ପ୍ରୋବା-୩ କକ୍ଷପଥରେ ଅବସ୍ଥାପିତ
ଶ୍ରୀହରିକୋଟା,୫ା୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ପିଏସ୍ଏଲ୍ଭି-ସି୫୯ ରକେଟ ସହାୟତାରେ ଗୁରୁବାର ୟୁରୋପିଆନ୍ ସ୍ପେସ୍ ଏଜେନ୍ସି (ଇଏସ୍ଏ)ର ପ୍ରୋବା-୩ ମିଶନକୁ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ କରାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ୍ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ୍ପ୍ୟାଡ୍ରୁ ଅପରାହ୍ନ ୪ଟା ପରେ ପିଏସ୍ଏଲ୍ଭିକୁ ଛଡ଼ାଯିବାର ୧୮ ମିନିଟ ପରେ ଏହା ନିର୍ଦ୍ଦିଷ୍ଟ କକ୍ଷପଥରେ ସାଟେଲାଇଟ୍କୁ ଅବସ୍ଥାପିତ କରିଥିବା ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି। ବୁଧବାର ମିଶନ ପାଇଁ ପୂର୍ବରୁ ଯୋଜନା ହୋଇଥିବାବେଳେ […] The post ପ୍ରୋବା-୩ କକ୍ଷପଥରେ ଅବସ୍ଥାପିତ appeared first on Dharitri Odia News.
ଶ୍ରୀହରିକୋଟା,୫ା୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ପିଏସ୍ଏଲ୍ଭି-ସି୫୯ ରକେଟ ସହାୟତାରେ ଗୁରୁବାର ୟୁରୋପିଆନ୍ ସ୍ପେସ୍ ଏଜେନ୍ସି (ଇଏସ୍ଏ)ର ପ୍ରୋବା-୩ ମିଶନକୁ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ କରାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ୍ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ୍ପ୍ୟାଡ୍ରୁ ଅପରାହ୍ନ ୪ଟା ପରେ ପିଏସ୍ଏଲ୍ଭିକୁ ଛଡ଼ାଯିବାର ୧୮ ମିନିଟ ପରେ ଏହା ନିର୍ଦ୍ଦିଷ୍ଟ କକ୍ଷପଥରେ ସାଟେଲାଇଟ୍କୁ ଅବସ୍ଥାପିତ କରିଥିବା ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି। ବୁଧବାର ମିଶନ ପାଇଁ ପୂର୍ବରୁ ଯୋଜନା ହୋଇଥିବାବେଳେ ସାଟେଲାଇଟ୍ର ପ୍ରପଲଶନ ସିଷ୍ଟମ୍ରେ ତ୍ରୁଟି ଯୋଗୁ ସ୍ଥଗିତ ରଖାଯାଇଥିଲା।
ପ୍ରୋବା-୩ (ପ୍ରୋଜେକ୍ଟ ଫର୍ ଅନ୍ବୋର୍ଡ ଅଟୋନୋମି) ମିଶନରେ ୨ଟି ସାଟେଲାଇଟ୍ ରହିଛି। ଏହା ଭିତରେ ରହିଥିବା ଦୁଇଟି ସ୍ପେସ୍କ୍ରାଫ୍ଟ ଏକସଙ୍ଗେ ଉଡିବେ। ଗୋଟିଏ ସ୍ପେସ୍କ୍ରାଫ୍ଟ ସୂର୍ଯ୍ୟଙ୍କ ବାହ୍ୟ ପରିସରର ଅଧ୍ୟୟନ କରିବ। ଇସ୍ରୋର ବ୍ୟବସାୟିକ ଶାଖା ନ୍ୟୁସ୍ପେସ୍ ଇଣ୍ଡିଆ ଲିଃ (ଏନ୍ଏସ୍ଆଇଏଲ୍) ଏହି ସାଟେଲାଇଟ୍ ଲଞ୍ଚ କରାଇବା ନିମନ୍ତେ ଇଏସ୍ଏରୁ ଅର୍ଡର ହାସଲ କରିଥିଲା।
The post ପ୍ରୋବା-୩ କକ୍ଷପଥରେ ଅବସ୍ଥାପିତ appeared first on Dharitri Odia News.