୫ଜଣ କରୁଥିଲେ ମମତାଙ୍କୁ ପଦରୁ ହଟାଯିବାର ପ୍ଲାନ, ଲିକ୍ ହେଲା ଓ୍ବାଟସଆପ୍ ଚାଟ୍
କୋଲକାତା,୪।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନକୁ ଭଙ୍ଗାରୁଜା କରିବା ଅଭିଯୋଗରେ କୋଲକାତା ପୋଲିସ ୫ ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କୁ ଗିରଫ ପରେ ପୋଲିସ ବଡ଼ ଷଡଯନ୍ତ୍ରର ପର୍ଦ୍ଦାଫାଶ କରିଛି। ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ପଦରୁ ହଟାଇବା ପାଇଁ ଏକ ହ୍ବାଟସଅରପ୍ ଗ୍ୟାଙ୍ଗ କାମ କରୁଥିଲା ବୋଲି ପୋଲିସ କହିଛି। ‘ଓ୍ବି ଓ୍ବାଣ୍ଟ ଜଷ୍ଟିସ’ ନାମରେ ଏକ ହ୍ବାଟସଆପ୍ ଗ୍ରୁପ୍ ରହିଛି। ଏହି ଗ୍ରୁପ୍ର ସଦସ୍ୟମାନେ ଦକ୍ଷିଣ କୋଲକାତାର କାଳିଘାଟ ଠାରେ ଏକତ୍ରିତ ହୋଇ […] The post ୫ଜଣ କରୁଥିଲେ ମମତାଙ୍କୁ ପଦରୁ ହଟାଯିବାର ପ୍ଲାନ, ଲିକ୍ ହେଲା ଓ୍ବାଟସଆପ୍ ଚାଟ୍ appeared first on Dharitri Odia News.
କୋଲକାତା,୪।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନକୁ ଭଙ୍ଗାରୁଜା କରିବା ଅଭିଯୋଗରେ କୋଲକାତା ପୋଲିସ ୫ ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କୁ ଗିରଫ ପରେ ପୋଲିସ ବଡ଼ ଷଡଯନ୍ତ୍ରର ପର୍ଦ୍ଦାଫାଶ କରିଛି। ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ପଦରୁ ହଟାଇବା ପାଇଁ ଏକ ହ୍ବାଟସଅରପ୍ ଗ୍ୟାଙ୍ଗ କାମ କରୁଥିଲା ବୋଲି ପୋଲିସ କହିଛି।
‘ଓ୍ବି ଓ୍ବାଣ୍ଟ ଜଷ୍ଟିସ’ ନାମରେ ଏକ ହ୍ବାଟସଆପ୍ ଗ୍ରୁପ୍ ରହିଛି। ଏହି ଗ୍ରୁପ୍ର ସଦସ୍ୟମାନେ ଦକ୍ଷିଣ କୋଲକାତାର କାଳିଘାଟ ଠାରେ ଏକତ୍ରିତ ହୋଇ ଏହି ବିରୋଧ ପ୍ରଦର୍ଶନ କରିବାକୁ ପ୍ଲାନିଂ କରିଥିଲେ।
ଗ୍ରୁପରେ ଏକ ଅଡିଓ କ୍ଲିପ ରହିଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଭଙ୍ଗାରୁଜା କରିବା ଏବଂ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବାର ଏକ ସ୍ପଷ୍ଟ ଧମକ ରହିଛି। ପୋଲିସ ଅନୁଯାୟୀ, ଅଡିଓ କ୍ଲିପରେ ଜଣେ ଅଭିଯୁକ୍ତ କହିଛନ୍ତି, ସଚିବାଳୟକୁ ଯିବାର କୌଣସି ଆବଶ୍ୟକତା ନାହିଁ, ସମସ୍ତେ ଏକାଠି କାଳିଘାଟକୁ ଯାଇ ଭଙ୍ଗାରୁଜା କରିବା। ପରେ ପରିସ୍ଥିତିରେ ପଡି ମମତା ଇସ୍ତଫା ଦେବେ।
The post ୫ଜଣ କରୁଥିଲେ ମମତାଙ୍କୁ ପଦରୁ ହଟାଯିବାର ପ୍ଲାନ, ଲିକ୍ ହେଲା ଓ୍ବାଟସଆପ୍ ଚାଟ୍ appeared first on Dharitri Odia News.