ଇସ୍ରାଏଲ-ୟମେନ ମଧ୍ୟରେ ଯୁଦ୍ଧ ଆରମ୍ଭ ! ହୁତି ଆକ୍ରମଣର ପାଲଟା ଜବାବ ଦେଲା ଆଇଡିଏଫ

ନୂଆଦିଲ୍ଲୀ: ହୁତି ବିଦ୍ରୋହୀ ଦ୍ବାରା ଇସ୍ରାଏଲ ରାଜଧାନୀରେ ଡ୍ରୋନ୍ ହମଲାର ଜବାବ ଦେଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ପଶ୍ଚିମ ୟମେନର ବିଦ୍ରୋହୀ ଗୋଷ୍ଠୀ ଅଧିକାଂଶ ଠିକଣାରେ ଏହି ହମଲା ହୋଇଛି । ଏହି ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଆଇଡିଏଫ ପକ୍ଷରୁ ସୂଚନା ଦିଆଯାଇଛି । ଇସ୍ରାଏଲ-ହମାସ ମଧ୍ୟରେ ଗତ ଅକ୍ଟୋବର ମାସରୁ ଯୁଦ୍ଧ ଜାରି ରହିଛି । ହେଲେ ଇସ୍ରାଏଲ ଦ୍ବାରା ୟମେନ ଉପରେ ଏହା ପ୍ରଥମ ହମଲା ବୋଲି ଆଇଡିଏଫ କହିଛି ।ୟମେନରେ ହୁତିଙ୍କ ଗଡ଼ କୁହାଯାଉଥିବା ପଶ୍ଚିମ ବନ୍ଦର ସହର ହୂଦୟଦାହରେ ଅନେକ ଠିକଣାରେ ମିସାଇଲ୍ ମାଡ଼ ହୋଇଛି । ହୁତି ବିଦ୍ରୋହୀ ଗୋଷ୍ଠୀ ଲଗାତାର ଭାବେ କରୁଥିବା ଆକ୍ରମଣର ଜବାବ ଦିଆଯାଇଛି ବୋଲି ଇସ୍ରାଏଲ କହିଛି । ହୁତି ବିଦ୍ରୋହୀ ଗୋଷ୍ଠୀର ମୁଖପାତ୍ର ମହମ୍ମଦ ଅବ୍ଦୁଲସଲାମ୍ ସୋସିଆଲ୍ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, ୟମେନ ଉପରେ ଇସ୍ରାଏଲ ହମଲା କରିଛି । ଆଇଡିଏଫ ଇନ୍ଧନ ଭଣ୍ଡାର ଏବଂ ବିଜୁଳି ଉତ୍ପାଦନ କେନ୍ଦ୍ରକୁ ଟାର୍ଗେଟ୍ କରିଛି । ଇସ୍ରାଏଲର ଏହି ଆକ୍ରମଣରେ ୟମେନ ଲୋକଙ୍କୁ ଦୁଃଖ ବଢ଼ିବ । କାରଣ ଏହି ମିସାଇ ମାଡ଼ରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଗାଜାକୁ ସମର୍ଥନ ବନ୍ଦ କରିବାକୁ ଇସ୍ରାଏଲ ଏହି ଆକ୍ରମଣ କରି ଚାପ ପକାଉଛି । ଅବ୍ଦୁଲସଲାମ୍ କହିଛନ୍ତି, ୟମେନ ଉପରେ ହମଲା ଇସ୍ରାଏଲକୁ ଭାରି ପଡ଼ିବ । ୟମେନର ସୁପ୍ରିମ ପଲିଟିକାଲ୍ କାଉଁନସିଲ୍ ମହମ୍ମଦ ଅ

