ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କରିବ ଇରାନ । ମାଡ଼ କରିବ ୪ହଜାରରୁ ଉର୍ଦ୍ଧ୍ବ ଘାତକ ମିସାଇଲ

କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଘମାଘୋଟ ହେଉଛି ଯୁଦ୍ଧ ସ୍ଥିତି, ସୁଯୋଗ ପାଇବା ମାତ୍ରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି ଇରାନ ଓ ଇସ୍ରାଏଲ । ପୂର୍ବ ମିଶାଇଲ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ୨୬ ତାରିଖରେ ଇରାନର ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ । ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଇରାନ ବଡ଼ ଯୋଜନା କରିଥିବା ଆମେରିକାକୁ ଗୁପ୍ତ ସୂଚନା ମିଳିଛି । ୪ହଜାରରୁ ଉର୍ଦ୍ଧ୍ବ କ୍ଷେପଣାସ୍ତ୍ରରେ ଇସ୍ରାଏଲର ପ୍ରମୁଖ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଇରାନ ଯୋଜନା କରୁଥିବା ଆମେରିକା ପକ୍ଷରୁ କୁହାଯାଇଛି ।  ପୁଣିଥରେ ସୁଯୋଗ ଦେଖି ଇରାନ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲ ମଧ୍ୟ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି । ଏଥିପାଇଁ ଆମେରିକାରୁ ଅତ୍ୟାଧୁନିକ ଓ ବିଧ୍ବଂସକ ଅସ୍ତ୍ରଶସ୍ତ୍ର ମଗାଇଛନ୍ତି ନେତାନ୍ୟାହୁ ପ୍ରଶାସନ ।  ଇସ୍ରାଏଲର ବଳ ବଢାଉଛି ଆମେରିକା•    ଖୁବଶୀଘ୍ର ଇସ୍ରାଏଲରେ ପହଁଚିବ ଆମେରିକାର ଜିବିୟୁ-୪୩/ବି ବୋମା•    ଏହାକୁ ଆମେରିକାର ମଦର ଅଫ୍ ଅଲ୍ ବମ୍ ମଧ୍ୟ କୁହାଯାଏ•    ବୋମାର ଓଜନ ୯ହଜାର ୮୦୦ କିଲୋଗ୍ରାମ•    ଜିପିଏସ ମାଧ୍ୟରେ ଏହା ଟାର୍ଗେଟକୁ ହିଟ୍ କରିଥାଏ•    ହର୍କ୍ୟୁଲସ୍ କାର୍ଗୋ ବିମାନ ଜରିଆରେ ଏହି ବୋମାକୁ ନିକ୍ଷେପ କରାଯିବ•    ଏଥିପାଇଁ ଇସ୍ରାଏଲକୁ ଇରାନର ବାୟୁସୀମାକୁ ପ୍ରବେଶ କରିବାକୁ ହେବ•    ଏହା ବ୍ୟତୀତ ଇସ୍ରାଏଲକୁ ଜିବିୟୁ-୫୭ ବୋମା ଦେଉଛି ଆମେରିକା•  

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କରିବ ଇରାନ । ମାଡ଼ କରିବ ୪ହଜାରରୁ ଉର୍ଦ୍ଧ୍ବ ଘାତକ ମିସାଇଲ

କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଘମାଘୋଟ ହେଉଛି ଯୁଦ୍ଧ ସ୍ଥିତି, ସୁଯୋଗ ପାଇବା ମାତ୍ରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି ଇରାନ ଓ ଇସ୍ରାଏଲ । ପୂର୍ବ ମିଶାଇଲ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ୨୬ ତାରିଖରେ ଇରାନର ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ । ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଇରାନ ବଡ଼ ଯୋଜନା କରିଥିବା ଆମେରିକାକୁ ଗୁପ୍ତ ସୂଚନା ମିଳିଛି । ୪ହଜାରରୁ ଉର୍ଦ୍ଧ୍ବ କ୍ଷେପଣାସ୍ତ୍ରରେ ଇସ୍ରାଏଲର ପ୍ରମୁଖ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଇରାନ ଯୋଜନା କରୁଥିବା ଆମେରିକା ପକ୍ଷରୁ କୁହାଯାଇଛି । 

ପୁଣିଥରେ ସୁଯୋଗ ଦେଖି ଇରାନ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲ ମଧ୍ୟ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି । ଏଥିପାଇଁ ଆମେରିକାରୁ ଅତ୍ୟାଧୁନିକ ଓ ବିଧ୍ବଂସକ ଅସ୍ତ୍ରଶସ୍ତ୍ର ମଗାଇଛନ୍ତି ନେତାନ୍ୟାହୁ ପ୍ରଶାସନ । 

ଇସ୍ରାଏଲର ବଳ ବଢାଉଛି ଆମେରିକା
•    ଖୁବଶୀଘ୍ର ଇସ୍ରାଏଲରେ ପହଁଚିବ ଆମେରିକାର ଜିବିୟୁ-୪୩/ବି ବୋମା
•    ଏହାକୁ ଆମେରିକାର ମଦର ଅଫ୍ ଅଲ୍ ବମ୍ ମଧ୍ୟ କୁହାଯାଏ
•    ବୋମାର ଓଜନ ୯ହଜାର ୮୦୦ କିଲୋଗ୍ରାମ
•    ଜିପିଏସ ମାଧ୍ୟରେ ଏହା ଟାର୍ଗେଟକୁ ହିଟ୍ କରିଥାଏ
•    ହର୍କ୍ୟୁଲସ୍ କାର୍ଗୋ ବିମାନ ଜରିଆରେ ଏହି ବୋମାକୁ ନିକ୍ଷେପ କରାଯିବ
•    ଏଥିପାଇଁ ଇସ୍ରାଏଲକୁ ଇରାନର ବାୟୁସୀମାକୁ ପ୍ରବେଶ କରିବାକୁ ହେବ
•    ଏହା ବ୍ୟତୀତ ଇସ୍ରାଏଲକୁ ଜିବିୟୁ-୫୭ ବୋମା ଦେଉଛି ଆମେରିକା
•    ଜିବିୟୁ-୫୭ ଏକ ବଙ୍କର୍ ବ୍ଲଷ୍ଟର୍ ବୋମା

ଯଦି ଇରାନ ୪ହଜାର ମିଶାଇଲ ସହ ଆକ୍ରମଣ କରେ ତେବେ ମଧ୍ୟପ୍ରାଚ୍ୟରେ ଭୟଙ୍କର ସ୍ଥିତି ସୃଷ୍ଟି ହେବ ।  ସେପଟେ ଇସ୍ରାଏଲକୁ ମହାଶକ୍ତି ଆମେରିକାର ସାମରିକ ସମର୍ଥନ ଏହି ଲଢେଇକୁ ବିଶ୍ବଯୁଦ୍ଧ ମୁହାଁ କରାଇବ ବୋଲି ଚର୍ଚ୍ଚା ହେଉଛି ।