ଜାଣନ୍ତି କି ନୁଡଲ୍ସର ଜନକ କିଏ? ଏହା କେମିତି ହେଲା ଲୋକପ୍ରିୟ…
ବ୍ୟାଚେଲର୍ ହୁଅନ୍ତୁ ଅବା ହଷ୍ଟେଲରେ ରହି ପଢୁଥିବା ପିଲା, ସମସ୍ତଙ୍କର ପ୍ରଥମ ପସନ୍ଦ ଇନ୍ଷ୍ଟାଣ୍ଟ ନୁଡଲ୍ସ। ଖୁବ୍ ଜୋର୍ରେ ଭୋକ ହେଉଥିବା ବେଳେ ଫଟାଫଟ୍ ତିଆରି ହୋଇଯାଏ। ଖାଇବାକୁ ସ୍ବାଦିଷ୍ଟ। ପେଟ ବି ଭରେ। ଖାସ୍ ଏଇସବୁ କାରଣରୁ ଏହା ସାରା ପୃଥିବୀରେ ବେଶ୍ ଲୋକପ୍ରିୟ। ତେବେ ଜାଣନ୍ତି କି ଏହାର ଜନକ କିଏ ଓ ଏହା କେମିତି ହେଲା ଲୋକପ୍ରିୟ… ଏ ହେଉଛି ସେତେବେଳର କଥା, ଯେବେ ଆମେରିକା ଜାପାନର ହିରୋସିମା ଓ ନାଗାସାକି ଉପରେ […] The post ଜାଣନ୍ତି କି ନୁଡଲ୍ସର ଜନକ କିଏ? ଏହା କେମିତି ହେଲା ଲୋକପ୍ରିୟ… appeared first on Dharitri Odia News.
ବ୍ୟାଚେଲର୍ ହୁଅନ୍ତୁ ଅବା ହଷ୍ଟେଲରେ ରହି ପଢୁଥିବା ପିଲା, ସମସ୍ତଙ୍କର ପ୍ରଥମ ପସନ୍ଦ ଇନ୍ଷ୍ଟାଣ୍ଟ ନୁଡଲ୍ସ। ଖୁବ୍ ଜୋର୍ରେ ଭୋକ ହେଉଥିବା ବେଳେ ଫଟାଫଟ୍ ତିଆରି ହୋଇଯାଏ। ଖାଇବାକୁ ସ୍ବାଦିଷ୍ଟ। ପେଟ ବି ଭରେ। ଖାସ୍ ଏଇସବୁ କାରଣରୁ ଏହା ସାରା ପୃଥିବୀରେ ବେଶ୍ ଲୋକପ୍ରିୟ। ତେବେ ଜାଣନ୍ତି କି ଏହାର ଜନକ କିଏ ଓ ଏହା କେମିତି ହେଲା ଲୋକପ୍ରିୟ…
ଏ ହେଉଛି ସେତେବେଳର କଥା, ଯେବେ ଆମେରିକା ଜାପାନର ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା। ଜାପାନ ସେତେବେଳେ ଧ୍ୱସ୍ତବିଧ୍ୱସ୍ତ ହେଇଯାଇଥିଲା। ଯେଉଁମାନେ ଜୀବିତ ଥିଲେ ସେମାନଙ୍କର ନା ଥିଲା ମୁଣ୍ଡକୁ ଛାତ ନା ପେଟର ଭୋକ ମାରିବା ପାଇଁ ଖାଦ୍ୟ। ଏଭଳି ସ୍ଥିତିର କେମିତି ସମାଧାନ କରିବେ ଜାପାନ ସରକାରଙ୍କ ପାଇଁ ବି ବଡ଼ ଚ୍ୟାଲେଞ୍ଜ ଥିଲା । ତେବେ ଜାପାନ ଉପରେ ପରମାଣୁ ବୋମା ପକାଇବାର କିଛିଦିନ ପରେ ଆମେରିକା ଜାପାନର ଲୋକଙ୍କୁ ଭୋକରେ ମରିବାରୁ ବଞ୍ଚତ୍ବା ଲାଗି ବହୁଳ ମାତ୍ରାରେ ଅଟା ପଠାଇଥିଲା; ଯାହାକୁ ବ୍ୟବହାର କରି ଜାପାନ ସରକାର ବ୍ରେଡ ତିଆରି କରିବେ ଓ ଲୋକଙ୍କ ପେଟ ଭରିବେ। ହେଲେ ଜାପାନର ଲୋକମାନେ ଅଧିକ ମାତ୍ରାର ବ୍ରେଡ ତିଆରି କରିବା ଜାଣି ନ ଥିଲେ। ହେଲେ ସେମାନେ ନୁଡଲ୍ସ ତିଆରି କରିବା ଜାଣିଥିଲେ। କାରଣ ନୁଡଲ୍ସର ଇତିହାସ ବହୁ ପୁରୁଣା, ଯାହାକି ଶହ ଶହ ବର୍ଷ ପୂର୍ବେ ପ୍ରଥମେ ଚାଇନାରେ ତିଆରି ହୋଇଥିବା କୁହାଯାଏ। ହେଲେ ନୁଡଲ୍ସର ଗୋଟେ ଖରାପ କଥା ଥିଲା ଯେ, ତାକୁ ତିଆରି କରିବାକୁ ବହୁତ ସମୟ ଲାଗୁଥିଲା।
ଥରେ ଜାପାନର ଫୁଡ୍ କମ୍ପାନୀ ନିସିନ ଫଡ୍ସ୍ର ପ୍ରତିଷ୍ଠାତା ମୋମୋଫୁକୁ ଆଣ୍ଡୋ ଦେଖିଲେ ଲୋକମାନେ ନୁଡଲ୍ସ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଠିଆ ହୋଇ ରହୁଛନ୍ତି। ସେ ଭାବିଲେ ଗୋଟେ କପ୍ ନୁଡଲ୍ ପାଇଁ ଲୋକଙ୍କୁ କେତେ ସମୟ ଠିଆ ହେବାକୁ ପଡ଼ୁଛି। ତେଣୁ ଏମିତି ନୁଡ଼ଲ୍ସ ତିଆରି କରାଯିବା ଜରୁରୀ, ଯାହାକୁ ଖାଇଲେ ପେଟ ଭରିବ ଓ କମ୍ ସମୟ ଭିତରେ ପ୍ରସ୍ତୁତ ହୋଇପାରୁଥିବ। ସେଥିପାଇଁ ସେ ନୁଡଲ୍ସ ଉପରେ ଗବେଷଣା କରିବାକୁ ଲାଗିଲେ। ଆଉ ସେ ଇନ୍ଷ୍ଟାଣ୍ଟ ତିଆରି ହୋଇପାରୁଥିବା ନୁଡଲ୍ସ ତିଆରି କରିବାରେ ସଫଳ ହେଲେ, ଯାହାକୁ କେବଳ ଗରମ ପାଣିରେ ପକାଇଲେ ଦୁଇ ମିନିଟରେ ପ୍ରସ୍ତୁତ ହୋଇପାରିଲା। ୧୯୫୮ରେ ଏହା ଚିକିନ ରମେନ ନାମରେ ଲଞ୍ଚ ହେଲା। ଲୋକେ ଏହି ନୁଡଲ୍ସକୁ ବହୁତ ପସନ୍ଦ କଲେ। ୧୯୭୧ରେ ସେ ପ୍ରଥମ କପ୍ ନୁଡଲ୍ସ ବି ଆରମ୍ଭ କଲେ। ଆଉ ଧୀରେ ଧୀରେ ଏହା ସାରା ପୃଥିବୀରେ ଲୋକପ୍ରିୟ ହୋଇଗଲା।
The post ଜାଣନ୍ତି କି ନୁଡଲ୍ସର ଜନକ କିଏ? ଏହା କେମିତି ହେଲା ଲୋକପ୍ରିୟ… appeared first on Dharitri Odia News.