ଇସ୍ରାଏଲ ଟାର୍ଗେଟ୍‌ରେ ଇରାନ; ଆଣବିକ ଆଡ୍ଡାକୁ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ: ଇରାନକୁ ଟାର୍ଗେଟ୍ କରିଛି ଇସ୍ରାଏଲ । ଇସ୍ରାଏଲ ଡିଫେନ୍ସ ଫୋର୍ସ ଇରାନର ଆଣବିକ ଆଡ୍ଡାକୁ ହମଲା କରିବାକୁ ଯୋଜନା କରିଛି । ଇସ୍ରାଏଲର ଜଣେ ଅଧିକାରୀଙ୍କ କହିବା ମୁତାବକ, ମଧ୍ୟପ୍ରାଚ୍ୟ ଦେଶ ଇରାନ ସମେତ ବିଦ୍ରୋହୀ ଗୋଷ୍ଠୀ ଦୁର୍ବଳ ହେବା ପରେ ଇରାନର ନ୍ୟୁକ୍ଲିୟର   ଠିକଣାରେ ଆକ୍ରମଣ କରିବାର ଏହା ଉଚିତ ସମୟ । ସେନା ଅଧିକାରୀମାନେ ସୁଯୋଗ ଅପେକ୍ଷାରେ ଅଛନ୍ତି । ଆଇଡିଏଫ୍‌ ଅଧିକାରୀଙ୍କ ଅନୁସାରେ, ଲେବାନନରେ ହିଜ୍‌ବୁଲ୍ଲା ଦୁର୍ବଳ   ପଡ଼ିବା ଏବଂ ସିରିଆରେ ବଶର ଅଲ୍‌-ଅସଦ ସରକାରର ପତନ ହେବା ପରେ ଇରାନ ଏକୁଟିଆ ହୋଇଯାଇଛି । ଏପରି ସ୍ଥିତିରେ ଇରାନ ନିଜ ଶକ୍ତି ବଢ଼ାଇବାକୁ ପରମାଣୁ କାର୍ଯ୍ୟକ୍ରମ ବଢ଼ାଇପାରେ । ଏଥିସହ ପରମାଣୁ ବୋମା ମଧ୍ୟ ତିଆରି କରିପାରେ । ତେଣୁ ଇରାନକୁ ଏଥିରୁ ରୋକିବାକୁ  ହେବ । ଅନ୍ୟପକ୍ଷରେ ଇସ୍ରାଏଲ ସେନା ସିରିଆରେ ସୈନ୍ୟ ଠିକଣାରେ ଲଗାତର ଏୟାରଷ୍ଟ୍ରାଇକ୍‌ କରୁଛି । ଅଦ୍ୟାବଧି ଇସ୍ରାଏଲ ଆକ୍ରମଣରେ ସିରିଆର ୮୫%ରୁ ଅଧିକ ଏୟାର ଡିଫେନ୍ସ ସିଷ୍ଟମ୍ ନଷ୍ଟ ହୋଇସାରିଛି । ଏଥିସହ ସିରିଆର ନୌସେନା ଠିକଣାକୁ ମଧ୍ୟ ଟାର୍ଗେଟ କରାଯାଉଛି । ସିରିଆର  ୧୫ ନୌସେନା ଜାହାଜ ନଷ୍ଟ ହୋଇସାରିଛି । ସେହିପରି ଆଇଡିଏଫ ଲେବାନନ୍‌ର ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରି ଆକ୍ରମଣ କରିଛି । ଏହି ଆତଙ୍କବାଦୀମାନେ ଇସ୍ରାଏଲ୍   ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ଇସ୍ରାଏଲ କହିଛି ।

ଇସ୍ରାଏଲ ଟାର୍ଗେଟ୍‌ରେ ଇରାନ; ଆଣବିକ ଆଡ୍ଡାକୁ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ: ଇରାନକୁ ଟାର୍ଗେଟ୍ କରିଛି ଇସ୍ରାଏଲ । ଇସ୍ରାଏଲ ଡିଫେନ୍ସ ଫୋର୍ସ ଇରାନର ଆଣବିକ ଆଡ୍ଡାକୁ ହମଲା କରିବାକୁ ଯୋଜନା କରିଛି । ଇସ୍ରାଏଲର ଜଣେ ଅଧିକାରୀଙ୍କ କହିବା ମୁତାବକ, ମଧ୍ୟପ୍ରାଚ୍ୟ ଦେଶ ଇରାନ ସମେତ ବିଦ୍ରୋହୀ ଗୋଷ୍ଠୀ ଦୁର୍ବଳ ହେବା ପରେ ଇରାନର ନ୍ୟୁକ୍ଲିୟର   ଠିକଣାରେ ଆକ୍ରମଣ କରିବାର ଏହା ଉଚିତ ସମୟ । ସେନା ଅଧିକାରୀମାନେ ସୁଯୋଗ ଅପେକ୍ଷାରେ ଅଛନ୍ତି । ଆଇଡିଏଫ୍‌ ଅଧିକାରୀଙ୍କ ଅନୁସାରେ, ଲେବାନନରେ ହିଜ୍‌ବୁଲ୍ଲା ଦୁର୍ବଳ   ପଡ଼ିବା ଏବଂ ସିରିଆରେ ବଶର ଅଲ୍‌-ଅସଦ ସରକାରର ପତନ ହେବା ପରେ ଇରାନ ଏକୁଟିଆ ହୋଇଯାଇଛି । ଏପରି ସ୍ଥିତିରେ ଇରାନ ନିଜ ଶକ୍ତି ବଢ଼ାଇବାକୁ ପରମାଣୁ କାର୍ଯ୍ୟକ୍ରମ ବଢ଼ାଇପାରେ । ଏଥିସହ ପରମାଣୁ ବୋମା ମଧ୍ୟ ତିଆରି କରିପାରେ । ତେଣୁ ଇରାନକୁ ଏଥିରୁ ରୋକିବାକୁ  ହେବ । 

ଅନ୍ୟପକ୍ଷରେ ଇସ୍ରାଏଲ ସେନା ସିରିଆରେ ସୈନ୍ୟ ଠିକଣାରେ ଲଗାତର ଏୟାରଷ୍ଟ୍ରାଇକ୍‌ କରୁଛି । ଅଦ୍ୟାବଧି ଇସ୍ରାଏଲ ଆକ୍ରମଣରେ ସିରିଆର ୮୫%ରୁ ଅଧିକ ଏୟାର ଡିଫେନ୍ସ ସିଷ୍ଟମ୍ ନଷ୍ଟ ହୋଇସାରିଛି । ଏଥିସହ ସିରିଆର ନୌସେନା ଠିକଣାକୁ ମଧ୍ୟ ଟାର୍ଗେଟ କରାଯାଉଛି । ସିରିଆର  ୧୫ ନୌସେନା ଜାହାଜ ନଷ୍ଟ ହୋଇସାରିଛି । ସେହିପରି ଆଇଡିଏଫ ଲେବାନନ୍‌ର ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରି ଆକ୍ରମଣ କରିଛି । ଏହି ଆତଙ୍କବାଦୀମାନେ ଇସ୍ରାଏଲ୍   ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ଇସ୍ରାଏଲ କହିଛି ।