ଇସ୍ତଫା ଦେଲେ ୱିପ୍ରୋ CEO ଥିଏରୀ ଡେଲାପୋର୍ଟେ, ଏବେ ଶ୍ରୀନି ପଲ୍ଲିୟା ସମ୍ଭାଳିବେ ଦାୟିତ୍ୱ

ବେଙ୍ଗାଲୁରୁ ୬।୪: ଆଇଟି କମ୍ପାନୀ ୱିପ୍ରୋର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ପଦରୁ ଥିଏରୀ ଡେଲାପୋର୍ଟେ ଇସ୍ତଫା ଦେଇଛନ୍ତି। କମ୍ପାନୀ ଏକ ନିୟାମକିୟ ଫାଇଲିଂରେ ଏହି ଘୋଷଣା କରିଛି। ଏଥିରେ କମ୍ପାନୀ ଶ୍ରୀନି ପଲ୍ଲିୟାଙ୍କୁ ନୂଆ ସିଇଓ ନିଯୁକ୍ତ କରିଥିବା କହିଛି। ଶ୍ରୀନି ପଲ୍ଲିୟା କମ୍ପାନୀର ଆମେରିକା ୱାନ୍ କ୍ଷେତ୍ରର ସିଇଓ ଥିଲେ। ଏପ୍ରିଲ ୭ ତାରିଖରୁ ସେ ନୂଆ ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟ କରିବେ। ଏହି ସୂଚନା ୱିପ୍ରୋ ପକ୍ଷରୁ ଶନିବାର ଦିଆଯାଇଛି। ଭାରତର ଆଇଟି କ୍ଷେତ୍ରରେ ୪ ନମ୍ବର କମ୍ପାନୀ ୱିପ୍ରୋ ଲିମିଟେଡ ଶନିବାର କମ୍ପାନୀର ମୁଖ୍ୟକାର୍ଯ୍ୟକାରୀ ଅଧିକାରୀ ଓ  ପରିଚାଳନା ନିର୍ଦ୍ଦେଶକ ରୂପେ ଶ୍ରୀନି କାର୍ଯ୍ୟ କରିବେ ବୋଲି ଘୋଷଣା କରିଛି, ଯାହା ତୁରନ୍ତ ପ୍ରଭାବରେ କାର୍ଯ୍ୟକାରୀ ହୋଇଛି। ଶ୍ରୀନି ପଲ୍ଲିୟା ଥିୟେରୀ ଡେଲାପୋର୍ଟେଙ୍କ ସ୍ଥାନ ନେବେ। ଥିଏରୀ ଡେଲାପୋର୍ଟେ ଗତ ୪ ବର୍ଷ ହେଲା ୱିପ୍ରୋରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ନେତୃତ୍ୱ ନେଇଥିଲେ। ତେବେ କାର୍ଯ୍ୟରୁ ଅବ୍ୟହତି ନେବା ପରେ ଡେଲାପୋର୍ଟେ ତାଙ୍କ ଇଛାର ଅନୁସରଣ କରିବେ ବୋଲି କମ୍ପାନୀ ପକ୍ଷରୁ ବିବୃତ୍ତିରେ କୁହାଯାଇଛି। କମ୍ପାନୀ ବିଏସଇରେ କରିଥିବା ନିୟାମକିୟ ଫାଇଲିଂରେ ଉଲ୍ଲେଖ କରିଛି ଯେ ୱିପ୍ରୋ ବୋର୍ଡ ୬ ଏପ୍ରଲ ୨୦୨୪ରେ ଡେଲାପୋର୍ଟେଙ୍କ ଇସ୍ତଫା ନୋଟ କରିଛି ଓ ୩୧ ମେ ୨୦୨୪ରେ ତାଙ୍କର ବ୍ୟବସାୟୀକ ଘଣ୍ଟା ସମାପ୍ତି

