ଉଗ୍ର ରୂପ ନେଲା ପାରିବାରିକ କଳହ, ଖୁଡ଼ିକୁ ହତ୍ୟା କଲା ପୁତୁରା

ନୀଳଗିରି: ପାରିବାରିକ କଳହର କୁପରିଣତି। ଖୁଡିକୁ ପଥରରେ ଛେଚି ହତ୍ୟା କଲା ପୁତୁରା। ଆହୁରି ମଧ୍ୟ  ଆକ୍ରମଣରେ ଦୁଇ ଗୁରୁତର ହୋଇଛନ୍ତି।ସେମାନଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧୀନ କାଂଶ ପଂଚାୟତ କୋଲହାପାଳ ଗ୍ରାମରେ।ସୂଚନା ଅନୁଯାୟୀ, ଗ୍ରାମରେ ସନ୍ତୋଷ ପଣ୍ଡାଙ୍କ ପୁଅ ଅମିତଙ୍କ ସହିତ ନିଶିକାନ୍ତ ପଣ୍ଡାଙ୍କ ପୁଅ ଅସିତଙ୍କର ପୂର୍ବରୁ ଗାଡ଼ି ଦୁର୍ଘଟଣାକୁ ନେଇ ବଚସା ହୋଇଥିଲା। ଉଭୟ ସମ୍ପର୍କରେ କକା ପୁଅ ବଡ଼ବାପା ପୁଅ ଭାଇ। ତେବେ ଗୁରୁବାର ଅସିତକୁ ଅଟକାଇ ଅମିତ ପିଟିବାରୁ ତାଙ୍କ ମାଆ ସଂଜୁଲତା ପଚାରିବାକୁ ଯାଇଥିଲେ।କିନ୍ତୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଅମିତ ଏକ ପଥରରେ ଆକ୍ରମଣ କରିଥିଲେ। ଆଉ ଏହି ଆକ୍ରମଣରେ ଗୁରୁତର ମଞ୍ଜୁଲତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହା ପରେ ସଂଜୁଲତାଙ୍କ ପରିବାର ଲୋକ ମଧ୍ୟ ପ୍ରତି ଆକ୍ରମଣ କରିବାରୁ ଅମିତ ଓ ତାଙ୍କ ବାପା ସନ୍ତୋଷ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ନୀଳଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଉଗ୍ର ରୂପ ନେଲା ପାରିବାରିକ କଳହ, ଖୁଡ଼ିକୁ ହତ୍ୟା କଲା ପୁତୁରା

ନୀଳଗିରି: ପାରିବାରିକ କଳହର କୁପରିଣତି। ଖୁଡିକୁ ପଥରରେ ଛେଚି ହତ୍ୟା କଲା ପୁତୁରା। ଆହୁରି ମଧ୍ୟ  ଆକ୍ରମଣରେ ଦୁଇ ଗୁରୁତର ହୋଇଛନ୍ତି।ସେମାନଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧୀନ କାଂଶ ପଂଚାୟତ କୋଲହାପାଳ ଗ୍ରାମରେ।

ସୂଚନା ଅନୁଯାୟୀ, ଗ୍ରାମରେ ସନ୍ତୋଷ ପଣ୍ଡାଙ୍କ ପୁଅ ଅମିତଙ୍କ ସହିତ ନିଶିକାନ୍ତ ପଣ୍ଡାଙ୍କ ପୁଅ ଅସିତଙ୍କର ପୂର୍ବରୁ ଗାଡ଼ି ଦୁର୍ଘଟଣାକୁ ନେଇ ବଚସା ହୋଇଥିଲା। ଉଭୟ ସମ୍ପର୍କରେ କକା ପୁଅ ବଡ଼ବାପା ପୁଅ ଭାଇ। ତେବେ ଗୁରୁବାର ଅସିତକୁ ଅଟକାଇ ଅମିତ ପିଟିବାରୁ ତାଙ୍କ ମାଆ ସଂଜୁଲତା ପଚାରିବାକୁ ଯାଇଥିଲେ।

କିନ୍ତୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଅମିତ ଏକ ପଥରରେ ଆକ୍ରମଣ କରିଥିଲେ। ଆଉ ଏହି ଆକ୍ରମଣରେ ଗୁରୁତର ମଞ୍ଜୁଲତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହା ପରେ ସଂଜୁଲତାଙ୍କ ପରିବାର ଲୋକ ମଧ୍ୟ ପ୍ରତି ଆକ୍ରମଣ କରିବାରୁ ଅମିତ ଓ ତାଙ୍କ ବାପା ସନ୍ତୋଷ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ନୀଳଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।