ନିଜ କେଶରେ ପ୍ରସ୍ତୁତ ୱିଗ୍ ପିନ୍ଧିଲେ ହିନା, କହିଲେ-ମୁଁ ଗର୍ବ କରୁଛି

ମୁମ୍ଵାଇ ୧୫।୦୮: ସ୍ତନ କର୍କଟର ତୃତୀୟ ପର୍ଯ୍ୟାୟ ଲାଗି ଚିକିତ୍ସିତ ହେଉଥିବା ଅଭିନେତ୍ରୀ ହିନା  ଖାନ୍‌ ନିଜର ସୋସିଆଲ୍‌ ମିଡିଆ ହ୍ୟାଣ୍ଡଲରେ ଏକ ଭିଡିଓ ସେୟାର  କରିଛନ୍ତି । ସେଥିରେ ତାଙ୍କୁ ଏକ ୱିଗ୍‌ ପିନ୍ଧିଥିବା ଦେଖିବାକୁ  ମିଳୁଛି । ସବୁଠୁ ବଡ଼ କଥା ହେଲା ସେହି ୱିଗ୍‌ ତାଙ୍କ  ନିଜ କେଶରେ ତିଆରି । ସ୍ତନ କର୍କଟରେ ପୀଡ଼ିତ  ଅନ୍ୟ ମହିଳାଙ୍କୁ ପ୍ରେରଣା ଦେବା ଲାଗି ଭିଡିଓର   କ୍ୟାପସନ୍‌ରେ ହିନା ଏକ ଦୀର୍ଘ ବାର୍ତ୍ତା ଲେଖିଛନ୍ତି । ହିନା କହିଛନ୍ତି, ମୋତେ କର୍କଟ ହୋଇଥିବା  ନେଇ ସାମ୍ନାକୁ ଆସିବା ପରେ ମୋର କେଶ  ଝଡି଼ଯିବ ବୋଲି ଜାଣିଥିଲି । ତେଣୁ କେଶ ଦୀର୍ଘ, ସୁସ୍ଥ ଥିବା ଅବସ୍ଥାରେ ମୋ ନିଜ ହିସାବରେ ତାକୁ କାଟିଦେଲି । ସେହି କେଶରୁ ଏକ ୱିଗ୍‌ କରିବାକୁ  ମୁଁ ନିଷ୍ପତ୍ତି ନେଲି ଯାହାକି ମୋତେ ଏହି ଆହ୍ୱାନଭରା  ସମୟରେ ଆରାମ ଦେବ । ଏହା ଏକ ସଶକ୍ତ ନିଷ୍ପତ୍ତି ଥିଲା ବୋଲି  ମୁଁ କହିବି । ଏଥିନେଇ ମୁଁ ଗର୍ବ କରୁଛି । ସମାନ ସଂଘର୍ଷ ଦେଇ ଯାଉଥିବା  ସବୁ ସାହସୀ ମହିଳାଙ୍କୁ ମୁଁ ଏହି ସ୍ୱତନ୍ତ୍ର ବାର୍ତ୍ତା ଦେବାକୁ ଚାହୁଁଛି ଯେ ଯଦି  ଆପଣମାନେ ମୋର ନିଷ୍ପତ୍ତି ସହ ସହମତ ତେବେ ସମାନ କାମ କରିବାକୁ   ଆପଣଙ୍କୁ ମୁଁ ପରାମର୍ଶ ଦେବି । ଏହାଦ୍ୱାରା ଅତି କମ୍‌ରେ ଗୋଟିଏ ଜିନିଷ  ଆପଣମାନଙ୍କ ଲାଗି ସହଜ ହୋଇଯିବ ଏବଂଆପଣମାନେ ଆରାମ  ଅନୁଭବ କରିବେ । ମୁଁ ଏହି ୱିଗ୍‌କୁ ପିନ୍ଧିବା ପରେ କୌଣସି ପ୍ରକାରେ  ନିଜର କେଶ

