ଏହି ୩ ରାଜ୍ୟକୁ ଉଡ଼ାଇ ଦେବା ପାଇଁ ଲକ୍ଷ୍ୟ ରଖିଥିଲେ ଦୁଇ ଆତଙ୍କବାଦୀ
ବେଙ୍ଗାଲୁରୁ,୧୩ା୪: ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଏନ୍ଆଇଏ ଦ୍ୱାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଏକ ବଡ଼ କଥା ଉନ୍ମୋଚନ ହୋଇଛି। ଉଭୟ ଆତଙ୍କବାଦୀ ଆଇଏସ୍-ଅଲ୍ ହିନ୍ଦ ମଡ୍ୟୁଲ ସହିତ ଜଡ଼ିତ। ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ବିଶେଷ କରି କର୍ନାଟକ, କେରଳ ଏବଂ ମହାରାଷ୍ଟ୍ର ଏହି ମଡ୍ୟୁଲର ଲକ୍ଷ୍ୟ। ଉଭୟ ଅଭିଯୁକ୍ତଙ୍କ ଯୋଜନା ଏହି ରାଜ୍ୟରେ ବ୍ୟାପକ ବିସ୍ଫୋରଣ ଘଟାଇବା ଥିଲା। ଏନ୍ଆଇଏ ସୂତ୍ର ଅନୁଯାୟୀ, ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଆଇଏସ୍ ଖୋରାସାନଙ୍କ ନିର୍ଦ୍ଦେଶରେ […] The post ଏହି ୩ ରାଜ୍ୟକୁ ଉଡ଼ାଇ ଦେବା ପାଇଁ ଲକ୍ଷ୍ୟ ରଖିଥିଲେ ଦୁଇ ଆତଙ୍କବାଦୀ appeared first on Dharitri Odia News.
ବେଙ୍ଗାଲୁରୁ,୧୩ା୪: ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଏନ୍ଆଇଏ ଦ୍ୱାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଏକ ବଡ଼ କଥା ଉନ୍ମୋଚନ ହୋଇଛି। ଉଭୟ ଆତଙ୍କବାଦୀ ଆଇଏସ୍-ଅଲ୍ ହିନ୍ଦ ମଡ୍ୟୁଲ ସହିତ ଜଡ଼ିତ। ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ବିଶେଷ କରି କର୍ନାଟକ, କେରଳ ଏବଂ ମହାରାଷ୍ଟ୍ର ଏହି ମଡ୍ୟୁଲର ଲକ୍ଷ୍ୟ। ଉଭୟ ଅଭିଯୁକ୍ତଙ୍କ ଯୋଜନା ଏହି ରାଜ୍ୟରେ ବ୍ୟାପକ ବିସ୍ଫୋରଣ ଘଟାଇବା ଥିଲା। ଏନ୍ଆଇଏ ସୂତ୍ର ଅନୁଯାୟୀ, ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଆଇଏସ୍ ଖୋରାସାନଙ୍କ ନିର୍ଦ୍ଦେଶରେ ଏହି ମଡ୍ୟୁଲ ଗତ ତିନି ବର୍ଷ ଧରି ଚାଲିଆସୁଛି। ଗୁପ୍ତଚର ଏଜେନ୍ସି ଏହା ମଧ୍ୟ କହିଛି ଯେ, ଅବଦୁଲ ମାଥିନ ଏବଂ ମୁସାଭିର ହୁସେନ ଶାଜବେ ବିଦେଶରୁ ନିର୍ଦ୍ଦେଶ ଗ୍ରହଣ କରୁଥିଲେ। ଆଇଏସ୍ ଅଲ୍ ହିନ୍ଦ୍ ମଡ୍ୟୁଲ ଦେଶ ପାଇଁ ଏକ ବଡ଼ ବିପଦ।
ସୂଚନାନୁସାରେ, ନକଲି ଆଧାର କାର୍ଡ ଆଧାରରେ ଅବଦୁଲ ମାଥିନ ଏବଂ ମୁସାଭିର୍ ଶାଜେବ ନକଲି ପରିଚୟ ଆଧାରରେ ଅନେକ ହୋଟେଲରେ ରହିଥିଲେ। ନକଲି ଆଧାରକାର୍ଡ ଦେଇ ସେ ଅନେକ ହୋଟେଲରେ ରହିବାର ବ୍ୟବସ୍ଥା କରିଥିଲେ। ନିଜର ପରିଚୟ ଲୁଚାଇବା ପାଇଁ ସେ ହିନ୍ଦୁ ନାମରେ ଆଧାରକାର୍ଡ ତିଆରି କରିଥିଲେ। ରାମେଶ୍ୱରମ କାଫେ ବିସ୍ଫୋରଣର ଆତଙ୍କବାଦୀମାନେ ଅନେକ ଦିନ ହୋଟେଲ ବଦଳାଇ କୋଲକାତାରେ ଲୁଚି ରହିଥିଲେ। ମାର୍ଚ୍ଚ ୧୨ରେ ଉଭୟ କୋଲକାତାରେ ପହଞ୍ଚି ପ୍ରଥମେ ଏସ୍ପ୍ଲାନେଡ ଅଞ୍ଚଳରେ ଥିବା ଏସପ୍ଲାନେଡ୍ ଇନ ହୋଟେଲରେ ଚେକ୍ କରିଥିଲେ। ଏଠାରେ ସେ କହିଥିଲେ ଯେ, ଅଫିସ କାମ ପାଇଁ ସେ ସିଲିଗୁଡ଼ିରୁ କୋଲକାତା ଆସିଛନ୍ତି।
The post ଏହି ୩ ରାଜ୍ୟକୁ ଉଡ଼ାଇ ଦେବା ପାଇଁ ଲକ୍ଷ୍ୟ ରଖିଥିଲେ ଦୁଇ ଆତଙ୍କବାଦୀ appeared first on Dharitri Odia News.