ଇସ୍ତଫା ଦେଲେ ୱିପ୍ରୋ CEO ଥିଏରୀ ଡେଲାପୋର୍ଟେ, ଏବେ ଶ୍ରୀନି ପଲ୍ଲିୟା ସମ୍ଭାଳିବେ ଦାୟିତ୍ୱ

ବେଙ୍ଗାଲୁରୁ ୬।୪: ଆଇଟି କମ୍ପାନୀ ୱିପ୍ରୋର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ପଦରୁ ଥିଏରୀ ଡେଲାପୋର୍ଟେ ଇସ୍ତଫା ଦେଇଛନ୍ତି। କମ୍ପାନୀ ଏକ ନିୟାମକିୟ ଫାଇଲିଂରେ ଏହି ଘୋଷଣା କରିଛି। ଏଥିରେ କମ୍ପାନୀ ଶ୍ରୀନି ପଲ୍ଲିୟାଙ୍କୁ ନୂଆ ସିଇଓ ନିଯୁକ୍ତ କରିଥିବା କହିଛି। ଶ୍ରୀନି ପଲ୍ଲିୟା କମ୍ପାନୀର ଆମେରିକା ୱାନ୍ କ୍ଷେତ୍ରର ସିଇଓ ଥିଲେ। ଏପ୍ରିଲ ୭ ତାରିଖରୁ ସେ ନୂଆ ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟ କରିବେ। ଏହି ସୂଚନା ୱିପ୍ରୋ ପକ୍ଷରୁ ଶନିବାର ଦିଆଯାଇଛି। 

ଭାରତର ଆଇଟି କ୍ଷେତ୍ରରେ ୪ ନମ୍ବର କମ୍ପାନୀ ୱିପ୍ରୋ ଲିମିଟେଡ ଶନିବାର କମ୍ପାନୀର ମୁଖ୍ୟକାର୍ଯ୍ୟକାରୀ ଅଧିକାରୀ ଓ  ପରିଚାଳନା ନିର୍ଦ୍ଦେଶକ ରୂପେ ଶ୍ରୀନି କାର୍ଯ୍ୟ କରିବେ ବୋଲି ଘୋଷଣା କରିଛି, ଯାହା ତୁରନ୍ତ ପ୍ରଭାବରେ କାର୍ଯ୍ୟକାରୀ ହୋଇଛି। ଶ୍ରୀନି ପଲ୍ଲିୟା ଥିୟେରୀ ଡେଲାପୋର୍ଟେଙ୍କ ସ୍ଥାନ ନେବେ। ଥିଏରୀ ଡେଲାପୋର୍ଟେ ଗତ ୪ ବର୍ଷ ହେଲା ୱିପ୍ରୋରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ନେତୃତ୍ୱ ନେଇଥିଲେ। ତେବେ କାର୍ଯ୍ୟରୁ ଅବ୍ୟହତି ନେବା ପରେ ଡେଲାପୋର୍ଟେ ତାଙ୍କ ଇଛାର ଅନୁସରଣ କରିବେ ବୋଲି କମ୍ପାନୀ ପକ୍ଷରୁ ବିବୃତ୍ତିରେ କୁହାଯାଇଛି। 

କମ୍ପାନୀ ବିଏସଇରେ କରିଥିବା ନିୟାମକିୟ ଫାଇଲିଂରେ ଉଲ୍ଲେଖ କରିଛି ଯେ ୱିପ୍ରୋ ବୋର୍ଡ ୬ ଏପ୍ରଲ ୨୦୨୪ରେ ଡେଲାପୋର୍ଟେଙ୍କ ଇସ୍ତଫା ନୋଟ କରିଛି ଓ ୩୧ ମେ ୨୦୨୪ରେ ତାଙ୍କର ବ୍ୟବସାୟୀକ ଘଣ୍ଟା ସମାପ୍ତି ସହିତ ତାଙ୍କୁ ନିଯୁକ୍ତିରୁ ମୁକ୍ତ କରିଦିଆଯିବ। ଅପରପକ୍ଷେ କମ୍ପାନୀର ନୋମିନେସନ ଓ ରିମ୍ୟୁନିରେସନ କମିଟିଙ୍କ ସୁପାରିଶ ଅନୁସାରେ ଏପ୍ରିଲ ମାସରୁ କମ୍ପାନୀର ମୁଖ୍ୟକାର୍ଯ୍ୟକାରୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ରୂପେ ଶ୍ରୀନି ପଲ୍ଲିୟାଙ୍କ ନିଯୁକ୍ତିକୁ ମଞ୍ଜୁର କରିଛି।