ଉଜୁଡ଼ାଜମି ଦେଖି ଦୁଃଖୀ ହେଲେ ନବୀନ, କହିଲେ ମୁଁ ଥିଲେ..
ଭୁବନେଶ୍ୱର,୩୦।୧୨: ରାଜ୍ୟ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ସୋମବାର ନିଜ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ସାଧାରଣ ନିର୍ବାଚନ ପରେ ନବୀନ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲା ତଥା ହିଞ୍ଜିଳି ଗସ୍ତ କରିଛନ୍ତି। ଗସ୍ତ ସମୟରେ ନବୀନ ଅଞ୍ଚଳର ଚାଷୀ, ଜନସାଧାରଣ ଓ ସ୍ଥାନୀୟ ନେତାଙ୍କୁ ଭେଟି ଲଗାଣ ବର୍ଷା ଜନିତ ଫସଲ କ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି। ଡିସେମ୍ବରରେ ହୋଇଥିବା ଅଦିନିଆ ବର୍ଷା ଯୋଗୁ ଧାନ ସାଙ୍ଗକୁ ପନିପରିବା, କପା […] The post ଉଜୁଡ଼ାଜମି ଦେଖି ଦୁଃଖୀ ହେଲେ ନବୀନ, କହିଲେ ମୁଁ ଥିଲେ.. appeared first on Dharitri Odia News.
ଭୁବନେଶ୍ୱର,୩୦।୧୨: ରାଜ୍ୟ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ସୋମବାର ନିଜ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ସାଧାରଣ ନିର୍ବାଚନ ପରେ ନବୀନ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲା ତଥା ହିଞ୍ଜିଳି ଗସ୍ତ କରିଛନ୍ତି।
ଗସ୍ତ ସମୟରେ ନବୀନ ଅଞ୍ଚଳର ଚାଷୀ, ଜନସାଧାରଣ ଓ ସ୍ଥାନୀୟ ନେତାଙ୍କୁ ଭେଟି ଲଗାଣ ବର୍ଷା ଜନିତ ଫସଲ କ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି। ଡିସେମ୍ବରରେ ହୋଇଥିବା ଅଦିନିଆ ବର୍ଷା ଯୋଗୁ ଧାନ ସାଙ୍ଗକୁ ପନିପରିବା, କପା ଓ ଚିନାବାଦାମ ଚାଷ ଆଦି କ୍ଷତିଗ୍ରସ୍ତ ହୋଇଛି। ଏଭଳିସ୍ଥିତିରେ ନବୀନ ପଟ୍ଟନାୟକ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଛନ୍ତି।
ପରେ ସେ କହିଛନ୍ତି, ମୁଁ ଆପଣଙ୍କ ଚାଷ କ୍ଷୟକ୍ଷତି ଦେଖିଲି, ଦୁଃଖ ଲାଗିଲା ସରକାର ଯଥାଶୀଘ୍ର କ୍ଷତିପୂରଣ ଦେବା ଉଚିତ ।ଚାଷ କ୍ଷତି ହେଲେ ତୁରନ୍ତ ସହାୟତା ଦେଉଥିଲା ମୋ ସରକାରଗଞ୍ଜାମର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି।
The post ଉଜୁଡ଼ାଜମି ଦେଖି ଦୁଃଖୀ ହେଲେ ନବୀନ, କହିଲେ ମୁଁ ଥିଲେ.. appeared first on Dharitri Odia News.