ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ! ରାଜ୍ୟପାଳଙ୍କୁ ଭେଟି…

ନୂଆଦିଲ୍ଲୀ,୧୭।୭: ଲୋକ ସଭା ଫଳାଫଳ ପରେ ଉତ୍ତରପ୍ରଦେଶ ଭାଜପାରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଅନ୍ୟପଟେ ଯୋଗୀ ସରକାର ଇସ୍ତଫା ଦେବା ନେଇ ନାନା ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି ଯେ, ଆଜି ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଇସ୍ତଫା ପତ୍ର ଦେଇପାରନ୍ତି। ସିଏମ ଯୋଗୀ ଆଜି ମନ୍ତ୍ରୀମାନଙ୍କର ଏକ ବୈଠକ ଡାକିଛନ୍ତି। ଯୁପିର ଉପ-ନିର୍ବାଚନରେ ୧୦ଟି ନିର୍ବାଚନମଣ୍ଡଳୀରେ ନିର୍ବାଚନ ହେବ। ଏସବୁ ମଧ୍ୟରେ ଡେପୁଟି ସିଏମ ମୌର୍ଯ୍ୟ ବୈଠକ ପୂର୍ବରୁ ଟ୍ବିଟ କରିଛନ୍ତି। ଲୋକ ସଭା ନିର୍ବାଚନରେ […] The post ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ! ରାଜ୍ୟପାଳଙ୍କୁ ଭେଟି… appeared first on Dharitri Odia News.

ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ! ରାଜ୍ୟପାଳଙ୍କୁ ଭେଟି…

ନୂଆଦିଲ୍ଲୀ,୧୭।୭: ଲୋକ ସଭା ଫଳାଫଳ ପରେ ଉତ୍ତରପ୍ରଦେଶ ଭାଜପାରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଅନ୍ୟପଟେ ଯୋଗୀ ସରକାର ଇସ୍ତଫା ଦେବା ନେଇ ନାନା ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି ଯେ, ଆଜି ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଇସ୍ତଫା ପତ୍ର ଦେଇପାରନ୍ତି।

ସିଏମ ଯୋଗୀ ଆଜି ମନ୍ତ୍ରୀମାନଙ୍କର ଏକ ବୈଠକ ଡାକିଛନ୍ତି। ଯୁପିର ଉପ-ନିର୍ବାଚନରେ ୧୦ଟି ନିର୍ବାଚନମଣ୍ଡଳୀରେ ନିର୍ବାଚନ ହେବ। ଏସବୁ ମଧ୍ୟରେ ଡେପୁଟି ସିଏମ ମୌର୍ଯ୍ୟ ବୈଠକ ପୂର୍ବରୁ ଟ୍ବିଟ କରିଛନ୍ତି।

ଲୋକ ସଭା ନିର୍ବାଚନରେ ଭାଜପାର ଖରାପ ପ୍ରଦର୍ଶନକୁ ନେଇ ଯୋଗୀଙ୍କୁ ଦାୟୀ କରାଯାଉଛି। ୨୦୧୯ ନିର୍ବାଚନରେ ଭାଜପା ୬୨ଟି ଆସନ ଜିତିଥିବାବେଳେ ୨୦୨୪ରେ ମାତ୍ର ୩୩ଟି ଆସନ ପାଇଛି। ଅନ୍ୟପଯେ ସମାଜବାଦୀ ପାର୍ଟି ୩୭ଟି ସିଟ ଦଖଲ କରିଛି। ଫଳାଫଳ ପରେ CM ଯୋଗୀଙ୍କୁ ଟାର୍ଗେଟ କରାଯାଉଛି। ଖରାପ ପ୍ରଦର୍ଶନ ପାଇଁ ଉତ୍ତରପ୍ରଦେଶ ଭାଜପାର ଏକ ଗୋଷ୍ଠୀ ତାଙ୍କୁ ଦାୟୀ କରୁଛି।

The post ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ! ରାଜ୍ୟପାଳଙ୍କୁ ଭେଟି… appeared first on Dharitri Odia News.