ଉକୁଣୀ ପାଇଁ ଜରୁରୀ ଅବତରଣ କଲା ବିମାନ, ପୂରା ଘଟଣା ଜାଣିଲେ…
ଓ୍ବାଶିଂଟନ,୪ା୮: ତ୍ରୁଟି କିମ୍ବା ବୈଷୟିକ ଅସୁବିଧା ଯୋଗୁ ବିମାନକୁ ବେଳେବେଳେ ଜରୁରିକାଳୀନ ଅବତରଣ କରିବାକୁ ପଡ଼ିଥାଏ ମାତ୍ର କିନ୍ତୁ ଏକ ଆମେରିକୀୟ ଏୟାରଲାଇନ୍ସର ବିମାନରେ ଯାହା ଘଟିଛି ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଟିକ୍ଟକ୍ କ୍ରିଏଟର ଏଥାନ ଜୁଡେଲସନ୍ ଫିନିକ୍ସକୁ ଯିବା ପରେ ଲସ୍ ଏଞ୍ଜେଲସରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରୁଥିବା ସମୟରେ କ’ଣ ଘଟଣା ଘଟିଥିଲା ସେ ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି। ଅଧିକ ବିବରଣୀ ସାମ୍ନାକୁ ଆସିବା ପୂର୍ବରୁ ଜୁଡେଲସନ ଏକ ଟିକ୍ଟକ୍ ଭିଡିଓରେ […] The post ଉକୁଣୀ ପାଇଁ ଜରୁରୀ ଅବତରଣ କଲା ବିମାନ, ପୂରା ଘଟଣା ଜାଣିଲେ… appeared first on Dharitri Odia News.
ଓ୍ବାଶିଂଟନ,୪ା୮: ତ୍ରୁଟି କିମ୍ବା ବୈଷୟିକ ଅସୁବିଧା ଯୋଗୁ ବିମାନକୁ ବେଳେବେଳେ ଜରୁରିକାଳୀନ ଅବତରଣ କରିବାକୁ ପଡ଼ିଥାଏ ମାତ୍ର କିନ୍ତୁ ଏକ ଆମେରିକୀୟ ଏୟାରଲାଇନ୍ସର ବିମାନରେ ଯାହା ଘଟିଛି ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।
ଟିକ୍ଟକ୍ କ୍ରିଏଟର ଏଥାନ ଜୁଡେଲସନ୍ ଫିନିକ୍ସକୁ ଯିବା ପରେ ଲସ୍ ଏଞ୍ଜେଲସରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରୁଥିବା ସମୟରେ କ’ଣ ଘଟଣା ଘଟିଥିଲା ସେ ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି।
ଅଧିକ ବିବରଣୀ ସାମ୍ନାକୁ ଆସିବା ପୂର୍ବରୁ ଜୁଡେଲସନ ଏକ ଟିକ୍ଟକ୍ ଭିଡିଓରେ କହିଛନ୍ତି ଯେ, ଆମେରିକୀୟ ଏୟାରଲାଇନ୍ସ ତାଙ୍କୁ କାହିଁକି ବଦଳାଇବାକୁ ପଡ଼ିବ ସେ ଏନେଇ ସମସ୍ତଙ୍କ ସହ ଶେୟାର କରିଛନ୍ତି।
ବିମାନରେ ଜଣେ ମହିଳା ସିଟ୍ରୁ ଉଠି ହଠାତ୍ ଚିତ୍କାର କରିଥିଲେ। ଏହା ଦେଖି ଲୋକେ କିଛି କାରଣ ବୁଝି ପାରି ନ ଥିଲେ। ଯାତ୍ରୀମାନେ ଭାବିଥିଲେ ସେ ବୋଧେ ଓହ୍ଲାଇବା ପାଇଁ ଚାହୁଁଛନ୍ତି। ମାତ୍ର କାରଣ ଅଲଗା ଥିଲା। ତାଙ୍କ ପାଖରେ ବସିଥିବା ମହିଳାଙ୍କ ମୁଣ୍ଡରେ ଉକୁଣୀ ଚାଲୁଥିବାର ଦେଖି ସେ ଭୟରେ ଦୌଡ଼ିଥିଲେ ଡୋର ପାଖକୁ। ଫଳରେ ପାଇଲଟ୍ଙ୍କୁ ବିମାନଟିକୁ ଫିନିକ୍ସରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ଏ ସମ୍ପର୍କରେ ଆମେରିକୀୟ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏୟାରଲାଇନ୍ସ କହିଛି, ମେଡିକାଲ ଏମର୍ଜେନ୍ସି ପାଇଁ ବିମାନଟି ଅବତରଣ କରିଥିଲା।
The post ଉକୁଣୀ ପାଇଁ ଜରୁରୀ ଅବତରଣ କଲା ବିମାନ, ପୂରା ଘଟଣା ଜାଣିଲେ… appeared first on Dharitri Odia News.