ଇସ୍ରାଏଲ-ୟମେନ ମଧ୍ୟରେ ଯୁଦ୍ଧ ଆରମ୍ଭ ! ହୁତି ଆକ୍ରମଣର ପାଲଟା ଜବାବ ଦେଲା ଆଇଡିଏଫ

ନୂଆଦିଲ୍ଲୀ: ହୁତି ବିଦ୍ରୋହୀ ଦ୍ବାରା ଇସ୍ରାଏଲ ରାଜଧାନୀରେ ଡ୍ରୋନ୍ ହମଲାର ଜବାବ ଦେଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ପଶ୍ଚିମ ୟମେନର ବିଦ୍ରୋହୀ ଗୋଷ୍ଠୀ ଅଧିକାଂଶ ଠିକଣାରେ ଏହି ହମଲା ହୋଇଛି । ଏହି ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଆଇଡିଏଫ ପକ୍ଷରୁ ସୂଚନା ଦିଆଯାଇଛି । ଇସ୍ରାଏଲ-ହମାସ ମଧ୍ୟରେ ଗତ ଅକ୍ଟୋବର ମାସରୁ ଯୁଦ୍ଧ ଜାରି ରହିଛି । ହେଲେ ଇସ୍ରାଏଲ ଦ୍ବାରା ୟମେନ ଉପରେ ଏହା ପ୍ରଥମ ହମଲା ବୋଲି ଆଇଡିଏଫ କହିଛି ।

ୟମେନରେ ହୁତିଙ୍କ ଗଡ଼ କୁହାଯାଉଥିବା ପଶ୍ଚିମ ବନ୍ଦର ସହର ହୂଦୟଦାହରେ ଅନେକ ଠିକଣାରେ ମିସାଇଲ୍ ମାଡ଼ ହୋଇଛି । ହୁତି ବିଦ୍ରୋହୀ ଗୋଷ୍ଠୀ ଲଗାତାର ଭାବେ କରୁଥିବା ଆକ୍ରମଣର ଜବାବ ଦିଆଯାଇଛି ବୋଲି ଇସ୍ରାଏଲ କହିଛି । ହୁତି ବିଦ୍ରୋହୀ ଗୋଷ୍ଠୀର ମୁଖପାତ୍ର ମହମ୍ମଦ ଅବ୍ଦୁଲସଲାମ୍ ସୋସିଆଲ୍ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, ୟମେନ ଉପରେ ଇସ୍ରାଏଲ ହମଲା କରିଛି । ଆଇଡିଏଫ ଇନ୍ଧନ ଭଣ୍ଡାର ଏବଂ ବିଜୁଳି ଉତ୍ପାଦନ କେନ୍ଦ୍ରକୁ ଟାର୍ଗେଟ୍ କରିଛି । ଇସ୍ରାଏଲର ଏହି ଆକ୍ରମଣରେ ୟମେନ ଲୋକଙ୍କୁ ଦୁଃଖ ବଢ଼ିବ । କାରଣ ଏହି ମିସାଇ ମାଡ଼ରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଗାଜାକୁ ସମର୍ଥନ ବନ୍ଦ କରିବାକୁ ଇସ୍ରାଏଲ ଏହି ଆକ୍ରମଣ କରି ଚାପ ପକାଉଛି । ଅବ୍ଦୁଲସଲାମ୍ କହିଛନ୍ତି, ୟମେନ ଉପରେ ହମଲା ଇସ୍ରାଏଲକୁ ଭାରି ପଡ଼ିବ । 

ୟମେନର ସୁପ୍ରିମ ପଲିଟିକାଲ୍ କାଉଁନସିଲ୍ ମହମ୍ମଦ ଅଲି ଅଲି-ହୁତି  ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଆଇଡିଏଫ ଅକ୍ରମଣର ଜବାବ ଇସ୍ରାଏଲ ଅନେକ ଘତକ ହମଲାରେ ପରିଶୋଧ କରିବାକୁ ପଡ଼ିବ । ଇସ୍ରାଏଲ ସେନାର ଆକ୍ରମଣରେ ବନ୍ଦରସହର ସମ୍ପୂର୍ଣ୍ଣ ଭାବେ ଧ୍ବସ୍ତ ହୋଇଯାଇଛି । ତୈଳ ଭଣ୍ଡାର ଓ ହାଇଡ୍ରୋ-ଇଲେକ୍ଟ୍ରିକ୍ ପାଓ୍ବାର ପ୍ଲାଣ୍ଟ କ୍ଷତିଗ୍ରସ୍ତ ହୋଇଛି । ୟମେନ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, ଏହି ହମଲାରେ ୩ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି ।...