ବନ୍ୟପ୍ରାଣୀ ୱିଂଗାଡି ଉଦଘାଟିତ: ଭିଡିଓ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ସଚେତନତା ବାର୍ତ୍ତା

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଜଙ୍ଗଲ ସୁରକ୍ଷା, ବନ୍ୟପ୍ରାଣୀ ଉଦ୍ଧାର ଏବଂ ଜଙ୍ଗଲ ନିଆଁ ଦାଉରୁ ରକ୍ଷା ପାଇଁ ରାଜ୍ୟ ସରକାର ବନ୍ୟପ୍ରାଣୀ ୱିଂ ଗାଡି ଯୋଗାଇ ଦେଇଛନ୍ତି। ରାଜ୍ୟର ପ୍ରତ୍ୟେକ ବନଖଣ୍ଡକୁ ଏହିଭଳି ଗୋଟିଏ ଗୋଟିଏ ଗାଡି ଦିଆଯାଇଥିବା ଜଣାପଡିଛି। ଉକ୍ତ ଗାଡିରେ ଆଧୁନିକ ଯନ୍ତ୍ରପାତି ସବୁ ଅଛି। ଯାହାକି ଜଙ୍ଗଲ ସୁରକ୍ଷା ଏବଂ ବନ୍ୟପ୍ରାଣୀ ସୁରକ୍ଷାରେ କାମ ଆସିବ। ଉକ୍ତ ଗାଡିକୁ ସୋମବାର ସାଂରେ ସ୍ଥାନୀୟ ବନଖଣ୍ଡ କାର୍ଯ୍ୟାଳୟ […] The post ବନ୍ୟପ୍ରାଣୀ ୱିଂଗାଡି ଉଦଘାଟିତ: ଭିଡିଓ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ସଚେତନତା ବାର୍ତ୍ତା appeared first on Dharitri Odia News.

ବନ୍ୟପ୍ରାଣୀ ୱିଂଗାଡି ଉଦଘାଟିତ: ଭିଡିଓ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ସଚେତନତା ବାର୍ତ୍ତା

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଜଙ୍ଗଲ ସୁରକ୍ଷା, ବନ୍ୟପ୍ରାଣୀ ଉଦ୍ଧାର ଏବଂ ଜଙ୍ଗଲ ନିଆଁ ଦାଉରୁ ରକ୍ଷା ପାଇଁ ରାଜ୍ୟ ସରକାର ବନ୍ୟପ୍ରାଣୀ ୱିଂ ଗାଡି ଯୋଗାଇ ଦେଇଛନ୍ତି। ରାଜ୍ୟର ପ୍ରତ୍ୟେକ ବନଖଣ୍ଡକୁ ଏହିଭଳି ଗୋଟିଏ ଗୋଟିଏ ଗାଡି ଦିଆଯାଇଥିବା ଜଣାପଡିଛି।
ଉକ୍ତ ଗାଡିରେ ଆଧୁନିକ ଯନ୍ତ୍ରପାତି ସବୁ ଅଛି। ଯାହାକି ଜଙ୍ଗଲ ସୁରକ୍ଷା ଏବଂ ବନ୍ୟପ୍ରାଣୀ ସୁରକ୍ଷାରେ କାମ ଆସିବ। ଉକ୍ତ ଗାଡିକୁ ସୋମବାର ସାଂରେ ସ୍ଥାନୀୟ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ
ଡି ଏଫ୍‌ ଓ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଏହି ସମୟରେ ଏସିଏଫ୍‌ ବିବେକ କୁମାର ଦାସ, ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀ ରାଜ ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ସୋମବାର ଭିଡିଓ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ବାର୍ତ୍ତା ଗ୍ରାମାଞ୍ଚଳରେ ପହଞ୍ଚାଇବା ପାଇଁ ଆଉ ଏକ ଗାଡି ଉଦଘାଟିତ ହୋଇଯାଇଛି। ଏହାକୁ ମଧ୍ୟ ଅତିଥିମାନେ ଉଦଘାଟନ କରିଥିଲେ। ଏହି ଅବସରରେ ଡିଏଫ ଓ ମହାନ୍ତି କହିଥିଲେ ଯେ ଜଙ୍ଗଲ ସୁରକ୍ଷା ଏବଂ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ଉକ୍ତ ଦୁଇଟି ଗାଡି କାମରେ ଆସିବ। ବନଖଣ୍ଡର ସମସ୍ତ ଗ୍ରାମରେ ଭିଡିଓ ମାଧ୍ୟମରେ ଲୋକଙ୍କୁ ଜଙ୍ଗଲ ସୁରକ୍ଷା, ଜଙ୍ଗଲ ଆଇନ ସମେତ ବିଭିନ୍ନ ବିଷୟରେ ସଚେତନତା କରାଯିବ। ଏହାଦ୍ବାରା ଲୋକଙ୍କ ମଧ୍ୟରେ ସଚେତନତା ବଢିବ। ଫଳରେ ମଣିଷ ଏବଂ ବନ୍ୟପ୍ରାଣୀ ମଧ୍ୟରେ ଯେଉଁ ଲଢ଼େଇ ହେଉଛି ତାହା କମିପାରିବ ବୋଲି ଡି ଏଫ ଓ କହିଥିଲେ। ସେହିଭଳି ଦକ୍ଷିଣ ଘୁମୁସର ବନଖଣ୍ଡକୁ ମଧ୍ୟ ଏହିଭଳି ବନ୍ୟପ୍ରାଣୀ ୱିଂ ଗୋଟିଏ ଗାଡି ଆସିଛି। ତାହା ବିଭାଗ ସେବାରେ ଲାଗିଛି ବୋଲି ଡି ଏଫ ଓ ବିନୋଦ ଆଚାର୍ଯ୍ୟ ଏଠାରେ ସୂଚନା ଦେଇଛନ୍ତି।

The post ବନ୍ୟପ୍ରାଣୀ ୱିଂଗାଡି ଉଦଘାଟିତ: ଭିଡିଓ ମାଧ୍ୟମରେ ଜଙ୍ଗଲ ସୁରକ୍ଷା ସଚେତନତା ବାର୍ତ୍ତା appeared first on Dharitri Odia News.