ଇସ୍ରାଏଲ ସେନାର ଆକ୍ରମଣରେ ପାଲେଷ୍ଟାଇନର ୩୦ ସାଧାରଣ ନାଗରିକ ମୃତ, ୧୧୫ ଆହତ

ଏହି ଘଟଣା ପରେ ହମାସ ଅଭିଯୋଗ କରିଛି ଯେ ରାଫାରେ ଥିବା ଇସ୍ରାଏଲ ସେନା ସାଧାରଣ ଭୋକିଲା ଜନତାଙ୍କ ଉପରେ ଆକ୍ରମଣ କରି ଆଉ ଏକ ନରସଂହାର ଘଟାଇଛି। ସେମାନେ ସହାୟତା କେନ୍ଦ୍ରରେ ଉପସ୍ଥିତ ଥିବା ବେଳେ ସେମାନଙ୍କୁ ହତ୍ୟା କରାଯାଇଛି।

ଇସ୍ରାଏଲ ସେନାର ଆକ୍ରମଣରେ ପାଲେଷ୍ଟାଇନର ୩୦ ସାଧାରଣ ନାଗରିକ ମୃତ, ୧୧୫ ଆହତ

ପାଲେଷ୍ଟାଇନର ଦକ୍ଷିଣ ଗାଜାର ରାଫା ସହରରେ ଆମେରିକାର ପାଣ୍ଠିରେ ପରିଚାଳିତ ଏକ ସହାୟତା କେନ୍ଦ୍ର ଉପରେ ଆଜି ସକାଳେ ଇସ୍ରାଏଲ ସେନା ଟ୍ୟାଙ୍କ ଯୋଗେ ଆକ୍ରମଣ କରିବାରୁ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୫ ଜଣ ଆହତ ହୋଇଛନ୍ତି।

ହଜାର ହଜାର ସାଧାରଣ ଲୋକ ଏହି ସହାୟତା କେନ୍ଦ୍ର ନିକଟରେ ରୁଣ୍ଡ ହୋଇଥିବା ବେଳେ ଇସ୍ରାଏଲ ସେନା ଆକ୍ରମଣ କରିଥିଲା ବୋଲି ପାଲେଷ୍ଟାଇନର ଜଣେ ସାମ୍ବାଦିକ ବିବିସି ନ୍ୟୁଜ୍‌କୁ କହିଛନ୍ତି। ମୃତଦେହଗୁଡ଼ିକୁ ଓ ଆହତମାନଙ୍କୁ ଶଗଡ଼ (ସେଠାରେ ଗଧମାନେ ଟାଣନ୍ତି)ରେ ଘଟଣାସ୍ଥଳରୁ ସ୍ଥାନାନ୍ତର କରାଯାଇଥିଲା। ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ଏହି ଘଟଣା ପରେ ହମାସ ଅଭିଯୋଗ କରିଛି ଯେ ରାଫାରେ ଥିବା ଇସ୍ରାଏଲ ସେନା ସାଧାରଣ ଭୋକିଲା ଜନତାଙ୍କ ଉପରେ ଆକ୍ରମଣ କରି ଆଉ ଏକ ନରସଂହାର ଘଟାଇଛି। ସେମାନେ ସହାୟତା କେନ୍ଦ୍ରରେ ଉପସ୍ଥିତ ଥିବା ବେଳେ ସେମାନଙ୍କୁ ହତ୍ୟା କରାଯାଇଛି।

ଆମେରିକା ତରଫରୁ ପଠାଯାଇଥିବା ସଦ୍ୟ ଅସ୍ତ୍ରବିରତି ପ୍ରସ୍ତାବ ଉପରେ ହମାସ ତା’ର ମତାମତ ପଠାଇବାର ମାତ୍ର କିଛି ଘଣ୍ଟା ପରେ ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ହମାସ ପକ୍ଷରୁ ଜଣେ ଅଧିକାରୀ କହିଥିଲେ ଯେ ଆମେରିକାର ଅସ୍ତ୍ରବିରତି ପ୍ରସ୍ତାବ ଉପରେ ତାଙ୍କ ସଂଗଠନର ମତାମତ ସକାରାତ୍ମକ ରହିଛି। ସେମାନେ ଖୁବ୍ ଦାୟିତ୍ୱବାନ ହୋଇ ମତାମତ ଦେଇଛନ୍ତି। ଅନ୍ୟପକ୍ଷରେ ଆମେରିକୀୟ ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ ହମାସର ମତାମତ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।