ଉଠିଲା ପଡ଼ିଲା ବିଧାନସଭା, ରେଭେନ୍ସାକୁ ନେଇ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର,୫ା୯: ଗୁରୁବାର ବିଧାନସଭା ଶୂନ୍ୟକାଳରେ ରେଭେନ୍ସା ପ୍ରସଙ୍ଗ ଉଠାଇଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ। ରେଭେନ୍ସା କଲେଜର ନାଁ ପରିବର୍ତ୍ତନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଛନ୍ତି ବ୍ୟୋମକେଶ। ସେ କହିଛନ୍ତି, ରେଭେନ୍ସା ୧୫୬ ବର୍ଷର ଶିକ୍ଷାନୁଷ୍ଠାନ, ନ’ଙ୍କ ଦୁର୍ଭିକ୍ଷ ସହ ଏହାକୁ ଯୋଡ଼ିବା ଠିକ ନୁହେଁ। ରେଭେନ୍ସା ତାଙ୍କ କାର୍ଯ୍ୟକାଳରେ ଓଡ଼ିଆ ପଢ଼ାଯିବା ଲାଗି ବିଶେଷ ଗୁରୁତ୍ୱ ଦେଇଥିଲେ। ରେଭେନ୍ସାଙ୍କ ଉଦ୍ୟମକୁ ସେତେବେଳେ ବ୍ୟାସକବି ଫକୀର ମୋହନ ସେନାପତି ଓ ଗୌରୀଶଙ୍କର ରାୟ ମଧ୍ୟ ପ୍ରଶଂସା […] The post ଉଠିଲା ପଡ଼ିଲା ବିଧାନସଭା, ରେଭେନ୍ସାକୁ ନେଇ ମୁଖ୍ୟମନ୍ତ୍ରୀ… appeared first on Dharitri Odia News.

ଉଠିଲା ପଡ଼ିଲା ବିଧାନସଭା, ରେଭେନ୍ସାକୁ ନେଇ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର,୫ା୯: ଗୁରୁବାର ବିଧାନସଭା ଶୂନ୍ୟକାଳରେ ରେଭେନ୍ସା ପ୍ରସଙ୍ଗ ଉଠାଇଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ। ରେଭେନ୍ସା କଲେଜର ନାଁ ପରିବର୍ତ୍ତନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଛନ୍ତି ବ୍ୟୋମକେଶ। ସେ କହିଛନ୍ତି, ରେଭେନ୍ସା ୧୫୬ ବର୍ଷର ଶିକ୍ଷାନୁଷ୍ଠାନ, ନ’ଙ୍କ ଦୁର୍ଭିକ୍ଷ ସହ ଏହାକୁ ଯୋଡ଼ିବା ଠିକ ନୁହେଁ। ରେଭେନ୍ସା ତାଙ୍କ କାର୍ଯ୍ୟକାଳରେ ଓଡ଼ିଆ ପଢ଼ାଯିବା ଲାଗି ବିଶେଷ ଗୁରୁତ୍ୱ ଦେଇଥିଲେ। ରେଭେନ୍ସାଙ୍କ ଉଦ୍ୟମକୁ ସେତେବେଳେ ବ୍ୟାସକବି ଫକୀର ମୋହନ ସେନାପତି ଓ ଗୌରୀଶଙ୍କର ରାୟ ମଧ୍ୟ ପ୍ରଶଂସା କରିଥିଲେ। ସେ ଚାହିଁ ନ ଥିଲେ ତାଙ୍କ ନାଁରେ ରେଭେନ୍ସା କଲେଜ ହେଉ। ନାଁ ପରିବର୍ତ୍ତନକୁ ନେଇ ଆନ୍ଦୋଳନ ବଢୁଛି, ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ବିଧାୟକ ଦାବି କରିଛନ୍ତି

The post ଉଠିଲା ପଡ଼ିଲା ବିଧାନସଭା, ରେଭେନ୍ସାକୁ ନେଇ ମୁଖ୍ୟମନ୍ତ୍ରୀ… appeared first on Dharitri Odia News.