ଉଡ଼ାଣରେ ବିଳମ୍ୱ ହେଲେ ଏବେ ବିମାନରୁ ବାହାରକୁ ଆସିପାରିବେ ଯାତ୍ରୀ, ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ: ଉଡାଣରେ ବିଳମ୍ୱ ହେଲେ ଯାତ୍ରୀ ଏବେ ବିମାନରୁ ବାହାରକୁ ଆସିପାରିବେ । ଏଥିପାଇଁ ବିମାନ ସୁରକ୍ଷା ନିରୀକ୍ଷଣ ସଂସ୍ଥା ନୂଆ ନିର୍ଦ୍ଦେଶ ଜାରି କରିଛି । ଏହା ଅନୁସାରେ ଯାତ୍ରୀ ବିମାନରେ ବସିବା ପରେ ଉଡାଣରେ ବିଳମ୍ୱ ହେବା ସ୍ଥଳେ ଯାତ୍ରୀଙ୍କୁ ବିମାନ ବନ୍ଦରର ପ୍ରସ୍ଥାନ ଦ୍ୱାର ଜରିଆରେ ବାହାରକୁ ଯିବା ପାଇଁ ଅନୁମତି ଦିଆଯିବ ।ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ ସିକ୍ୟୁରିଟି ମହାନିର୍ଦ୍ଦେଶକ ଜୁଲ୍ଫିକାର ହସନ କହିଛନ୍ତି ଯେ ନୂଆ ନିର୍ଦ୍ଦେଶ ମାର୍ଚ୍ଚ ୩୦ରୁ ଏୟାରଲାଇନ କମ୍ପାନି ଏବଂ ବିମାନ ବନ୍ଦର ପରିଚାଳକଙ୍କୁ ଜାରି କରାଯାଇଥିଲା ଏବଂ ଏବେ ଏହା ଲାଗୁ ହୋଇଛି । ସେ କହିଛନ୍ତି ଯେ ଏହି ମାର୍ଗଦର୍ଶିକା ଯାତ୍ରୀଙ୍କ ଅସୁବିଧାକୁ କମ କରିବାରେ ଉପଯୋଗୀ ହେବ ଏବଂ ବିମାନରେ ବସିବା ପରେ ଦୀର୍ଘ ସମୟ ଧରି ବସି ରହିବାକୁ ପଡ଼ିବ ନାହିଁ । ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ ସିକ୍ୟୁରିଟିର ଏହି ନିର୍ଦ୍ଦେଶ ବିମାନ ବନ୍ଦରରେ ବଢୁଥିବା ଭିଡ଼ ଏବଂ ଉଡାଣରେ ବିଳମ୍ୱ ମାମଲାକୁ ଦେଖି ଦିଆଯାଇଛି । ଅନେକ ଥର ଯାତ୍ରୀ ବିମାନରେ ବସିବା ପରେ ଦୀର୍ଘ ସମୟ ଯାଏ ଫସି ରହିଥାନ୍ତି । ତେବେ ନୂଆ ନିୟମ ପରେ ଏବେ ଉଡାଣରେ ଅଧିକ ବିଳମ୍ୱ ଏବଂ ଅନ୍ୟ ଜରୁରୀ ସ୍ଥିତି ମାମଲାରେ ଯାତ୍ରୀଙ୍କୁ ସମ୍ୱନ୍ଧିତ ବିମାନ ବନ୍ଦରର ପ୍ରସ୍ଥାନ ଦ୍ୱାରରୁ ବାହାରକୁ ଯିବା ପାଇଁ ଅନୁମତି ଦିଆଯିବ । ପଢନ୍ତୁ:ମେକ୍ ଇନ୍ ଇଣ୍ଡିଆର ପ୍ରଭାବ, ଆୟ ମାମଲାରେ ରେକର୍ଡ ଭାଙ୍ଗିଲା HA

