ଗୋପନରେ ଚାଲିଛି ବାଲ୍ୟବିବାହ, ରାଜ୍ୟ ବାହାରକୁ ଯାଉଛନ୍ତି ଝିଅ
ମହାକାଳପଡ଼ା,୧ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁଦିନ ବାଲ୍ୟ ବିବାହ ବୃଦ୍ଧି ପାଇବାରେ ଲାଗିଛି। ଏହା ଏକ ସାମାଜିକ ବ୍ୟାଧି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ବ୍ଲକର ବିଶେଷ କରି ଦାରିଦ୍ର୍ୟ, ନିରକ୍ଷର ଓ ସଚେତନ ଅଭାବ ଯୋଗୁ ଏହି ବିବାହ ଗୋପନରେ ଚାଲିଛି। ଏଭଳି ବିବାହ ଅନୁସୂଚିତ ଜନଜାତି ସମ୍ପ୍ରଦାୟରେ ଅଧିକ ଦେଖିବାକୁ ମିଳୁଛି। ପ୍ରଶାସନ ଭୟରେ କେତେକ ପରିବାର ଲୋକଙ୍କ ସହମତିରେ ନିଜ ନାବାଳିକା ଝିଅକୁ ଗୋପନରେ […] The post ଗୋପନରେ ଚାଲିଛି ବାଲ୍ୟବିବାହ, ରାଜ୍ୟ ବାହାରକୁ ଯାଉଛନ୍ତି ଝିଅ appeared first on Dharitri Odia News.
ମହାକାଳପଡ଼ା,୧ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁଦିନ ବାଲ୍ୟ ବିବାହ ବୃଦ୍ଧି ପାଇବାରେ ଲାଗିଛି। ଏହା ଏକ ସାମାଜିକ ବ୍ୟାଧି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ବ୍ଲକର ବିଶେଷ କରି ଦାରିଦ୍ର୍ୟ, ନିରକ୍ଷର ଓ ସଚେତନ ଅଭାବ ଯୋଗୁ ଏହି ବିବାହ ଗୋପନରେ ଚାଲିଛି। ଏଭଳି ବିବାହ ଅନୁସୂଚିତ ଜନଜାତି ସମ୍ପ୍ରଦାୟରେ ଅଧିକ ଦେଖିବାକୁ ମିଳୁଛି। ପ୍ରଶାସନ ଭୟରେ କେତେକ ପରିବାର ଲୋକଙ୍କ ସହମତିରେ ନିଜ ନାବାଳିକା ଝିଅକୁ ଗୋପନରେ ରାତିରେ ମଠ, ମନ୍ଦିର ଓ ଧର୍ମସ୍ଥଳୀରେ ବ୍ରାହ୍ମଣଙ୍କୁ ଡକାଇ ତରବରିଆ ଭାବେ ବିବାହ ସମ୍ପନ୍ନ ହେଉଛି। ବିଶେଷକରି ଆଦିବାସୀ ଓ ବଙ୍ଗୀୟ ଅଧ୍ୟୁଷିତ ଗ୍ରାମଗୁଡିକରେ ବାଲ୍ୟ ବିବାହ ଉଦ୍ୟମ ହେଉଥିବା ନେଇ ମହାକାଳପଡା ବ୍ଲକ ମହିଳା ଶିଶୁ ବିକାଶ ତଥା ବାଲ୍ୟ ବିବାହ ନିରାକରଣ ଅଧିକାରିଣୀ କବିତା ମଲ୍ଲିକଙ୍କ ନିକଟରେ ଖବର ପହଞ୍ଚତ୍ଥିଲା। ଅଧିକାରିଣୀ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଉକ୍ତ ଗ୍ରାମରେ ପହଞ୍ଚତ୍ ବିବାହ ରୋକିବା ସହ ତୁରନ୍ତ ଉଭୟଙ୍କୁ ଜିଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରିଥିଲେ। ସେହିପରି ମେ ମାସରେ ଏକ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ବାଲ୍ୟ ବିବାହକୁ ରୋକିଥିଲେ। ସମ୍ପୃକ୍ତ ଥିବା ପରିବାରକୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରିଣୀ ମଲ୍ଲିକ କହିଛନ୍ତି। ମଲ୍ଲିକ କହିବା କଥା ମହାକାଳପଡ଼ାରେ ୨ ବର୍ଷ ମଧ୍ୟରେ ୨୦ରୁ ଅଧିକ ବାଲ୍ୟ ବିବାହ ନଜରକୁ ଆସିଛି। ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଛନ୍ତି। ଅପରପକ୍ଷରେ ବ୍ଲକର ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଇବା ପାଇଁ କୁହାଯାଇଛି। ସମସ୍ୟା ସମାଧାନ ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ସୂଚନା ଦେଇଛନ୍ତି।
