‘ ଇସ୍ରାଏଲ ଉପରେ ଚାପ ପକାଉ ଭାରତ ...’ , ଇଣ୍ଡିଆକୁ ଅନୁରୋଧ କଲା ଇରାନ

ନୂଆଦିଲ୍ଲୀ : ଇରାନର ଉପ-ରାଷ୍ଟ୍ରଦୂତ ମହମ୍ମଦ ଜୱାଦ ହୁସୈନୀ ଇସ୍ରାଏଲ ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଆପଣାଇ ଭାରତରୁ ଇସ୍ରାଏଲର ଖୋଲାଖୋଲି ନିନ୍ଦା କରିଛନ୍ତି ଏବଂ ତା ଉପରେ ଚାପ ପକାଇବାକୁ ଭାରତକୁ ଅପିଲ କରିଛନ୍ତି। ସେ କହିଛନ୍ତି , ଭାରତ ଯେମିତି ଏକ ବଡ଼ ଓ ଶାନ୍ତିର ସମର୍ଥକ ଦେଶ , ଯାହା ବୈଶ୍ୱିକ ଦକ୍ଷିଣର ସ୍ୱର। ତାକୁ ଇସ୍ରାଏଲର ସମାଲୋଚନା କରି ଅଗ୍ରଣୀ ଭୂମିକା ତୁଲାଇବା ଉଚିତ୍‌।ମହମ୍ମଦ ଜୱାଦ ହୁସୈନୀ କହିଛନ୍ତି ଯେ, ଯଦି ଇସ୍ରାଏଲର ଅକ୍ଟୋବରରେ ହମାସ ବିରୋଧରେ ଆରମ୍ଭ କରାଯାଇ ଥିବା ହମଲା ବେଳେ ହିଁ ବୈଶ୍ୱିକ ସ୍ତରରେ ନିନ୍ଦା କରାଯାଇ ଥାନ୍ତା , ତ ସେ କେବେ ବି ଇରାନ ଭଳି ସାର୍ବଭୌମତ୍ୱ ଦେଶ ଉପରେ ହମଲା କରିବାର ସାହସ କରି ନଥାନ୍ତା। ହୁସୈନୀ ଅନ୍ତରାଷ୍ଟ୍ରୀୟ ପରମାଣୁ ଶକ୍ତି ଏଜେନ୍ସି (IAEA)ର ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି ଯେ, IAEA ନିଜେ କହିଥିଲା ଯେ ଇରାନ ପକ୍ଷରୁ କୌଣସି ସାମରିକ ପରମାଣୁ କାର୍ଯ୍ୟକଳାପ ଚାଲୁ ନଥିଲା। ତଥାପି ସେ ଇସ୍ରାଏଲର ପକ୍ଷ ନେଇ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଦେଇଥିଲା । ଏଥିରେ IAEAର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି। ହୁସୈନୀ ସ୍ପଷ୍ଟ କହିଛନ୍ତି , ଇରାନର ପ୍ରତିରକ୍ଷା ନୀତିରେ ପରମାଣୁ ଅସ୍ତ୍ରଶସ୍ତ୍ରର କୌଣସି ସ୍ଥାନ ନାହିଁ ଏବଂ ଦେଶକୁ ନିଜର ସୁରକ୍ଷା ପାଇଁ ଏହାର ଆବଶ୍ୟକତା ନାହିଁ।ସେ କହିଛନ୍ତି ପରମାଣୁ ଅସ୍ତ୍ର ଆମର ପ୍ରତିରକ୍ଷ

‘ ଇସ୍ରାଏଲ ଉପରେ ଚାପ ପକାଉ ଭାରତ ...’ , ଇଣ୍ଡିଆକୁ ଅନୁରୋଧ କଲା ଇରାନ

ନୂଆଦିଲ୍ଲୀ : ଇରାନର ଉପ-ରାଷ୍ଟ୍ରଦୂତ ମହମ୍ମଦ ଜୱାଦ ହୁସୈନୀ ଇସ୍ରାଏଲ ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଆପଣାଇ ଭାରତରୁ ଇସ୍ରାଏଲର ଖୋଲାଖୋଲି ନିନ୍ଦା କରିଛନ୍ତି ଏବଂ ତା ଉପରେ ଚାପ ପକାଇବାକୁ ଭାରତକୁ ଅପିଲ କରିଛନ୍ତି। ସେ କହିଛନ୍ତି , ଭାରତ ଯେମିତି ଏକ ବଡ଼ ଓ ଶାନ୍ତିର ସମର୍ଥକ ଦେଶ , ଯାହା ବୈଶ୍ୱିକ ଦକ୍ଷିଣର ସ୍ୱର। ତାକୁ ଇସ୍ରାଏଲର ସମାଲୋଚନା କରି ଅଗ୍ରଣୀ ଭୂମିକା ତୁଲାଇବା ଉଚିତ୍‌।

