ୍ତେ ସରକାରଙ୍କ ନିଷ୍ପତ୍ତି

ଇସ୍ଲାମାବାଦ ୧୫।୭: ଜେଲରେ ବନ୍ଦୀ ଇମ୍ରାନ ଖାନଙ୍କ ସମସ୍ୟା ଅନ୍ତ ହେବାର ନାଁ ନେଉନି। ଏବେ ଇମ୍ରାନଙ୍କ ପାର୍ଟି ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ଉପରେ ଦେଶ ବିରୋଧୀ ଗତିବିଦ୍ଧି ଲାଗି ପାକିସ୍ତାନ ସରକାର ପ୍ରତିବନ୍ଧକ ଜାରି କରିବାକୁ ବିଚାର କରୁଛନ୍ତି। ପାକିସ୍ତାନ ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତରାର ଏହା କହିଛନ୍ତି। ଦି ନ୍ୟୁଜ ଇଣ୍ଟରନ୍ୟାସନାଲ ରିପୋର୍ଟ ଅନୁସାରେ ମନ୍ତ୍ରୀ ତରାର ସୋମବାର ଘୋଷଣା କରିଛନ୍ତି ଯେ ସଂଘୀୟ ସରକାର ପିଟିଆଇକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବର କ୍ଷମତାସୀନ ପାର୍ଟି ଉପରେ ଦେଶ ବିରୋଧୀ ଗତିବିଦ୍ଧିରେ ଲିପ୍ତ ଥିବାର ଅଭିଯୋଗ କରାଯାଇଛି। ୭୧ ବର୍ଷ ବୟଷ୍କ ଇମ୍ରାନ ଖାନ ଏବେ ରାଓଲ ପିଣ୍ଡିର ଆଦିଆଲା ଜେଲରେ ବନ୍ଦୀ ଅଛନ୍ତି। ତାଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି। ମନ୍ତ୍ରୀ ତରାର କହିଛନ୍ତି ଯେ ପିଟିଆଇ ବିରୋଧରେ କଟକଣା ଜାରି ଲାଗି ପ୍ରମାଣ ରହିଛି। ଏଣୁ ସରକାର ଏବେ ପାର୍ଟି ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବେ। ଉଲ୍ଲେଖ ଯୋଗ୍ୟ ଯେ ସରକାର ଏପରି ସମୟରେ ଏହି ନିଷ୍ପତ୍ତି ନେଇଛନ୍ତି, ଯେତେବେଳେ ସୁପ୍ରିମକୋର୍ଟ ସଂରକ୍ଷିତ ସିଟ୍ ମାମଲାରେ ପିଟିଆଇ ଓ ଅବୈଧ ବିବାହ ମାମଲାରେ ଖାନଙ୍କୁ ଆଶ୍ୱସ୍ତ କରିଛନ୍ତି। 

ବଢିଲା ଇମ୍ରାନ ଖାନଙ୍କ ସମସ୍ୟା, PTI ଉପରେ ପ୍ରତିବନ୍ଧକ ଜାରି ନିମନ୍ତେ ସରକାରଙ୍କ ନିଷ୍ପତ୍ତି

ଇସ୍ଲାମାବାଦ ୧୫।୭: ଜେଲରେ ବନ୍ଦୀ ଇମ୍ରାନ ଖାନଙ୍କ ସମସ୍ୟା ଅନ୍ତ ହେବାର ନାଁ ନେଉନି। ଏବେ ଇମ୍ରାନଙ୍କ ପାର୍ଟି ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ଉପରେ ଦେଶ ବିରୋଧୀ ଗତିବିଦ୍ଧି ଲାଗି ପାକିସ୍ତାନ ସରକାର ପ୍ରତିବନ୍ଧକ ଜାରି କରିବାକୁ ବିଚାର କରୁଛନ୍ତି। ପାକିସ୍ତାନ ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତରାର ଏହା କହିଛନ୍ତି। ଦି ନ୍ୟୁଜ ଇଣ୍ଟରନ୍ୟାସନାଲ ରିପୋର୍ଟ ଅନୁସାରେ ମନ୍ତ୍ରୀ ତରାର ସୋମବାର ଘୋଷଣା କରିଛନ୍ତି ଯେ ସଂଘୀୟ ସରକାର ପିଟିଆଇକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। 

ପୂର୍ବର କ୍ଷମତାସୀନ ପାର୍ଟି ଉପରେ ଦେଶ ବିରୋଧୀ ଗତିବିଦ୍ଧିରେ ଲିପ୍ତ ଥିବାର ଅଭିଯୋଗ କରାଯାଇଛି। ୭୧ ବର୍ଷ ବୟଷ୍କ ଇମ୍ରାନ ଖାନ ଏବେ ରାଓଲ ପିଣ୍ଡିର ଆଦିଆଲା ଜେଲରେ ବନ୍ଦୀ ଅଛନ୍ତି। ତାଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି। ମନ୍ତ୍ରୀ ତରାର କହିଛନ୍ତି ଯେ ପିଟିଆଇ ବିରୋଧରେ କଟକଣା ଜାରି ଲାଗି ପ୍ରମାଣ ରହିଛି। ଏଣୁ ସରକାର ଏବେ ପାର୍ଟି ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବେ। ଉଲ୍ଲେଖ ଯୋଗ୍ୟ ଯେ ସରକାର ଏପରି ସମୟରେ ଏହି ନିଷ୍ପତ୍ତି ନେଇଛନ୍ତି, ଯେତେବେଳେ ସୁପ୍ରିମକୋର୍ଟ ସଂରକ୍ଷିତ ସିଟ୍ ମାମଲାରେ ପିଟିଆଇ ଓ ଅବୈଧ ବିବାହ ମାମଲାରେ ଖାନଙ୍କୁ ଆଶ୍ୱସ୍ତ କରିଛନ୍ତି।