ଅପରପକ୍ଷରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ମଧ୍ୟରେ ବାଲ୍ୟ ବିବାହ ଝିଅକୁ ୧୨ରୁ୧୫ ବର୍ଷ ହେଲେ ପରିବାର ସହମତିରେ ଗୋପନରେ କରାଯାଉଛି। ବିଶେଷକରି ଯେଉଁ ପରିବାର ଏହି ବାଲ୍ୟ ବିବାହ ଉଦ୍ୟମ କରୁଛନ୍ତି, ସେମାନେ ଆର୍ଥିକ ଦୁର୍ବଳ ଶ୍ରେଣୀର। ଅନେକ ସମୟରେ ସ୍ଥାନୀୟ ଦଲାଲଙ୍କ ସହାୟତାରେ ପରିବାର ଲୋକମାନେ ନାବାଳିକାଙ୍କୁ ଉତ୍ତର ପ୍ରଦେଶର ଝାନସୀ , ମଥୁରା , ବୃନ୍ଦାବନ , ବାରାଣସୀ, ଆଗ୍ରା ଓ କୋଲକାତା, ମୁର୍ଶିିଦାବାଦ ଆଦି ଅଞ୍ଚଳର ବୟସ୍କ ଲୋକମାନଙ୍କ ସହ ବିବାହ କରାଯାଉଥିବା ନଜିର ରହିଛି। ସେଠାରେ ମଧ୍ୟ ନାବାଳିକା ଝିଅମାନେ ମାତୃତ୍ୱ ଲାଭ କରିବା ପରେ ଶାରୀରିକ ଓ ମାନସିକ ନିର୍ଯାତନା ସହି ନ ପାରି ନିଜ ବାପ ଘରକୁ ଫେରୁଥିବା ନଜିର ରହିଛି। ୨୦୧୭ ମସିହାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଡିଭିଜନ ବେଞ୍ଚ ନାବାଳିକା ବିବାହ ଶୁଣାଣି କରି ମତ ରଖିଥିଲେ, ନାବାଳିକାଙ୍କ ସହ ବିବାହ କରିବା ଏକ ଧର୍ତ୍ତବ୍ୟ ଅପରାଧ। ନାବାଳିକା ବିବାହ କରିବା ଓ ଶାରୀରିକ ଯୌନ ସମ୍ପର୍କ ରଖିବା ଏହା ଏକ ବଳାତ୍କାର ମାମଲା ଭାବେ ଗ୍ରହଣ କରାଯିବ। ଆଇନ ଅନୁସାରେ ଆପରାଧିକ ବିବେଚନା କରାଯିବ। ଏହି ମାମଲାରେ(ପୋକ୍ସୋ ) ଆଇନ ରୁଜୁ କରିବା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶ ରହିଛି। ଏହି ମାମଲାରେ ଜଡିତ ଥିବା ଲୋକଙ୍କୁ କଠୋର ଦଣ୍ଡ ଦେବାର ପ୍ରାବଧାନ ରହିଛି। ଏହାକୁ କଡ଼ାକଡ଼ି ପାଳନ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷରେ ନାବାଳିକା ଝିଅମାନେ ବିବାହ ପରେ ଗର୍ଭ ଧାରଣ କଲେ ମା’ ଓ ଶିଶୁ ପ୍ରତି ବିପଦ ରହିଛି। ଏଏଥିଯୋଗୁ ମା’ ଓ ଶିଶୁଙ୍କର ମୃତ୍ୟୁ ଆଶଙ୍କା ରହିଛି। ବିଶେଷ କରି ବ୍ଲକର ବତିଘର, ଖରିନାସି, ରାମନଗର, ପେଟଚ୍ଛେଲା, ବଉଳକଣି, ଜମ୍ବୁ, କେବିଦାଣ୍ଡୁଆ, ନାଞ୍ଜୁରା, ସୁନିତି, ଗୋଗୁଆ ଆଦି ପଞ୍ଚାୟତରେ ବହୁଳ ମାତ୍ରାରେ ନାବାଳିକା ବିବାହ ବୃଦ୍ଧି ପାଉଛି।
The post ଗୋପନରେ ଚାଲିଛି ବାଲ୍ୟବିବାହ, ରାଜ୍ୟ ବାହାରକୁ ଯାଉଛନ୍ତି ଝିଅ appeared first on Dharitri Odia News.