ସପ୍ତମ ବାଟାଲିୟନ କ୍ୟାମ୍ପସରେ ଝୁଲୁଛି ଯବାନଙ୍କ ମୃତଦେହ: ଚାଲିଛି ଖୋଳତାଡ଼
ଭୁବନେଶ୍ୱର,୧୨।୭: ଭୁବନେଶ୍ୱର ସପ୍ତମ ବାଟାଲିୟନ କ୍ୟାମ୍ପସରୁ ଜଣେ ଯବାନଙ୍କ ଝୁଲନ୍ତା ମୃତଦେହ ବୁଧବାର ଜବତ ହୋଇଛି। ମୃତ ଯବାନ ଜଣଙ୍କ ହେଲେ ଦୁର୍ଯ୍ୟୋଧନ ମହାନ୍ତି। ଦୁର୍ଯ୍ୟୋଧନ୨୦୦୨ ବ୍ୟାଚର ସିପାହୀ ଥିଲେ । ଭୁବନେଶ୍ୱର ସପ୍ତମ ବାଟାଲିୟନ କ୍ୟାମ୍ପସରେ ଥିବା ଏକ ଗଛରେ ଦୁର୍ଯ୍ୟୋଧନଙ୍କ ମୃତଦେହ ଝୁଲୁଥିବା ନେଇ ପୋଲିସକୁ ଖବର ଦିଆଯାଇଥିଲା। ମୈତ୍ରୀ ବିହାର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଅନ୍ୟପକ୍ଷେ ଦୁର୍ଯ୍ୟୋଧନଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। […] The post ସପ୍ତମ ବାଟାଲିୟନ କ୍ୟାମ୍ପସରେ ଝୁଲୁଛି ଯବାନଙ୍କ ମୃତଦେହ: ଚାଲିଛି ଖୋଳତାଡ଼ appeared first on Dharitri Odia News.
ଭୁବନେଶ୍ୱର,୧୨।୭: ଭୁବନେଶ୍ୱର ସପ୍ତମ ବାଟାଲିୟନ କ୍ୟାମ୍ପସରୁ ଜଣେ ଯବାନଙ୍କ ଝୁଲନ୍ତା ମୃତଦେହ ବୁଧବାର ଜବତ ହୋଇଛି। ମୃତ ଯବାନ ଜଣଙ୍କ ହେଲେ ଦୁର୍ଯ୍ୟୋଧନ ମହାନ୍ତି। ଦୁର୍ଯ୍ୟୋଧନ୨୦୦୨ ବ୍ୟାଚର ସିପାହୀ ଥିଲେ ।
ଭୁବନେଶ୍ୱର ସପ୍ତମ ବାଟାଲିୟନ କ୍ୟାମ୍ପସରେ ଥିବା ଏକ ଗଛରେ ଦୁର୍ଯ୍ୟୋଧନଙ୍କ ମୃତଦେହ ଝୁଲୁଥିବା ନେଇ ପୋଲିସକୁ ଖବର ଦିଆଯାଇଥିଲା। ମୈତ୍ରୀ ବିହାର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଅନ୍ୟପକ୍ଷେ ଦୁର୍ଯ୍ୟୋଧନଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ପୋଲିସ ଖୋଳତାଡ଼ କରୁଛି।
The post ସପ୍ତମ ବାଟାଲିୟନ କ୍ୟାମ୍ପସରେ ଝୁଲୁଛି ଯବାନଙ୍କ ମୃତଦେହ: ଚାଲିଛି ଖୋଳତାଡ଼ appeared first on Dharitri Odia News.