ଇସ୍ରାଏଲର ଆକ୍ରମଣ ଯୋଗୁ ଆମେରିକା-ଇରାନ ମଧ୍ୟରେ ରବିବାର ହେବାକୁ ଥିବା ବାର୍ତ୍ତା ବାତିଲ
ମସ୍କଟ ୧୪।୬: ଓମାନ ବିଦେଶ ମନ୍ତ୍ରୀ ବଦର ଅଲ-ବୁସୈଦୀ ଶନିବାର ସୋସିଆଲ ମିଡିଆ ପୋଷ୍ଟରେ ଜଣାଇଛନ୍ତି ଯେ ଇରାନ ଓ ଆମେରିକା ମଧ୍ୟରେ ପରମାଣୁ କାର୍ଯ୍ୟକ୍ରମକୁ ନେଇ ହେବାକୁ ଥିବା ବାର୍ତ୍ତା ଏବେ ହେବ ନାହିଁ। ସେ କହିଛନ୍ତି ଯେ ୧୫ ଜୁନ ରବିବାର ଏହି ବାର୍ତ୍ତା ଓମାନର ରାଜଧାନୀ ମସ୍କଟରେ ପ୍ରସ୍ତାବିତ ଥିଲା, ତେବେ ଇସ୍ରାଏଲ ଦ୍ୱାରା ଇରାନ ଉପରେ ଆକ୍ରମଣ ପରେ ଏହାକୁ ରଦ୍ଦ କରିଦିଆଯାଇଛି। ଏହି ଘୋଷଣା ଏପରି ସମୟରେ ହୋଇଛି ଯେତେବେଳେ ଇରାନ ବିଦେଶ ମନ୍ତ୍ରୀ ବର୍ତ୍ତମାନ ଜାରି ଇସ୍ରାଏଲ ଆକ୍ରମଣରେ କୌଣସି ପ୍ରକାରର ବାର୍ତ୍ତା ଅବାଞ୍ଛନୀୟ ଓ ଅନୁଚିତ ହେବ ବୋଲି କହିଛନ୍ତି। ଓମାନ ଏ ପର୍ଯ୍ୟନ୍ତ ଏହି ବାର୍ତ୍ତାରେ ମଧ୍ୟସ୍ଥତା କରୁଥିଲା। ଓମାନ କହିଛି ଯେ ଏହି ବାର୍ତ୍ତା ସ୍ଥାୟୀ ଶାନ୍ତି ନିମନ୍ତେ ଏକମାତ୍ର କୂଟନୈତିକ ବାର୍ତ୍ତା ଥିଲା। କୁହାଯାଉଛି ମସ୍କଟରେ ଏହା ଷଷ୍ଠ ପର୍ଯ୍ୟାୟ ବାର୍ତ୍ତା ଥିଲା। ଯଦି ଶୁକ୍ରବାର ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରି ନଥାନ୍ତା ତେବେ ଏହି ବାର୍ତ୍ତା ଏକ ସଫଳ ବାର୍ତ୍ତା ହୋଇଥାନ୍ତା। ଆକ୍ରମଣ ପରେ ଇରାନ ଇସ୍ରାଏଲର ସହଯୋଗୀ ଦେଶ ଆମେରିକା, ଫ୍ରାନ୍ସ ଓ ବ୍ରିଟେନକୁ ଚେତାବନୀ ଦେଇଛି। ଇରାନ କହିଛି ଯେ ଇସ୍ରାଏଲ ଉପରକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ରକୁ ରୋକିବାକୁ ସହାୟତା କଲେ ସେମାନଙ୍କ କ୍ଷେତ୍ରୀୟ ସାମରିକ ଆଡ୍ଡା ଉପରେ ଆକ୍ରମଣ କରାଯିବ। ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ରାତିରେ ଇସ୍ରାଏଲ ଉପରକୁ
ମସ୍କଟ ୧୪।୬: ଓମାନ ବିଦେଶ ମନ୍ତ୍ରୀ ବଦର ଅଲ-ବୁସୈଦୀ ଶନିବାର ସୋସିଆଲ ମିଡିଆ ପୋଷ୍ଟରେ ଜଣାଇଛନ୍ତି ଯେ ଇରାନ ଓ ଆମେରିକା ମଧ୍ୟରେ ପରମାଣୁ କାର୍ଯ୍ୟକ୍ରମକୁ ନେଇ ହେବାକୁ ଥିବା ବାର୍ତ୍ତା ଏବେ ହେବ ନାହିଁ। ସେ କହିଛନ୍ତି ଯେ ୧୫ ଜୁନ ରବିବାର ଏହି ବାର୍ତ୍ତା ଓମାନର ରାଜଧାନୀ ମସ୍କଟରେ ପ୍ରସ୍ତାବିତ ଥିଲା, ତେବେ ଇସ୍ରାଏଲ ଦ୍ୱାରା ଇରାନ ଉପରେ ଆକ୍ରମଣ ପରେ ଏହାକୁ ରଦ୍ଦ କରିଦିଆଯାଇଛି।
ଏହି ଘୋଷଣା ଏପରି ସମୟରେ ହୋଇଛି ଯେତେବେଳେ ଇରାନ ବିଦେଶ ମନ୍ତ୍ରୀ ବର୍ତ୍ତମାନ ଜାରି ଇସ୍ରାଏଲ ଆକ୍ରମଣରେ କୌଣସି ପ୍ରକାରର ବାର୍ତ୍ତା ଅବାଞ୍ଛନୀୟ ଓ ଅନୁଚିତ ହେବ ବୋଲି କହିଛନ୍ତି। ଓମାନ ଏ ପର୍ଯ୍ୟନ୍ତ ଏହି ବାର୍ତ୍ତାରେ ମଧ୍ୟସ୍ଥତା କରୁଥିଲା। ଓମାନ କହିଛି ଯେ ଏହି ବାର୍ତ୍ତା ସ୍ଥାୟୀ ଶାନ୍ତି ନିମନ୍ତେ ଏକମାତ୍ର କୂଟନୈତିକ ବାର୍ତ୍ତା ଥିଲା। କୁହାଯାଉଛି ମସ୍କଟରେ ଏହା ଷଷ୍ଠ ପର୍ଯ୍ୟାୟ ବାର୍ତ୍ତା ଥିଲା। ଯଦି ଶୁକ୍ରବାର ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରି ନଥାନ୍ତା ତେବେ ଏହି ବାର୍ତ୍ତା ଏକ ସଫଳ ବାର୍ତ୍ତା ହୋଇଥାନ୍ତା।
ଆକ୍ରମଣ ପରେ ଇରାନ ଇସ୍ରାଏଲର ସହଯୋଗୀ ଦେଶ ଆମେରିକା, ଫ୍ରାନ୍ସ ଓ ବ୍ରିଟେନକୁ ଚେତାବନୀ ଦେଇଛି। ଇରାନ କହିଛି ଯେ ଇସ୍ରାଏଲ ଉପରକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ରକୁ ରୋକିବାକୁ ସହାୟତା କଲେ ସେମାନଙ୍କ କ୍ଷେତ୍ରୀୟ ସାମରିକ ଆଡ୍ଡା ଉପରେ ଆକ୍ରମଣ କରାଯିବ। ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ରାତିରେ ଇସ୍ରାଏଲ ଉପରକୁ ଇରାନ ମାଡ଼ କରିଥିବା ଅନେକ କ୍ଷେପଣାସ୍ତ୍ରକୁ ଆମେରିକା ମଝି ଆକାଶରେ ଅଟକାଇଥିଲା।