ଇସ୍ରାଏଲ୍, ଆମେରିକାକୁ ଇରାନ ସୁପ୍ରିମ ଲିଡରଙ୍କ ଧମକ
ଦୁବାଇ,୩ା୧୧: ଇରାନ ଏବଂ ଏହାର ସହଯୋଗୀଙ୍କ ଉପରେ ଆକ୍ରମଣ ହେଲେ ଏହାର ଏକ ଧ୍ୱଂସାତ୍ମକ ଜବାବ ଦିଆଯିବ ବୋଲି ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇ ଶନିବାର ଇସ୍ରାଏଲ୍ ଏବଂ ଆମେରିକାକୁ ଧମକ ଦେଇଛନ୍ତି। ଅକ୍ଟୋବର ୨୬ରେ ଇସ୍ରାଏଲ୍ ଇରାନ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା। ଇରାନର କେତେକ ସାମରିକ ଘାଟି କ୍ଷତିଗ୍ରସ୍ତ ହେବା ସହ ଅନୂ୍ୟନ ୫ ଜଣ ନିହତ ହୋଇଥିଲେ। ଇରାନ ଉପରେ ପୁନର୍ବାର ଆକ୍ରମଣ ହେଲେ, ତାହାର ନିଆଁ ମଧ୍ୟପ୍ରାଚ୍ୟକୁ ବ୍ୟାପିବ। ଗାଜା ଷ୍ଟ୍ରିପ୍ରେ […] The post ଇସ୍ରାଏଲ୍, ଆମେରିକାକୁ ଇରାନ ସୁପ୍ରିମ ଲିଡରଙ୍କ ଧମକ appeared first on Dharitri Odia News.
ଦୁବାଇ,୩ା୧୧: ଇରାନ ଏବଂ ଏହାର ସହଯୋଗୀଙ୍କ ଉପରେ ଆକ୍ରମଣ ହେଲେ ଏହାର ଏକ ଧ୍ୱଂସାତ୍ମକ ଜବାବ ଦିଆଯିବ ବୋଲି ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇ ଶନିବାର ଇସ୍ରାଏଲ୍ ଏବଂ ଆମେରିକାକୁ ଧମକ ଦେଇଛନ୍ତି। ଅକ୍ଟୋବର ୨୬ରେ ଇସ୍ରାଏଲ୍ ଇରାନ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା। ଇରାନର କେତେକ ସାମରିକ ଘାଟି କ୍ଷତିଗ୍ରସ୍ତ ହେବା ସହ ଅନୂ୍ୟନ ୫ ଜଣ ନିହତ ହୋଇଥିଲେ। ଇରାନ ଉପରେ ପୁନର୍ବାର ଆକ୍ରମଣ ହେଲେ, ତାହାର ନିଆଁ ମଧ୍ୟପ୍ରାଚ୍ୟକୁ ବ୍ୟାପିବ। ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲ୍-ହମାସ୍ ଯୁଦ୍ଧ ଚାଲିଥିବାବେଳେ ଲେବାନନ୍ ଉପରେ ମଧ୍ୟ ଇସ୍ରାଏଲ୍ ଆକ୍ରମଣ ଜାରି ରଖିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏକ ବୃହତ୍ ଆଞ୍ଚଳିକ ଯୁଦ୍ଧରେ ପରିଣତ ହେବ। ଶତ୍ରୁ ଇସ୍ରାଏଲ୍ ଏବଂ ଆମେରିକାକୁ ଧ୍ୱଂସାତ୍ମକ ଜବାବ ଦିଆଯିବ ବୋଲି ଖାମେନେଇ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।
ଇସ୍ରାଏଲ୍ର ଟର୍ମିନାଲ ହାଇ ଅଲ୍ଟିଚ୍ୟୁଡ୍ ଏରିଆ ଡିଫେନ୍ସରେ ଅଧିକ ସୈନ୍ୟଙ୍କୁ ନିୟୋଜିତ କରାଯାଇଛି। ଇରାନ ଓ ଏହାର ଆତଙ୍କବାଦୀ ସହଯୋଗୀଙ୍କୁ ପ୍ରତିହତ କରିବା ପାଇଁ ଆମେରିକାର ଯୁଦ୍ଧବିମାନବାହୀ ପୋତ ୟୁଏସ୍ଏସ୍ ଆବ୍ରାହମ ଲିଙ୍କନ୍ ଆରବ ସାଗରରେ ମୁତୟନ ହେବା ସହ ଅଧିକ ସଂଖ୍ୟାରେ ଯୁଦ୍ଧଜାହାଜ, ଲଢ଼ୁଆ ବିମାନ ସ୍କ୍ବାଡ୍ରନ, ଟ୍ୟାଙ୍କର ଏବଂ ବି-୫୨ ଲଙ୍ଗ୍ ରେଞ୍ଜ ବମ୍ବର ମଧ୍ୟପ୍ରାଚ୍ୟରେ ଖୁବ୍ଶୀଘ୍ର ପହଞ୍ଚୁଥିବା ପେଣ୍ଟାଗନ୍ କହିଛି।
The post ଇସ୍ରାଏଲ୍, ଆମେରିକାକୁ ଇରାନ ସୁପ୍ରିମ ଲିଡରଙ୍କ ଧମକ appeared first on Dharitri Odia News.