ଇସ୍ତଫା ଦେଲେ ଜିଲା ଯୁବ ବିଜେଡି ସମ୍ପାଦକ

କର୍ଲାମୁଣ୍ଡା,୧୧।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜେଡି ଶିବିରରେ ଦେଖା ଦେଇଛି ଇସ୍ତଫାର ସୁଅ । ରାଜ୍ୟ ସଭା ଏମ୍‌ପି ସୁଜିତ କୁମାର ଦଳ ଓ ପଦବୀରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହେବା ପରେ ବିଭିନ୍ନ ବ୍ଲକର ବିଶେଷ କରି ଯୁବନେତାମାନେ ଇସ୍ତଫା ଦେବା ଆରମ୍ଭ କରିଦେଇଛନ୍ତି। ବୁଧବାର ଜିଲା ଯୁବ ବିଜେଡି ସମ୍ପାଦକ ନନ୍ଦି କିଶୋର ଭୋଇ ବିଜେଡିରୁ ଜିଲା ସମ୍ପାଦକ ପଦବୀ ଓ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବା ଜଣାପଡିଛି। ନନ୍ଦି ଭୋଇ […] The post ଇସ୍ତଫା ଦେଲେ ଜିଲା ଯୁବ ବିଜେଡି ସମ୍ପାଦକ appeared first on Dharitri Odia News.

ଇସ୍ତଫା ଦେଲେ ଜିଲା ଯୁବ ବିଜେଡି ସମ୍ପାଦକ

କର୍ଲାମୁଣ୍ଡା,୧୧।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜେଡି ଶିବିରରେ ଦେଖା ଦେଇଛି ଇସ୍ତଫାର ସୁଅ । ରାଜ୍ୟ ସଭା ଏମ୍‌ପି ସୁଜିତ କୁମାର ଦଳ ଓ ପଦବୀରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହେବା ପରେ ବିଭିନ୍ନ ବ୍ଲକର ବିଶେଷ କରି ଯୁବନେତାମାନେ ଇସ୍ତଫା ଦେବା ଆରମ୍ଭ କରିଦେଇଛନ୍ତି। ବୁଧବାର ଜିଲା ଯୁବ ବିଜେଡି ସମ୍ପାଦକ ନନ୍ଦି କିଶୋର ଭୋଇ ବିଜେଡିରୁ ଜିଲା ସମ୍ପାଦକ ପଦବୀ ଓ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବା ଜଣାପଡିଛି। ନନ୍ଦି ଭୋଇ ହେଉଛନ୍ତି କର୍ଲାମୁଣ୍ଡା ବ୍ଲକ କନ୍ଧ ସମାଜର ବ୍ଳକ ସଭାପତି। ଦଳ ତାଙ୍କୁ ଅଣଦେଖା କରୁଥିଲା ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଦଳ ଛାଡିବା ପରେ ବିଜେଡକୁ ଏକ ପ୍ରକାର ଝଟକା ଲାଗିଛି। ସେ ଦୀର୍ଘ ଦିନ ଧରି ବିଜେଡିର ସକ୍ରିୟ ସଭ୍ୟ ଭାବେ ସଂଗଠନକୁ ମଜବୁତ କରିବା ନେଇ ସବୁବେଳେ ଉଦ୍ୟମ ଜାରି ରଖିଥିଲେ। ସେ ତାଙ୍କ ଇସ୍ତଫାପତ୍ର ଜିଲା ଯୁବ ବିଜେଡି ସଭାପତିଙ୍କ ନିକଟକୁ ପଠେଇଥିବା କହିଛନ୍ତି।

The post ଇସ୍ତଫା ଦେଲେ ଜିଲା ଯୁବ ବିଜେଡି ସମ୍ପାଦକ appeared first on Dharitri Odia News.