ଇସ୍ତଫା ଦେଲେ ଓମାର ଅବଦୁଲ୍ଲା: ଜାଣନ୍ତୁ କାହିଁକି

ଶ୍ରୀନଗର,୨୧।୧୦: ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଡ଼ଗାମ ବିଧାନସଭା ନିର୍ବାଚନମଣ୍ଡଳୀରୁ ଇସ୍ତଫା ଦେଇଛନ୍ତି। ପ୍ରୋଟେମ ସ୍ପିକର୍‌ ମୁବାରକ ଗୁଲ ଏହି ଘୋଷଣା କରିଛନ୍ତି। ଓମାର ପାରିବାରିକ ଗଡ଼ ଗାନ୍ଦରବଲ ଆସନରୁ ନିଜ ପାଖରେ ରଖିଛନ୍ତି। ଏହି ଅବସରରେ ମୁବାରକ ଗୁଲ ବିଧାନସଭାର ସଦସ୍ୟମାନଙ୍କୁ ସୂଚନା ଦେଇଛନ୍ତି ଯେ, ଓମାର ଅବଦୁଲ୍ଲା ବଡ଼ଗାମରୁ ତାଙ୍କ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି, ସେ ଗାନ୍ଦରବଲ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଗାନ୍ଦରବଲ ଆସନରୁ ତାଙ୍କର ବିଜୟ ତାଙ୍କ […] The post ଇସ୍ତଫା ଦେଲେ ଓମାର ଅବଦୁଲ୍ଲା: ଜାଣନ୍ତୁ କାହିଁକି appeared first on Dharitri Odia News.

ଇସ୍ତଫା ଦେଲେ ଓମାର ଅବଦୁଲ୍ଲା: ଜାଣନ୍ତୁ କାହିଁକି

ଶ୍ରୀନଗର,୨୧।୧୦: ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଡ଼ଗାମ ବିଧାନସଭା ନିର୍ବାଚନମଣ୍ଡଳୀରୁ ଇସ୍ତଫା ଦେଇଛନ୍ତି। ପ୍ରୋଟେମ ସ୍ପିକର୍‌ ମୁବାରକ ଗୁଲ ଏହି ଘୋଷଣା କରିଛନ୍ତି। ଓମାର ପାରିବାରିକ ଗଡ଼ ଗାନ୍ଦରବଲ ଆସନରୁ ନିଜ ପାଖରେ ରଖିଛନ୍ତି।
ଏହି ଅବସରରେ ମୁବାରକ ଗୁଲ ବିଧାନସଭାର ସଦସ୍ୟମାନଙ୍କୁ ସୂଚନା ଦେଇଛନ୍ତି ଯେ, ଓମାର ଅବଦୁଲ୍ଲା ବଡ଼ଗାମରୁ ତାଙ୍କ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି, ସେ ଗାନ୍ଦରବଲ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଗାନ୍ଦରବଲ ଆସନରୁ ତାଙ୍କର ବିଜୟ ତାଙ୍କ ରାଜନୈତିକ ସ୍ଥିତିକୁ ମଜଭୁତ କରିଥିବାବେଳେ ବଡ଼ଗାମରୁ ଇସ୍ତଫା ରାଜ୍ୟ ରାଜନୀତିରେ ଏକ ନୂଆ ମୋଡ଼ ଆଣିଛି।

The post ଇସ୍ତଫା ଦେଲେ ଓମାର ଅବଦୁଲ୍ଲା: ଜାଣନ୍ତୁ କାହିଁକି appeared first on Dharitri Odia News.