ଉଡ଼ାଣରେ ବିଳମ୍ୱ ହେଲେ ଏବେ ବିମାନରୁ ବାହାରକୁ ଆସିପାରିବେ ଯାତ୍ରୀ, ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ: ଉଡାଣରେ ବିଳମ୍ୱ ହେଲେ ଯାତ୍ରୀ ଏବେ ବିମାନରୁ ବାହାରକୁ ଆସିପାରିବେ । ଏଥିପାଇଁ ବିମାନ ସୁରକ୍ଷା ନିରୀକ୍ଷଣ ସଂସ୍ଥା ନୂଆ ନିର୍ଦ୍ଦେଶ ଜାରି କରିଛି । ଏହା ଅନୁସାରେ ଯାତ୍ରୀ ବିମାନରେ ବସିବା ପରେ ଉଡାଣରେ ବିଳମ୍ୱ ହେବା ସ୍ଥଳେ ଯାତ୍ରୀଙ୍କୁ ବିମାନ ବନ୍ଦରର ପ୍ରସ୍ଥାନ ଦ୍ୱାର ଜରିଆରେ ବାହାରକୁ ଯିବା ପାଇଁ ଅନୁମତି ଦିଆଯିବ ।

ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ ସିକ୍ୟୁରିଟି ମହାନିର୍ଦ୍ଦେଶକ ଜୁଲ୍ଫିକାର ହସନ କହିଛନ୍ତି ଯେ ନୂଆ ନିର୍ଦ୍ଦେଶ ମାର୍ଚ୍ଚ ୩୦ରୁ ଏୟାରଲାଇନ କମ୍ପାନି ଏବଂ ବିମାନ ବନ୍ଦର ପରିଚାଳକଙ୍କୁ ଜାରି କରାଯାଇଥିଲା ଏବଂ ଏବେ ଏହା ଲାଗୁ ହୋଇଛି । ସେ କହିଛନ୍ତି ଯେ ଏହି ମାର୍ଗଦର୍ଶିକା ଯାତ୍ରୀଙ୍କ ଅସୁବିଧାକୁ କମ କରିବାରେ ଉପଯୋଗୀ ହେବ ଏବଂ ବିମାନରେ ବସିବା ପରେ ଦୀର୍ଘ ସମୟ ଧରି ବସି ରହିବାକୁ ପଡ଼ିବ ନାହିଁ । 

ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ ସିକ୍ୟୁରିଟିର ଏହି ନିର୍ଦ୍ଦେଶ ବିମାନ ବନ୍ଦରରେ ବଢୁଥିବା ଭିଡ଼ ଏବଂ ଉଡାଣରେ ବିଳମ୍ୱ ମାମଲାକୁ ଦେଖି ଦିଆଯାଇଛି । ଅନେକ ଥର ଯାତ୍ରୀ ବିମାନରେ ବସିବା ପରେ ଦୀର୍ଘ ସମୟ ଯାଏ ଫସି ରହିଥାନ୍ତି । ତେବେ ନୂଆ ନିୟମ ପରେ ଏବେ ଉଡାଣରେ ଅଧିକ ବିଳମ୍ୱ ଏବଂ ଅନ୍ୟ ଜରୁରୀ ସ୍ଥିତି ମାମଲାରେ ଯାତ୍ରୀଙ୍କୁ ସମ୍ୱନ୍ଧିତ ବିମାନ ବନ୍ଦରର ପ୍ରସ୍ଥାନ ଦ୍ୱାରରୁ ବାହାରକୁ ଯିବା ପାଇଁ ଅନୁମତି ଦିଆଯିବ । 

ପଢନ୍ତୁ:ମେକ୍ ଇନ୍ ଇଣ୍ଡିଆର ପ୍ରଭାବ, ଆୟ ମାମଲାରେ ରେକର୍ଡ ଭାଙ୍ଗିଲା HAL

ଜୁଲ୍ଫିକାର ହସନ କହିଛନ୍ତି ଯେ ବିମାନ ବନ୍ଦରେ ଭିଡ଼ର ମୁକାବିଲା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ବିମାନ ବନ୍ଦରରେ ସ୍ମାର୍ଟ ସୁରକ୍ଷା ଲେନ୍ ମଧ୍ୟ ସ୍ଥାପନ କରାଯିବ । ଉଲ୍ଲେଖଯୋଗ୍ୟ ଯେ ଦେଶରେ ଘରୋଇ ବିମାନ ଯାତାୟତ ଲଗାତାର ବଢୁଛି ଏବଂ ପ୍ରତିଦିନ ପ୍ରାୟ ୩୫୦୦ ଉଡାଣ ସଂଚାଳିତ କରାଯାଉଛି ।