ପ୍ରାକୃତିକ ଭାବେ ପାଚିଥିବା ଆମ୍ବ ପାଣିରେ ଭାସିବ ନା ବୁଡିଯିବ ? ପରୀକ୍ଷା କରି ଦେଖନ୍ତୁ...
ଭୁବନେଶ୍ବର ୧୩।୦୫: ଏବେ ଚାଲିଛି ଆମ୍ବ ସିଜିନ୍ । ବଜାରରେ ମିଳୁଛି ଭଳି କି ଭଳି ଆମ୍ବ । କିନ୍ତୁ ଏଗୁଡିକ ପ୍ରାକୃତିକ ଭାବେ ପାଚିଥାଏ ନା କାର୍ବାଇଟ୍ ଦେଇ ପଚାଯାଇଛି, ଏ କଥା କେମିତି ଜାଣିବେ । ଆସନ୍ତୁ ଜାଣିବା...କଞ୍ଚା ଆମ୍ବ ପଚାଇବା ପାଇଁ କ୍ୟାଲସିୟମ କାର୍ବାଇଟ ବ୍ୟବହାର କରାଯାଏ। କିନ୍ତୁ ଆମ୍ବ ପ୍ରାକୃତିକ ଭାବରେ କି କାର୍ବାଇଟ୍ ଦେଇ ପଚାଯାଇଛି ସେକଥା ପାଣି ସାହାଯ୍ୟରେ ଜାଣିହେବ। କ୍ୟାଲସିୟମ କାର୍ବାଇଟକୁ ସାଧାରଣତଃ ମସଲା ଭାବରେ ଜଣାଶୁଣା। ଏହା ଏକ ରାସାୟନିକ ପଦାର୍ଥ ଯାହା ଆର୍ଦ୍ରତା ସଂସ୍ପର୍ଶରେ ଆସିଲେ ଏସିଟିଲିନ୍ ଗ୍ୟାସ୍ ନିର୍ଗତ କରେ। ଏହି ଗ୍ୟାସ୍ ପ୍ରାକୃତିକ ଭାବରେ ଆମ୍ବ ପାଚିବାରେ ଏଥିଲିନ୍ ପରି କାମ କରେ । କିନ୍ତୁ କ୍ୟାଲସିୟମ କାର୍ବାଇଟରେ ପାଚିଥିବା ଆମ୍ବ କ୍ଷତିକାରକ। ପ୍ରାକୃତିକ ଭାବେ ପାଚିଥିବା ଆମ୍ବ ପାଣିରେ ବୁଡ଼ିଯାଏ । କିନ୍ତୁ ଏକ କାର୍ବାଇଟରେ ପାଚିଥିବା ଆମ୍ବ ପାଣିରେ ଭାସିଥାଏ। ପ୍ରାକୃତିକ ଭାବରେ ପାଚିଥିବା ଆମ୍ବଗୁଡ଼ିକ ବାସ୍ନା ହୋଇଥାଏ । କିନ୍ତୁ କୃତ୍ରିମ ଭାବରେ ପାଚିଥିବା ଆମ୍ବଗୁଡ଼ିକ କୌଣସି ପ୍ରାକୃତିକ ବାସ୍ନା ହୋଇନଥାଏ । ଏଥିରେ ରାସାୟନିକ ପଦାର୍ଥର ଗନ୍ଧ ଆସିଥାଏ । ପ୍ରାକୃତିକ ଭାବରେ ପାଚିଥିବା ଆମ୍ବ ଭିତରୁ ପାଚିଥାଏ । ଏହା ବାହାରୁ ଟିକେ କଠିନ ଲାଗିଥାଏ । କିନ୍ତୁ କୃତ୍ରିମ ଭାବରେ ପାଚିଥିବା ଆମ୍ବ ବାହାରୁ ପାଚିଯାଏ ଏବଂ ଟିକେ ନରମ ହୋଇଯାଏ। ପ୍ରାକୃତିକ ଭାବରେ ପାଚି
ଭୁବନେଶ୍ବର ୧୩।୦୫: ଏବେ ଚାଲିଛି ଆମ୍ବ ସିଜିନ୍ । ବଜାରରେ ମିଳୁଛି ଭଳି କି ଭଳି ଆମ୍ବ । କିନ୍ତୁ ଏଗୁଡିକ ପ୍ରାକୃତିକ ଭାବେ ପାଚିଥାଏ ନା କାର୍ବାଇଟ୍ ଦେଇ ପଚାଯାଇଛି, ଏ କଥା କେମିତି ଜାଣିବେ । ଆସନ୍ତୁ ଜାଣିବା...

