ଇସ୍ରାଏଲ ଉପରେ ଇରାନର ଆକ୍ରମଣ ଚେତାବନୀ ପରେ ବଦଳିଲା ଏୟାର ଇଣ୍ଡିଆ ଗତିପଥ
ମୁମ୍ବାଇ ୧୩।୪: ଇରାନ ଓ ଇସ୍ରାଏଲ ମଧ୍ୟରେ ବଢୁଥିବା ଉତ୍ତେଜନାର ପ୍ରଭାବ ଏବେ ଭାରତୀୟ ବିମାନ ଯାତ୍ରା ଉପରେ ପଡିଲାଣି। ଇସ୍ରାଏଲ ଉପରେ ଇରାନର ଜବାବୀ ଆକ୍ରମଣର ଚେତାବନୀ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢିଛି। ଫଳରେ ଶନିବାର ଏୟାର ଇଣ୍ଡିଆ ଉଡାଣ ଇରାନ ବାୟୁକ୍ଷେତ୍ରକୁ ପ୍ରବେଶ କରି ନାହିଁ। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ୟୁରୋପ ଯାଉଥିବା ଏୟାର ଇଣ୍ଡିଆ ଉଡାଣ ଶନିବାର ଇରାନ ଏୟାରସ୍ପେସ୍ରୁ ବର୍ତ୍ତିବା ପାଇଁ ଦୀର୍ଘ ରାସ୍ତାକୁ ବାଛିଛି। ଭାରତ ସମେତ ଫ୍ରାନ୍ସ ଓ ଋଷିଆ ଆଦି ଦେଶମାନେ ଏବେ ନିଜନିଜ ନାଗରିକଙ୍କୁ ଏହି କ୍ଷେତ୍ରକୁ ଯାତ୍ରା ନ କରିବା ପାଇଁ ଚେତାବନୀ ଜାରି କରିଛନ୍ତି। ଦୁଇ ମଧ୍ୟପ୍ରାଚ୍ୟ ଦେଶଙ୍କ ମଧ୍ୟରେ ଚାଲିଥିବା ଶାଡୋ ୱାର ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଡାମାସକସ୍ ସ୍ଥିତ ଇରାନ ବାଣିଜ୍ୟଦୂତାବାସ ଉପରେ ଇସ୍ରାଏଲର ବିମାନ ଆକ୍ରମଣ ଯୋଗୁ ୨ ଜେନେରାଲଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିରୁ ଆମେରିକା ଓ ଅନ୍ୟ ଗୋଇନ୍ଦା ଆକଳନରୁ ଯାହା ଜଣାପଡୁଛି ରବିବାର ସୁଦ୍ଧା ଏହାର ଜବାବି କାର୍ଯ୍ୟାନୁଷ୍ଠାନ ହୋଇପାରେ। ଏହି ଅଭୂତପୂର୍ବ ଆକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ଗାଜା ପର୍ଯ୍ୟନ୍ତ ସୀମିତ ଯୁଦ୍ଧ ସମଗ୍ର କ୍ଷେତ୍ରକୁ ବ୍ୟାପିପାରେ ବୋଲି ଆକଳନ କରାଯାଉଛି। ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇ ଚଳିତ ସପ୍ତାହ ଆରମ୍ଭରେ ଇସ୍ରାଏଲକୁ ଦଣ୍ଡିତ କରିବାକୁ ଚେତାବନୀ ଦେଇଥିଲେ। କହିଥିଲେ ଇସ୍ର
ମୁମ୍ବାଇ ୧୩।୪: ଇରାନ ଓ ଇସ୍ରାଏଲ ମଧ୍ୟରେ ବଢୁଥିବା ଉତ୍ତେଜନାର ପ୍ରଭାବ ଏବେ ଭାରତୀୟ ବିମାନ ଯାତ୍ରା ଉପରେ ପଡିଲାଣି। ଇସ୍ରାଏଲ ଉପରେ ଇରାନର ଜବାବୀ ଆକ୍ରମଣର ଚେତାବନୀ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢିଛି। ଫଳରେ ଶନିବାର ଏୟାର ଇଣ୍ଡିଆ ଉଡାଣ ଇରାନ ବାୟୁକ୍ଷେତ୍ରକୁ ପ୍ରବେଶ କରି ନାହିଁ। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ୟୁରୋପ ଯାଉଥିବା ଏୟାର ଇଣ୍ଡିଆ ଉଡାଣ ଶନିବାର ଇରାନ ଏୟାରସ୍ପେସ୍ରୁ ବର୍ତ୍ତିବା ପାଇଁ ଦୀର୍ଘ ରାସ୍ତାକୁ ବାଛିଛି।
ଭାରତ ସମେତ ଫ୍ରାନ୍ସ ଓ ଋଷିଆ ଆଦି ଦେଶମାନେ ଏବେ ନିଜନିଜ ନାଗରିକଙ୍କୁ ଏହି କ୍ଷେତ୍ରକୁ ଯାତ୍ରା ନ କରିବା ପାଇଁ ଚେତାବନୀ ଜାରି କରିଛନ୍ତି। ଦୁଇ ମଧ୍ୟପ୍ରାଚ୍ୟ ଦେଶଙ୍କ ମଧ୍ୟରେ ଚାଲିଥିବା ଶାଡୋ ୱାର ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଡାମାସକସ୍ ସ୍ଥିତ ଇରାନ ବାଣିଜ୍ୟଦୂତାବାସ ଉପରେ ଇସ୍ରାଏଲର ବିମାନ ଆକ୍ରମଣ ଯୋଗୁ ୨ ଜେନେରାଲଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିରୁ ଆମେରିକା ଓ ଅନ୍ୟ ଗୋଇନ୍ଦା ଆକଳନରୁ ଯାହା ଜଣାପଡୁଛି ରବିବାର ସୁଦ୍ଧା ଏହାର ଜବାବି କାର୍ଯ୍ୟାନୁଷ୍ଠାନ ହୋଇପାରେ।
ଏହି ଅଭୂତପୂର୍ବ ଆକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ଗାଜା ପର୍ଯ୍ୟନ୍ତ ସୀମିତ ଯୁଦ୍ଧ ସମଗ୍ର କ୍ଷେତ୍ରକୁ ବ୍ୟାପିପାରେ ବୋଲି ଆକଳନ କରାଯାଉଛି। ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇ ଚଳିତ ସପ୍ତାହ ଆରମ୍ଭରେ ଇସ୍ରାଏଲକୁ ଦଣ୍ଡିତ କରିବାକୁ ଚେତାବନୀ ଦେଇଥିଲେ। କହିଥିଲେ ଇସ୍ରାଏଲକୁ ଦଣ୍ଡିତ କରାଯିବା ଦରକାର। ତାଙ୍କର ଜନୈକ ପରାମର୍ଶଦାତା କହିଛନ୍ତି ଯେ ଇସ୍ରାଏଲ ଦୂତାବାସ ଏବେ ଆଉ ସୁରକ୍ଷିତ ନୁହେଁ। ଅନ୍ୟପଟେ ଇସ୍ରାଏଲୀ ସେନା ନାଗରିକଙ୍କୁ ନୂଆ ନିର୍ଦ୍ଦେଶ ଜାରି କରାଯାଇଥିବା କହିଛି। ତେବେ ଇସ୍ରାଏଲ ସେନା ହାଇଆଲର୍ଟରେ ଥିବା ଓ କୌଣସି ପଦକ୍ଷେପର ଦୃଢ ଜବାବ ଦେବାକୁ ପ୍ରସ୍ତୁତ ଥିବା ସୂଚିତ କରିଛି।