ଇସ୍ରାଏଲ ଆକ୍ରମଣରେ ଲେବାନନ୍ରେ ୪୦ ମୃତ
ବେରୁଟ୍: ଇସ୍ରାଏଲ ପକ୍ଷରୁ ଶନିବାର ରାତିରେ ଲେବାନନ୍ ରାଜଧାନୀ ବେରୁଟ୍ ସହରର ଉପକଣ୍ଠସ୍ଥ ଅଞ୍ଚଳରେ ପ୍ରବଳ ବୋମାମାଡ କରାଯାଇଥିବାବେଳେ ୪୦ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଏକାଧିକ ଶିଶୁ ସାମିଲ ଥିବା କୁହାଯାଇଛି। ଇସ୍ରାଏଲ ପକ୍ଷରୁ ସହର ଛାଡି ଅନ୍ୟତ୍ର ପଳାଇବାକୁ ସ୍ଥାନୀୟ ଲୋକଙ୍କୁ ନିର୍ଦେଶ ଦିଆଯାଇଥିଲା। ଇସ୍ରାଏଲର ଲଢୁଆ ବିମାନଗୁଡିକ ବେରୁଟ୍ ନିକଟସ୍ଥ ବାଲବେକ୍ ସହର ଉପରେ ପ୍ରବଳ ବୋମାମାଡ କରିଥିବାବେଳେ ୮ ହେଜବୋଲ୍ଲା ଆତଙ୍କବାଦୀଙ୍କ ସମେତ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଗତବର୍ଷ […]

ବେରୁଟ୍: ଇସ୍ରାଏଲ ପକ୍ଷରୁ ଶନିବାର ରାତିରେ ଲେବାନନ୍ ରାଜଧାନୀ ବେରୁଟ୍ ସହରର ଉପକଣ୍ଠସ୍ଥ ଅଞ୍ଚଳରେ ପ୍ରବଳ ବୋମାମାଡ କରାଯାଇଥିବାବେଳେ ୪୦ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଏକାଧିକ ଶିଶୁ ସାମିଲ ଥିବା କୁହାଯାଇଛି। ଇସ୍ରାଏଲ ପକ୍ଷରୁ ସହର ଛାଡି ଅନ୍ୟତ୍ର ପଳାଇବାକୁ ସ୍ଥାନୀୟ ଲୋକଙ୍କୁ ନିର୍ଦେଶ ଦିଆଯାଇଥିଲା। ଇସ୍ରାଏଲର ଲଢୁଆ ବିମାନଗୁଡିକ ବେରୁଟ୍ ନିକଟସ୍ଥ ବାଲବେକ୍ ସହର ଉପରେ ପ୍ରବଳ ବୋମାମାଡ କରିଥିବାବେଳେ ୮ ହେଜବୋଲ୍ଲା ଆତଙ୍କବାଦୀଙ୍କ ସମେତ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଗତବର୍ଷ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଶେଷ ହୋଇନଥିବାବେଳେ ଲେବାନନ୍ରେ ସକ୍ରିୟ ଥିବା ହେଜବୋଲ୍ଲା ସଂଗଠନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଛି। ବିଗତ ଏକବର୍ଷ ମଧ୍ୟରେ ଇସ୍ରାଏଲ ଆକ୍ରମଣରେ ଲେବାନନରେ ୩୧୩୬ ଜଣ ପ୍ରାଣ ହରାଇ ସାରିଥିବାବେଳେ ୧୪ ହଜାରରୁ ଅଧିକ ଆହତ ହୋଇଥିବା ଜଣାପଡିଛି।