ଉଇକେଟ କିପିଂ ଲାଗି ଅମୁମତି ମାଗିଲେ ସଞ୍ଜୁ

ନୂଆଦିଲ୍ଲୀ,୧।୪: ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ଅଧିନାୟକ ସଞ୍ଜୁ ସାମସନ ଆଇପିଏଲ୍‌ରେ ଉଇକେଟ କିପିଂ ଦାୟିତ୍ୱ ତୁଲାଇବା ଲାଗି ବିସିସିଆଇର ସେଣ୍ଟର ଅଫ ଏକ୍ସିଲେନ୍ସ (ସିଓଇ)ଠାରୁ ଅନୁମତି ମାଗିଛନ୍ତି। ଡାହାଣ ହାତ ବିଶି ଆଙ୍ଗୁଠିରେ ଅସ୍ତ୍ରୋପଚାର ପରେ ତାଙ୍କୁ କେବଳ ଖେଳିବା ପାଇଁ ସାମୟିକ ଅନୁମତି ମିଳିଥିଲା। ତାଙ୍କ ଅନୁପସ୍ଥିତିରେ ରିୟାନ ପରାଗ ଗତ ୩ ମ୍ୟାଚରେ ଦଳର ନେତୃତ୍ୱ ନେଇଥିଲେ। ସାମସନ ଜଣେ ବ୍ୟାଟର ଭାବେ ଖେଳିଥିବା ବେଳେ ଧ୍ରୁବ ଜୁରେଲ ଉଇକେଟକିପିଂ କରିଥିଲେ। କ୍ରିକବଜରେ ପ୍ରକାଶିତ ଏକ […] The post ଉଇକେଟ କିପିଂ ଲାଗି ଅମୁମତି ମାଗିଲେ ସଞ୍ଜୁ appeared first on Dharitri Odia News.

ଉଇକେଟ କିପିଂ ଲାଗି ଅମୁମତି ମାଗିଲେ ସଞ୍ଜୁ

ନୂଆଦିଲ୍ଲୀ,୧।୪: ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ଅଧିନାୟକ ସଞ୍ଜୁ ସାମସନ ଆଇପିଏଲ୍‌ରେ ଉଇକେଟ କିପିଂ ଦାୟିତ୍ୱ ତୁଲାଇବା ଲାଗି ବିସିସିଆଇର ସେଣ୍ଟର ଅଫ ଏକ୍ସିଲେନ୍ସ (ସିଓଇ)ଠାରୁ ଅନୁମତି ମାଗିଛନ୍ତି। ଡାହାଣ ହାତ ବିଶି ଆଙ୍ଗୁଠିରେ ଅସ୍ତ୍ରୋପଚାର ପରେ ତାଙ୍କୁ କେବଳ ଖେଳିବା ପାଇଁ ସାମୟିକ ଅନୁମତି ମିଳିଥିଲା। ତାଙ୍କ ଅନୁପସ୍ଥିତିରେ ରିୟାନ ପରାଗ ଗତ ୩ ମ୍ୟାଚରେ ଦଳର ନେତୃତ୍ୱ ନେଇଥିଲେ। ସାମସନ ଜଣେ ବ୍ୟାଟର ଭାବେ ଖେଳିଥିବା ବେଳେ ଧ୍ରୁବ ଜୁରେଲ ଉଇକେଟକିପିଂ କରିଥିଲେ।

କ୍ରିକବଜରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ସିଓଇଠାରେ ସ୍ପୋଟର୍‌ସ ସାଇନ୍ସ ଡିଭିଜନ ଦ୍ୱାରା ସାମସନଙ୍କର ଆଙ୍ଗୁଠି ଅବସ୍ଥାର ମୂଲ୍ୟାଙ୍କନ କରାଯିବ। ଯଦି ତାଙ୍କୁ ଅନୁମତି ମିଳେ, ସେ ଦଳର ନେତୃତ୍ୱ ଭାର ସମ୍ଭାଳିବେ।

The post ଉଇକେଟ କିପିଂ ଲାଗି ଅମୁମତି ମାଗିଲେ ସଞ୍ଜୁ appeared first on Dharitri Odia News.