ଇସ୍ରାଏଲ୍-ଜୋର୍ଡାନ୍ ସୀମାନ୍ତରେ ଗୁଳିମାଡ଼ରେ ୩ ଇସ୍ରାଏଲ୍ ନାଗରିକ ମୃତ
ତେଲ୍ ଆଭିଭ୍: ଇସ୍ରାଏଲ୍-ଜୋର୍ଡାନ୍ ସୀମାନ୍ତରେ ଜଣେ ଅନୁପ୍ରବେଶକାରୀଙ୍କ ଗୁଳିମାଡ଼ରେ ତିନିଜଣ ଇସ୍ରାଏଲ୍ ନାଗରିକଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍ ସୈନିକଙ୍କ ପାଲଟା ଗୁଳିମାଡ଼ରେ ଆକ୍ରମଣକାରୀ ନିହତ ହୋଇଥିବା ଜଣାଯାଇଛି। ଏହାକୁ ନେଇ ସୀମାନ୍ତରେ ପୁଣିଥରେ ଉତ୍ତେଜନା ବୃଦ୍ଧି ଆଶଙ୍କା ସୃଷ୍ଟି ହୋଇଛି। ଇସ୍ରାଏଲ୍ ଅଧିକୃତ ୱେଷ୍ଟବ୍ୟାଙ୍କର ଆଲେନ୍ବେ ପୋଲ୍ (କିଙ୍ଗ୍ ହୁସେନ୍ ପୋଲ୍) ନିକଟରେ ଜୋର୍ଡାନ୍ରୁ ୱେଷ୍ଟ୍ବ୍ୟାଙ୍କ୍ ଆସୁଥିବା ମାଲବାହୀ ଟ୍ରକ୍ଗୁଡ଼ିକର ଯାଞ୍ଚ ହେଉଥିଲା। ଏହି ସମୟରେ ଜୋର୍ଡାନ୍ ପଟରୁ ଆସିଥିବା ଏକ ଟ୍ରକ୍ରୁ ଜଣେ ବ୍ୟକ୍ତି ଓହ୍ଲାଇଥିଲେ […]

ତେଲ୍ ଆଭିଭ୍: ଇସ୍ରାଏଲ୍-ଜୋର୍ଡାନ୍ ସୀମାନ୍ତରେ ଜଣେ ଅନୁପ୍ରବେଶକାରୀଙ୍କ ଗୁଳିମାଡ଼ରେ ତିନିଜଣ ଇସ୍ରାଏଲ୍ ନାଗରିକଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍ ସୈନିକଙ୍କ ପାଲଟା ଗୁଳିମାଡ଼ରେ ଆକ୍ରମଣକାରୀ ନିହତ ହୋଇଥିବା ଜଣାଯାଇଛି। ଏହାକୁ ନେଇ ସୀମାନ୍ତରେ ପୁଣିଥରେ ଉତ୍ତେଜନା ବୃଦ୍ଧି ଆଶଙ୍କା ସୃଷ୍ଟି ହୋଇଛି। ଇସ୍ରାଏଲ୍ ଅଧିକୃତ ୱେଷ୍ଟବ୍ୟାଙ୍କର ଆଲେନ୍ବେ ପୋଲ୍ (କିଙ୍ଗ୍ ହୁସେନ୍ ପୋଲ୍) ନିକଟରେ ଜୋର୍ଡାନ୍ରୁ ୱେଷ୍ଟ୍ବ୍ୟାଙ୍କ୍ ଆସୁଥିବା ମାଲବାହୀ ଟ୍ରକ୍ଗୁଡ଼ିକର ଯାଞ୍ଚ ହେଉଥିଲା। ଏହି ସମୟରେ ଜୋର୍ଡାନ୍ ପଟରୁ ଆସିଥିବା ଏକ ଟ୍ରକ୍ରୁ ଜଣେ ବ୍ୟକ୍ତି ଓହ୍ଲାଇଥିଲେ ଓ ସେଠାରେ ନିୟୋଜିତ ଆଇଡିଏଫ୍ ସୈନ୍ୟଙ୍କ ଉପରକୁ ଅଚାନକ ଗୁଳିମାଡ଼ କରିଥିଲା। ଏଥିରେ ତିନି ଇସ୍ରାଏଲ୍ ନାଗରିକଙ୍କ ମୃତ୍ୟୁ ଘଟିଛି। ଆଇଡିଏଫ୍ର ପାଲଟା ଗୁଳିମାଡ଼ରେ ଆକ୍ରମଣକାରୀ ନିହତ ହୋଇଛି। ଆକ୍ରମଣପରେ ଜୋର୍ଡାନ୍ ସହ ସଂଲଗ୍ନ ତିନିଟି ସ୍ଥଳସୀମାକୁ ଇସ୍ରାଏଲ୍ ବନ୍ଦ କରିଦେଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହାକୁ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ଅଭିହିତ କରିଛନ୍ତି। ହମାସ୍ ନେତା ସାମି ଆବୁ ଜୁହରି ଆକ୍ରମଣକୁ ପ୍ରଶଂସା କରିବା ସହ ଏଭଳି ଆକ୍ରମଣ ଅଧିକ କରିବାକୁ ଆହ୍ବାନ ଦେଇଛନ୍ତି। ଆକ୍ରମଣ ପରେ ଇସ୍ରାଏଲ୍ ସେନା ଜୋର୍ଡାନ୍ର ପ୍ରାୟ ୨୪ଟି ମାଲବାହୀ ଟ୍ରକ୍କୁ ଅଟକାଇ ରଖିଛି।