ନିଜ କେଶରେ ପ୍ରସ୍ତୁତ ୱିଗ୍ ପିନ୍ଧିଲେ ହିନା, କହିଲେ-ମୁଁ ଗର୍ବ କରୁଛି

ମୁମ୍ଵାଇ ୧୫।୦୮: ସ୍ତନ କର୍କଟର ତୃତୀୟ ପର୍ଯ୍ୟାୟ ଲାଗି ଚିକିତ୍ସିତ ହେଉଥିବା ଅଭିନେତ୍ରୀ ହିନା  ଖାନ୍‌ ନିଜର ସୋସିଆଲ୍‌ ମିଡିଆ ହ୍ୟାଣ୍ଡଲରେ ଏକ ଭିଡିଓ ସେୟାର  କରିଛନ୍ତି । ସେଥିରେ ତାଙ୍କୁ ଏକ ୱିଗ୍‌ ପିନ୍ଧିଥିବା ଦେଖିବାକୁ  ମିଳୁଛି । ସବୁଠୁ ବଡ଼ କଥା ହେଲା ସେହି ୱିଗ୍‌ ତାଙ୍କ  ନିଜ କେଶରେ ତିଆରି । ସ୍ତନ କର୍କଟରେ ପୀଡ଼ିତ  ଅନ୍ୟ ମହିଳାଙ୍କୁ ପ୍ରେରଣା ଦେବା ଲାଗି ଭିଡିଓର   କ୍ୟାପସନ୍‌ରେ ହିନା ଏକ ଦୀର୍ଘ ବାର୍ତ୍ତା ଲେଖିଛନ୍ତି । ହିନା କହିଛନ୍ତି, ମୋତେ କର୍କଟ ହୋଇଥିବା  ନେଇ ସାମ୍ନାକୁ ଆସିବା ପରେ ମୋର କେଶ  ଝଡି଼ଯିବ ବୋଲି ଜାଣିଥିଲି । ତେଣୁ କେଶ ଦୀର୍ଘ, ସୁସ୍ଥ ଥିବା ଅବସ୍ଥାରେ ମୋ ନିଜ ହିସାବରେ ତାକୁ କାଟିଦେଲି । ସେହି କେଶରୁ ଏକ ୱିଗ୍‌ କରିବାକୁ  ମୁଁ ନିଷ୍ପତ୍ତି ନେଲି ଯାହାକି ମୋତେ ଏହି ଆହ୍ୱାନଭରା  ସମୟରେ ଆରାମ ଦେବ । ଏହା ଏକ ସଶକ୍ତ ନିଷ୍ପତ୍ତି ଥିଲା ବୋଲି  ମୁଁ କହିବି । ଏଥିନେଇ ମୁଁ ଗର୍ବ କରୁଛି । 

ସମାନ ସଂଘର୍ଷ ଦେଇ ଯାଉଥିବା  ସବୁ ସାହସୀ ମହିଳାଙ୍କୁ ମୁଁ ଏହି ସ୍ୱତନ୍ତ୍ର ବାର୍ତ୍ତା ଦେବାକୁ ଚାହୁଁଛି ଯେ ଯଦି  ଆପଣମାନେ ମୋର ନିଷ୍ପତ୍ତି ସହ ସହମତ ତେବେ ସମାନ କାମ କରିବାକୁ   ଆପଣଙ୍କୁ ମୁଁ ପରାମର୍ଶ ଦେବି । ଏହାଦ୍ୱାରା ଅତି କମ୍‌ରେ ଗୋଟିଏ ଜିନିଷ  ଆପଣମାନଙ୍କ ଲାଗି ସହଜ ହୋଇଯିବ ଏବଂଆପଣମାନେ ଆରାମ  ଅନୁଭବ କରିବେ । ମୁଁ ଏହି ୱିଗ୍‌କୁ ପିନ୍ଧିବା ପରେ କୌଣସି ପ୍ରକାରେ  ନିଜର କେଶ ମୋତେ ପୁଣି ମିଳି ଯାଇଥିବା ଭଳି ଅନୁଭବ କରୁଛି।  ଏହା କେବଳ ଏକ ପର୍ଯ୍ୟାୟ । ଏହି ପର୍ଯ୍ୟାୟ ଦେଇ ଯିବାକୁ ହେବ   ବୋଲି ମୁଁ ଆଗରୁ ଜାଣିଥିଲି । ତେଣୁ ପରିସ୍ଥିତିକୁ ସାମାନ୍ୟ  କରିବାକୁ ନିଜ ତରଫରୁ ନିଷ୍ପତ୍ତି ନେଇଥିଲି ।  

ବର୍ତ୍ତମାନ ମୁଁ ଏହାକୁ ବ୍ୟବହାର  କରୁଥିବାବେଳେ ଆପଣମାନଙ୍କ ସହ  ଶେୟାର କରିବାକୁ ଏହା ଏକ ଭଲ  କାହାଣୀ ହେବ ବୋଲି ଭାବିଲି ।  ସେହିପରି ସେ ତାଙ୍କ ଲାଗି  ପ୍ରାର୍ଥନା କରିବାକୁ ପ୍ରଶଂସକଙ୍କୁ  ନିବେଦନ କରିଛନ୍ତି ।  ସୂଚନାଥାଉକି, ଗତ ମାସରେ  ହିନା ଏକ ଭିଡିଓ ଶେୟାର କରିଥିଲେ ।  ସେଥିରେ ତାଙ୍କୁ ନିଜ କେଶ କାଟୁଥିବା ଦେଖିବାକୁ  ମିଳିଥିଲା । ସେତେବେଳେ ମଧ୍ୟ ସେ ଏକ ଦୀର୍ଘ ବାର୍ତ୍ତା ଲେଖି   ସେଥିରେ କେଶରୁ ଏକ ୱିଗ୍‌ କରିବାକୁ ଯୋଜନା କରୁଥିବା ଦର୍ଶାଇଥିଲେ । ‘ୟେ ରିସ୍ତା କ୍ୟା କେହଲାତା ହୈ’ ଟିଭି ଶୋ’  ଲାଗି ହିନା ଦର୍ଶକୀୟ ଆଦୃତି ପାଇଥିଲେ । ସେ ମଧ୍ୟ ‘ଖତରୋଁ  କେ ଖିଲାଡି ସିଜନ୍‌-୮’ ଓ ‘ବିଗବସ୍‌ -୧୧’ ଭଳି ଟିଭି ରିଆଲିଟି  ଶୋ’ରେ ଭାଗ ନେଇଥିଲେ।