ଗୁଣାତ୍ମକ ଶିକ୍ଷାକୁ ବାଦ୍‌ ଦେଇ କୌଣସି ଦେଶ ବିକାଶ ପଥରେ ଅଗ୍ରସର ହୋଇପାରିବ ନାହିଁ : ନବୀନ

ଭୁବନେଶ୍ବର : ଗୁଣାତ୍ମକ ଶିକ୍ଷାକୁ ବାଦ୍‌ ଦେଇ କୌଣସି ଦେଶ ବିକାଶ ପଥରେ ଅଗ୍ରସର ହୋଇପାରିବ ନାହିଁ। ଉତ୍ତମ ଏବଂ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାଦାନ ଉପରେ ଆମେ ଗୁରୁତ୍ୱ ଦେବା ଆବଶ୍ୟକ। ତେବେ ଯାଇ ଆମ ଦେଶ ବିକାଶର ନୂଆ ଶିଖର ଛୁଇଁପାରିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଭୁବନେଶ୍ବରରେ ଆୟୋଜିତ ଷଷ୍ଠ ଡିଏଭି ୟୁନାଇଟେଡ ଫେଷ୍ଟିଭାଲରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ […]

ଗୁଣାତ୍ମକ ଶିକ୍ଷାକୁ ବାଦ୍‌ ଦେଇ କୌଣସି ଦେଶ ବିକାଶ ପଥରେ ଅଗ୍ରସର ହୋଇପାରିବ ନାହିଁ : ନବୀନ
naveen in dav

ଭୁବନେଶ୍ବର : ଗୁଣାତ୍ମକ ଶିକ୍ଷାକୁ ବାଦ୍‌ ଦେଇ କୌଣସି ଦେଶ ବିକାଶ ପଥରେ ଅଗ୍ରସର ହୋଇପାରିବ ନାହିଁ। ଉତ୍ତମ ଏବଂ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାଦାନ ଉପରେ ଆମେ ଗୁରୁତ୍ୱ ଦେବା ଆବଶ୍ୟକ। ତେବେ ଯାଇ ଆମ ଦେଶ ବିକାଶର ନୂଆ ଶିଖର ଛୁଇଁପାରିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

WhatsApp Image 2024 12 21 at 19.49.49 5eb1b37e scaled

ଭୁବନେଶ୍ବରରେ ଆୟୋଜିତ ଷଷ୍ଠ ଡିଏଭି ୟୁନାଇଟେଡ ଫେଷ୍ଟିଭାଲରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ନିଜର ୧୩୮ ବର୍ଷର ଯାତ୍ରା ମଧ୍ୟରେ ଡିଏଭି ଗ୍ରୁପ୍‌ ଅଫ୍‌ ଇନଷ୍ଟିଚ୍ୟୁସନ୍‌ ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ଅନେକ ଉପଲବ୍ଧି ହାସଲ କରିପାରିଛି। ଏଠାରୁ ଶିକ୍ଷା ଲାଭ କରିଥିବା ଅନେକ ଛାତ୍ରଛାତ୍ରୀ ଏବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରୁଛନ୍ତି। ଡିଏଭି ଅଭିଯାନର ଜନକ ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ଲାଲା ଲାଜପତ ରାଏ ଏବଂ ମହାତ୍ମା ହଂସରାଜଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି।

WhatsApp Image 2024 12 21 at 19.49.48 57c7f6af scaled

ଏକ ସକାରାତ୍ମକ ଆଭିମୁଖ୍ୟ ନେଇ ଏହି ଅନୁଷ୍ଠାନ ଆଗକୁ ଅନେକ ସଫଳତା ହାସଲ କରିପାରିବ ବୋଲି ମୋର ବିଶ୍ୱାସ। ଏପରି ଏକ ବିଶାଳ କାର୍ଯ୍ୟକ୍ରମ ଦ୍ୱାରା ଆମର ପିଲାମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ସୁଯୋଗ ମିଳୁଛି। ଏଥିପାଇଁ ଆୟୋଜକମାନଙ୍କୁ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ଡିଏଭି ସିଏମ୍‌ସିର ସଭାପତି ପଦ୍ମଶ୍ରୀ ପୁନମ ସୁରୀ, ଆଞ୍ଚଳିକ ନିର୍ଦ୍ଦେଶକ ଡ଼ କେଶବ ଚନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

WhatsApp Image 2024 12 21 at 19.49.50 8ccc059d scaled

ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ନବୀନଙ୍କୁ ଦେଖିବା ପାଇଁ ଛୋଟ ବଡ଼ ସଭିଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀ ଓ ଆଲମୁନି ତାଙ୍କଠାରୁ ଆଶୀର୍ବାଦ ନେଇଥିଲେ । ଆଜିର କାର୍ଯ୍ୟକ୍ରମରେ ହଜାରେ ଆଲମୁନି ଉପସ୍ଥିତ ଥିଲେ । ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଲିଉଡ ଓ ବଲିଉଡର ଅନେକ କଳାକାର ଯୋଗଦେବେ । ଆଜି ବଲିଉଡର ହାସ୍ୟ ଅଭିନେତା ସୁନିଲ ଗ୍ରୋଭର ଯୋଗ ଦେଇ ସଭିଙ୍କୁ ହସାଇ ହସାଇ ବେଦମ କରିଥିଲେ । ଅନ୍ୟପଟେ କଟକର ଜଣେ ମହିଳା ନବୀନ ପଟ୍ଟନାୟକଙ୍କୁ ଦେଖି ତାଙ୍କ ଲୁହକୁ ରୋକି ପାରି ନଥିଲେ । ନବୀନ ପଟ୍ଟନାୟକ ଆସିବାରୁ ଯିବା ପର୍ଯ୍ୟନ୍ତ ସେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ମହିଳାଙ୍କୁ ସଶକ୍ତ କରିବା କ୍ଷେତ୍ରରେ ନବୀନ ପଟ୍ଟନାୟକ ବଡ଼ ଅବଦାନ ରହିଛି । ସେ ହାରି କି ମଧ୍ୟ କୋଟି ଓଡ଼ିଆଙ୍କ ହୃଦୟ ଜିତିଛନ୍ତି ବୋଲି ସଭିଏଁ କହିଥିଲେ ।

 

WhatsApp Image 2024 12 21 at 19.49.52 7c82b7ce scaled