ମାଣବସା ଗୁରୁବାରରେ ଅଘଟଣ ; ପାରିବାର କଳହରୁ ଚାଲିଗଲା ବୋହୂର ଜୀବନ

ଭୋଗରାଇ ୦୫।୧୨ :  ମାଣବସା ଗୁରୁବାରରେ ଅଘଟଣ । ପାରିବାର କଳହରୁ ଚାଲିଗଲା ବୋହୂର ଜୀବନ । ହସ୍ପିଟାଲ ପରିସରରେ  ସ୍ୱାମୀଙ୍କୁ ପୋଲିସ ନେଉଥିବା ବେଳେ ଗାଡି ଆଗରେ ବସିଲେ ମୃତ ମହିଳାଙ୍କ ବାପ ଘର ଲୋକ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ହରିପୁର ଗାଁରୁ ଆସିଛି ଏପରି ଘଟଣା ।   ଖବର ଅନୁଯାୟୀ, ହରିପୁର ଗାଁର ସୁରତ ମାହାନାଙ୍କ ବୋହୂ ସସ୍ମିତା ମାହାନାଙ୍କ ମୃତଦେହ ଘର ଭିତରୁ ମିଳିଥିଲା । ଏହାପରେ ମୃତଦେହକୁ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ମୃତଦେହ ହସ୍ପିଟାଲରେ ପହଞ୍ଚିବା ପରେ ପୋଲିସ ଏବଂ ଝିଅଙ୍କ ବାପ ଘର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏପିରିକି ମୃତ ମାଆଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଛି । ତେଣୁ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେପଟେ ପୋଲିସ ହସ୍ପିଟାଲ ପରିସରରୁ ମୃତକଙ୍କ ସ୍ୱାମୀଙ୍କୁ ନେଇ ଯାଉଥିବା ବେଳେ ଉତ୍ତେଜନା ଦେଖାଦେଇଛି । ଏପିରିକି ପୋଲିସ ଗାଡି ଆଗରେ ଶୋଇପଡିଥିଲେ ମୃତକଙ୍କ ପରିବାର ଲୋକ । Also Read- ରାଜଧାନୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଥିବା ସନ୍ଦେହ 

ମାଣବସା ଗୁରୁବାରରେ ଅଘଟଣ ; ପାରିବାର କଳହରୁ ଚାଲିଗଲା ବୋହୂର ଜୀବନ

ଭୋଗରାଇ ୦୫।୧୨ :  ମାଣବସା ଗୁରୁବାରରେ ଅଘଟଣ । ପାରିବାର କଳହରୁ ଚାଲିଗଲା ବୋହୂର ଜୀବନ । ହସ୍ପିଟାଲ ପରିସରରେ  ସ୍ୱାମୀଙ୍କୁ ପୋଲିସ ନେଉଥିବା ବେଳେ ଗାଡି ଆଗରେ ବସିଲେ ମୃତ ମହିଳାଙ୍କ ବାପ ଘର ଲୋକ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ହରିପୁର ଗାଁରୁ ଆସିଛି ଏପରି ଘଟଣା ।   

ଖବର ଅନୁଯାୟୀ, ହରିପୁର ଗାଁର ସୁରତ ମାହାନାଙ୍କ ବୋହୂ ସସ୍ମିତା ମାହାନାଙ୍କ ମୃତଦେହ ଘର ଭିତରୁ ମିଳିଥିଲା । ଏହାପରେ ମୃତଦେହକୁ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ମୃତଦେହ ହସ୍ପିଟାଲରେ ପହଞ୍ଚିବା ପରେ ପୋଲିସ ଏବଂ ଝିଅଙ୍କ ବାପ ଘର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏପିରିକି ମୃତ ମାଆଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଛି । ତେଣୁ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । 

ସେପଟେ ପୋଲିସ ହସ୍ପିଟାଲ ପରିସରରୁ ମୃତକଙ୍କ ସ୍ୱାମୀଙ୍କୁ ନେଇ ଯାଉଥିବା ବେଳେ ଉତ୍ତେଜନା ଦେଖାଦେଇଛି । ଏପିରିକି ପୋଲିସ ଗାଡି ଆଗରେ ଶୋଇପଡିଥିଲେ ମୃତକଙ୍କ ପରିବାର ଲୋକ । 

Also Read- ରାଜଧାନୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଥିବା ସନ୍ଦେହ