ଇସ୍‌ରାଏର ଚାର୍ଟରିଂ ସେରିମନି

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ହିଟିଂ, ରେଫ୍ରିଜରେଟିଂ ଆଣ୍ଡ ଏୟାର କଣ୍ଡିସ୍‌ନିଂ ଇଞ୍ଜିନିୟର୍ସ (ଆଇଏସ୍‌ଏଚ୍‌ଏଆର୍‌ଏଇ ବା ଇସ୍‌ରାଏ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଚାର୍ଟରିଂ ସେରିମନି’ର ଆୟୋଜନ ଭୁବନେଶ୍ୱରର ଏକ ୫ ତାରକା ହୋଟେଲଠାରେ କରାଯାଇଥିଲା। ରାଜ୍ୟରେ ଇସ୍‌ରାଏର ଅଭିନବ ଓ ଉଲ୍ଲେଖନୀୟ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରୁଛି। ଏହି କାର୍ଯ୍ୟକ୍ରମରେ ଆସୋସିଏଶନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି ସେରିମନିରେ ଗଭର୍ନର ବୋର୍ଡ […] The post ଇସ୍‌ରାଏର ଚାର୍ଟରିଂ ସେରିମନି appeared first on Dharitri Odia News.

ଇସ୍‌ରାଏର ଚାର୍ଟରିଂ ସେରିମନି

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ହିଟିଂ, ରେଫ୍ରିଜରେଟିଂ ଆଣ୍ଡ ଏୟାର କଣ୍ଡିସ୍‌ନିଂ ଇଞ୍ଜିନିୟର୍ସ (ଆଇଏସ୍‌ଏଚ୍‌ଏଆର୍‌ଏଇ ବା ଇସ୍‌ରାଏ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଚାର୍ଟରିଂ ସେରିମନି’ର ଆୟୋଜନ ଭୁବନେଶ୍ୱରର ଏକ ୫ ତାରକା ହୋଟେଲଠାରେ କରାଯାଇଥିଲା। ରାଜ୍ୟରେ ଇସ୍‌ରାଏର ଅଭିନବ ଓ ଉଲ୍ଲେଖନୀୟ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରୁଛି। ଏହି କାର୍ଯ୍ୟକ୍ରମରେ ଆସୋସିଏଶନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି ସେରିମନିରେ ଗଭର୍ନର ବୋର୍ଡ ପାଇଁ ଏକ ଶପଥ ଗ୍ରହଣ ସମାରୋହର ଆୟୋଜନ କରାଯାଇଥିଲା, ଯେଉଁଥିରେ ଇସ୍‌ରାଏ ଭୁବନେଶ୍ୱର ଚାପ୍ଟରର ତତ୍କାଳ ପୂର୍ବତନ ଅଧ୍ୟକ୍ଷ ବାଲାଜୀ କୁମାର ଚୌଧୁରୀ, ଅଧ୍ୟକ୍ଷ ନୀଳାଚଳ କାଶୀନାଥ ଗୌଡ, ନିର୍ବାଚିତ ଅଧ୍ୟକ୍ଷ ସଚିନ୍ଦ୍ର କୁମାର ରାଉତ, ସଚିବ ସଞ୍ଜିତ କୁମାର ଆଚାର୍ଯ୍ୟ, ଟ୍ରେଜରର ନିଳୋପତ୍ଳା ବେଜ୍‌ ପ୍ରମୁଖ ସାମିଲ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସୋସାଇଟି ନିୟମ ଅନୁଯାୟୀ ପାଳନ କରାଯାଇଥିଲା। ଏହି ଅବସରରେ ସି. ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟିର ଅଧ୍ୟକ୍ଷ ଡ.ସଞ୍ଜୀବ କୁମାର ରାଉତ କହିଛନ୍ତି, ଇସ୍‌ରାଏ ଭୁବନେଶ୍ୱରର ଉଭୟ ବୈଜ୍ଞାନିକ ଓ ବୈଷୟିକ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ସୃଷ୍ଟିକରି ଏହି ବର୍ଦ୍ଧିତ ଶିଳ୍ପକୁ ସହଯୋଗ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶିକ୍ଷାନୁଷ୍ଠାନ, ଆଇଟିଆଇ, ୟୁନିଭର୍ସିଟିଗୁଡିକ ସହଯୋଗରେ ଏହା ଶିଳ୍ପ ପାଇଁ ପ୍ରଶିକ୍ଷିତ ବ୍ୟକ୍ତି ସୃଷ୍ଟି କରିପାରିବ ଏବଂ ଅଣସଂଗଠିତ କ୍ଷେତ୍ରରେ ବିଦ୍ୟମାନ ବୈଷୟିକ କର୍ମଚାରୀମାନଙ୍କୁ ଅପ୍‌ଗ୍ରେଡ୍‌ କରିପାରିବ। ମୁଁ ଏହା ଜାଣି ଖୁବ୍‌ ଖୁସି ଅନୁଭବ କରୁଛି ଯେ ୭ବର୍ଷ ପୂର୍ବେ ଆମେ ସୃଷ୍ଟି କରିଥିବା କ୍ଷୁଦ୍ର ସଂଗଠନଗୁଡିକ ଏବେ ଶିଳ୍ପ ଓ ବ୍ୟବସାୟଗୁଡିକ ସହ ସମନ୍ବୟ ରକ୍ଷାକରି ବିକଶିତ ସହ ବୃଦ୍ଧି ପାଉଛନ୍ତି।

The post ଇସ୍‌ରାଏର ଚାର୍ଟରିଂ ସେରିମନି appeared first on Dharitri Odia News.