କଞ୍ଚା ଆମ୍ବ ପଚାଇବା ପାଇଁ କ୍ୟାଲସିୟମ କାର୍ବାଇଟ ବ୍ୟବହାର କରାଯାଏ। କିନ୍ତୁ ଆମ୍ବ ପ୍ରାକୃତିକ ଭାବରେ କି କାର୍ବାଇଟ୍ ଦେଇ ପଚାଯାଇଛି ସେକଥା ପାଣି ସାହାଯ୍ୟରେ ଜାଣିହେବ। କ୍ୟାଲସିୟମ କାର୍ବାଇଟକୁ ସାଧାରଣତଃ ମସଲା ଭାବରେ ଜଣାଶୁଣା। ଏହା ଏକ ରାସାୟନିକ ପଦାର୍ଥ ଯାହା ଆର୍ଦ୍ରତା ସଂସ୍ପର୍ଶରେ ଆସିଲେ ଏସିଟିଲିନ୍ ଗ୍ୟାସ୍ ନିର୍ଗତ କରେ।

ଏହି ଗ୍ୟାସ୍ ପ୍ରାକୃତିକ ଭାବରେ ଆମ୍ବ ପାଚିବାରେ ଏଥିଲିନ୍ ପରି କାମ କରେ । କିନ୍ତୁ କ୍ୟାଲସିୟମ କାର୍ବାଇଟରେ ପାଚିଥିବା ଆମ୍ବ କ୍ଷତିକାରକ। ପ୍ରାକୃତିକ ଭାବେ ପାଚିଥିବା ଆମ୍ବ ପାଣିରେ ବୁଡ଼ିଯାଏ । କିନ୍ତୁ ଏକ କାର୍ବାଇଟରେ ପାଚିଥିବା ଆମ୍ବ ପାଣିରେ ଭାସିଥାଏ। ପ୍ରାକୃତିକ ଭାବରେ ପାଚିଥିବା ଆମ୍ବଗୁଡ଼ିକ ବାସ୍ନା ହୋଇଥାଏ । କିନ୍ତୁ କୃତ୍ରିମ ଭାବରେ ପାଚିଥିବା ଆମ୍ବଗୁଡ଼ିକ କୌଣସି ପ୍ରାକୃତିକ ବାସ୍ନା ହୋଇନଥାଏ । ଏଥିରେ ରାସାୟନିକ ପଦାର୍ଥର ଗନ୍ଧ ଆସିଥାଏ ।

ପ୍ରାକୃତିକ ଭାବରେ ପାଚିଥିବା ଆମ୍ବ ଭିତରୁ ପାଚିଥାଏ । ଏହା ବାହାରୁ ଟିକେ କଠିନ ଲାଗିଥାଏ । କିନ୍ତୁ କୃତ୍ରିମ ଭାବରେ ପାଚିଥିବା ଆମ୍ବ ବାହାରୁ ପାଚିଯାଏ ଏବଂ ଟିକେ ନରମ ହୋଇଯାଏ। ପ୍ରାକୃତିକ ଭାବରେ ପାଚିଥିବା ଆମ୍ବ ଭିତର ରଙ୍ଗ ସମାନ ଥାଏ, କିନ୍ତୁ ରାସାୟନିକ ଭାବରେ ପାଚିଥିବା ଆମ୍ବ ଚୋପା ଏବଂ ଭିତର ରଙ୍ଗ ଭିନ୍ନ ହୋଇପାରେ। ଗଛରେ ପାଚିଥିବା ଆମ୍ବ ଅପେକ୍ଷା କୃତ୍ରିମ ଭାବରେ ପାଚିଥିବା ଆମ୍ବ ଶୀଘ୍ର ନଷ୍ଟ ହୁଏ ।