ଇସ୍ରାଏଲ ଗଲେ ଭାରତୀୟ ଶ୍ରମିକ, ଧ୍ବସ୍ତ ବିଧ୍ବସ୍ତ ଇସ୍ରାଏଲରେ କରିବେ ପୁନଃନିର୍ମାଣ କାର୍ଯ୍ୟ
ଯୁଦ୍ଧରେ ଧ୍ବସ୍ତ ବିଧ୍ବସ୍ତ ଇସ୍ରାଏଲରେ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଭାରତୀୟ ଶ୍ରମିକମାନଙ୍କର ପ୍ରଥମ ବ୍ୟାଚ୍ ଗସ୍ତ କରିଛି। ଭାରତରେ ଅବସ୍ଥାପିତ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ୍ ନିଜ X ହ୍ୟାଣ୍ଡେଲରେ ଏହି ସୂଚନା ଦେବାସହ ୬୦ରୁ ଅଧିକ ଭାରତୀୟ ଶ୍ରମିକ ଇସ୍ରାଏଲ ଗସ୍ତ କରିଥିବା ଉଲ୍ଲେଖ କରିଛନ୍ତି। ଭାରତ ସରକାରଙ୍କ ସହ ଚୁକ୍ତିନାମା ଅନୁଯାୟୀ ୬୦ରୁ ଅଧିକ ଭାରତୀୟ ନିର୍ମାଣ ଶ୍ରମିକଙ୍କ ପ୍ରଥମ ବ୍ୟାଚ୍ ଇସ୍ରାଏଲକୁ ପଠାଇଛୁ ବୋଲି ଉଲ୍ଲେଖ କରିବା ସହ ଏହି ଲୋକମାନେ ଦୁଇ […] The post ଇସ୍ରାଏଲ ଗଲେ ଭାରତୀୟ ଶ୍ରମିକ, ଧ୍ବସ୍ତ ବିଧ୍ବସ୍ତ ଇସ୍ରାଏଲରେ କରିବେ ପୁନଃନିର୍ମାଣ କାର୍ଯ୍ୟ appeared first on KNews Odisha.

ଯୁଦ୍ଧରେ ଧ୍ବସ୍ତ ବିଧ୍ବସ୍ତ ଇସ୍ରାଏଲରେ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଭାରତୀୟ ଶ୍ରମିକମାନଙ୍କର ପ୍ରଥମ ବ୍ୟାଚ୍ ଗସ୍ତ କରିଛି। ଭାରତରେ ଅବସ୍ଥାପିତ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ୍ ନିଜ X ହ୍ୟାଣ୍ଡେଲରେ ଏହି ସୂଚନା ଦେବାସହ ୬୦ରୁ ଅଧିକ ଭାରତୀୟ ଶ୍ରମିକ ଇସ୍ରାଏଲ ଗସ୍ତ କରିଥିବା ଉଲ୍ଲେଖ କରିଛନ୍ତି। ଭାରତ ସରକାରଙ୍କ ସହ ଚୁକ୍ତିନାମା ଅନୁଯାୟୀ ୬୦ରୁ ଅଧିକ ଭାରତୀୟ ନିର୍ମାଣ ଶ୍ରମିକଙ୍କ ପ୍ରଥମ ବ୍ୟାଚ୍ ଇସ୍ରାଏଲକୁ ପଠାଇଛୁ ବୋଲି ଉଲ୍ଲେଖ କରିବା ସହ ଏହି ଲୋକମାନେ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କର ରାଷ୍ଟ୍ରଦୂତ ହେବେ ବୋଲି କହିଛନ୍ତି।
ନଭେମ୍ବର ୨୦୨୩ରେ ନିର୍ମାଣ ଶ୍ରମିକଙ୍କ ଜରୁରୀ ଆବଶ୍ୟକତା ବିଷୟରେ ଇସ୍ରାଏଲ୍ ସରକାର, ଭାରତ ସରକାରଙ୍କୁ କହିଥିଲେ ଏବଂ ଗତ ଡିସେମ୍ବରରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏବିଷୟରେ କଥା ହୋଇଥିଲେ।
ଗତ କିଛି ମାସ ମଧ୍ୟରେ, ଇସ୍ରାଏଲ୍ କମ୍ପାନୀଗୁଡ଼ିକ ହରିୟାଣା ଏବଂ ୟୁପିରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିଲେ। ଯେତେବେଳେ ଏହି ନିଯୁକ୍ତି ଆରମ୍ଭ ହେଲା, ବାଣିଜ୍ୟ ସଂଗଠନ ଏବଂ ସେମାନଙ୍କ ସହ ଜଡ଼ିତ କାର୍ଯ୍ୟକର୍ତ୍ତାମାନେ କହିଥିଲେ ଯେ, ଏହି ନିଯୁକ୍ତି ପାଇଁ କେନ୍ଦ୍ର ସରକାର ସମସ୍ତ ନିୟମକୁ ଅଣଦେଖା କରୁଛନ୍ତି। ଯାହା ଅଧୀନରେ ଚାକିରୀ ପାଇଁ ବିବାଦୀୟ ଅଞ୍ଚଳକୁ ଯାଉଥିବା ଭାରତୀୟ ଶ୍ରମିକମାନେ ସୁରକ୍ଷା ପାଇପାରିବେ। ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହାମାସ ଆକ୍ରମଣ ପରେ ଗାଜାରେ ଯୁଦ୍ଧ ଚାଲିଛି ଏବଂ ଦେଶରେ ନିର୍ମାଣ ଶ୍ରମିକଙ୍କ ଅଭାବ ଦେଖାଦେଇଛି।
The post ଇସ୍ରାଏଲ ଗଲେ ଭାରତୀୟ ଶ୍ରମିକ, ଧ୍ବସ୍ତ ବିଧ୍ବସ୍ତ ଇସ୍ରାଏଲରେ କରିବେ ପୁନଃନିର୍ମାଣ କାର୍ଯ୍ୟ appeared first on KNews Odisha.