ମହମ୍ମଦ ଜୱାଦ ହୁସୈନୀ କହିଛନ୍ତି ଯେ, ଯଦି ଇସ୍ରାଏଲର ଅକ୍ଟୋବରରେ ହମାସ ବିରୋଧରେ ଆରମ୍ଭ କରାଯାଇ ଥିବା ହମଲା ବେଳେ ହିଁ ବୈଶ୍ୱିକ ସ୍ତରରେ ନିନ୍ଦା କରାଯାଇ ଥାନ୍ତା , ତ ସେ କେବେ ବି ଇରାନ ଭଳି ସାର୍ବଭୌମତ୍ୱ ଦେଶ ଉପରେ ହମଲା କରିବାର ସାହସ କରି ନଥାନ୍ତା। 

ହୁସୈନୀ ଅନ୍ତରାଷ୍ଟ୍ରୀୟ ପରମାଣୁ ଶକ୍ତି ଏଜେନ୍ସି (IAEA)ର ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି ଯେ, IAEA ନିଜେ କହିଥିଲା ଯେ ଇରାନ ପକ୍ଷରୁ କୌଣସି ସାମରିକ ପରମାଣୁ କାର୍ଯ୍ୟକଳାପ ଚାଲୁ ନଥିଲା। ତଥାପି ସେ ଇସ୍ରାଏଲର ପକ୍ଷ ନେଇ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଦେଇଥିଲା । ଏଥିରେ IAEAର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି। 

ହୁସୈନୀ ସ୍ପଷ୍ଟ କହିଛନ୍ତି , ଇରାନର ପ୍ରତିରକ୍ଷା ନୀତିରେ ପରମାଣୁ ଅସ୍ତ୍ରଶସ୍ତ୍ରର କୌଣସି ସ୍ଥାନ ନାହିଁ ଏବଂ ଦେଶକୁ ନିଜର ସୁରକ୍ଷା ପାଇଁ ଏହାର ଆବଶ୍ୟକତା ନାହିଁ।ସେ କହିଛନ୍ତି ପରମାଣୁ ଅସ୍ତ୍ର ଆମର ପ୍ରତିରକ୍ଷା ନୀତିର ଅଂଶ ନୁହେଁ। ଆମେ ନିଜର ସୁରକ୍ଷା ନିଜେ କରି ପାରିବୁ, ଆମକୁ ପରମାଣୁ ଅସ୍ତ୍ର ଆବଶ୍ୟକ ନାହିଁ। ଯେଉଁ ଅଭିଯୋଗ ଲଗାଯାଉଛି ଯେ, ଇରାନ ୟୁରେନିୟମକୁ ଅସ୍ତ୍ର ପାଇଁ ସମ୍ୱର୍ଦ୍ଧିତ କରୁଛି, ତାହା ସଂପୂର୍ଣ୍ଣ ରୂପେ ମିଛ। ସେ ଆହୁରି କହିଛନ୍ତି ଯେ, ଏହି ଅଭିଯୋଗ ବାସ୍ତବରେ ଆଉ ଏକ ଏଜେଣ୍ଡାକୁ ହାସଲ କରିବାର ପ୍ରୟାସ । ଏହାସହ କହିଛନ୍ତି ଯେ ଏବେ ତ ଏହି ଲୋକେ ଖୋଲାଖୋଲି ଶାସନ ପରିବର୍ତ୍ତନର କଥା କହୁଛନ୍ତି , ଲାଗୁଛି ଏହା ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ।


ପାକିସ୍ତାନୀ ସେନା ମୁଖ୍ୟଙ୍କ ଆମେରିକା ଗସ୍ତ ପରେ ଆମେରିକା କଣ ପାକିସ୍ତାନର ଲ୍ୟାଣ୍ଡ ବ୍ୟବହାର କରିବ ନାହିଁ ଜଣେ ସାମ୍ବାଦିକଙ୍କ ପ୍ରଶ୍ନରେ ହୁସୈନି କହିଥିଲେ ଯେ ପାକିସ୍ତାନ ଏପରି କୌଣସି ପଦକ୍ଷେପରେ ଅଂଶଗ୍ରହଣ କରିବ ନାହିଁ ଏବଂ ଇସ୍ରାଏଲର ହମଲା ବିରୋଧରେ ଇରାନକୁ ସମର୍ଥନ କରିବ।