ଉତ୍କଟ ହେବ ବିଜୁଳି ସଂକଟ : ୨୦୨୭ରେ ଭାରତ ପାଇଁ ବଡ଼ ଆହ୍ବାନ
ନୂଆଦିଲ୍ଲୀ : ୨୦୨୭ ବେଳକୁ ଭାରତରେ ଭୟଙ୍କର ବିଜୁଳି ସମସ୍ୟା ଦେଖିବାକୁ ମିଳିବ। କାରଣ ଯେଉଁଭଳି ଭାବେ ଦେଶରେ ବିଜୁଳି ଖର୍ଚ୍ଚ ବଢ଼ୁଛି, ଖର୍ଚ୍ଚ ଅନୁସାରେ ଉତ୍ପାଦନ ନ ହେଲେ ୨୦୨୭ରେପରି ସ୍ଥିତି ବେଶ ଶୋଚନୀୟ ହୋଇପଡ଼ିବ। ଭାରତ କେବଳ କୋଇଲା ଦ୍ୱାରା ବିଦ୍ୟୁତ ଉତ୍ପାଦନ ଉପରେ ନିର୍ଭର କଲେ ଚଳିବନାହିଁ। ନବୀକରଣ ଯୋଗ୍ୟ ଶକ୍ତିର ଉତ୍ପାଦନ ନ ହେଲେ ଦେଶର ସ୍ଥିତି ଖରାପ ହୋଇଯିବ। ସନ୍ଧ୍ୟା ସମୟରେ ୨୦ରୁ ୪୦ ଗିଗାୱଟ ବିଜୁଳି ଅଭାବ ପଡ଼ିବ। ଏମିତିକି […]

ନୂଆଦିଲ୍ଲୀ : ୨୦୨୭ ବେଳକୁ ଭାରତରେ ଭୟଙ୍କର ବିଜୁଳି ସମସ୍ୟା ଦେଖିବାକୁ ମିଳିବ। କାରଣ ଯେଉଁଭଳି ଭାବେ ଦେଶରେ ବିଜୁଳି ଖର୍ଚ୍ଚ ବଢ଼ୁଛି, ଖର୍ଚ୍ଚ ଅନୁସାରେ ଉତ୍ପାଦନ ନ ହେଲେ ୨୦୨୭ରେପରି ସ୍ଥିତି ବେଶ ଶୋଚନୀୟ ହୋଇପଡ଼ିବ। ଭାରତ କେବଳ କୋଇଲା ଦ୍ୱାରା ବିଦ୍ୟୁତ ଉତ୍ପାଦନ ଉପରେ ନିର୍ଭର କଲେ ଚଳିବନାହିଁ। ନବୀକରଣ ଯୋଗ୍ୟ ଶକ୍ତିର ଉତ୍ପାଦନ ନ ହେଲେ ଦେଶର ସ୍ଥିତି ଖରାପ ହୋଇଯିବ।
ସନ୍ଧ୍ୟା ସମୟରେ ୨୦ରୁ ୪୦ ଗିଗାୱଟ ବିଜୁଳି ଅଭାବ ପଡ଼ିବ। ଏମିତିକି ବର୍ତ୍ତମାନ ଦେଶରେ ନିର୍ମାଣ ଚାଲିଥବା ସମସ୍ତ ତାପଜ ବିଦ୍ୟୁତ କେନ୍ଦ୍ର ଓ ଜଳବିଦ୍ୟୁତ କେନ୍ଦ୍ର ଯଦି ଯୋଜନା ମୁତାବିକ କାର୍ଯ୍ୟକ୍ଷମ ହୋଇଯାଏ ତେବେ ବି ଏହି ସମସ୍ୟା ଦେଖା ଦେବ ବୋଲି ବରକେଲେ କାଲିଫର୍ଣ୍ଣିଆ ୟୁନିଭର୍ସିଟିର ଭାରତୀୟ ଶକ୍ତି ଏବଂ ଜଳବାୟୁ କେନ୍ଦ୍ର(ଆଇସିସି) ଚେତାବନୀ ଜାରି କରିଛି। ଏଜେନ୍ସି ଆହୁରି ମଧ୍ୟ କହିଛି ଯେ ଯଦି ବିଦ୍ୟୁତ୍ ଚାହିଦା ବାର୍ଷିକ ୬ ପ୍ରତିଶତରୁ ଅଧିକ ହାରରେ ବଢ଼ି ଚାଲିବ ତେବେ ୨୦୨୭ ସୁଦ୍ଧା ଭାରତରେ ସନ୍ଧ୍ୟା ସମୟରୁ ବିଦ୍ୟୁତ୍ ଅଭାବ ଦେଖା ଦେବ। ବିଦ୍ୟୁତ ଅଭାବ ଦେଖା ଦେଲେ ଅଧିକ ସମୟ ବିଦ୍ୟୁତ କାଟ ଭଳି ସମସ୍ୟା ଉପୁଜିବ। ଭାରତ ଅନେକ ସମୟ ଅନ୍ଧାରରେ ରହିବ ବୋଲି କୁହାଯାଉଛି।
ଏପଟେ ଭାରତରେ ଯେଉଁଭଳି ଭାବେ ବିଦ୍ୟୁତ ଚାହିଦା ବଢ଼ୁଛି ତାହା ଚିନ୍ତାର ପକାଇଛି। ୨୦୨୩ ଭାରତରେ ବିଦ୍ୟୁତ ଚାହିଦା ୭ ପ୍ରତିଶତ ବଢ଼ିଥିଲା। ଯାହା ବିଶ୍ୱ ବିଦ୍ୟୁତ ଚାହିଦା ୨.୨ ପ୍ରତିଶତ ତୁଳନାରେ ବହୁତ ଅଧିକ ଥିଲା। ମେ ୨୦୧୯ ରୁ ୨୦୨୪ ମଧ୍ୟରେ ଭାରତର ବିଦ୍ୟୁତ ଖର୍ଚ୍ଚ ସବୁଠାରୁ ଅଧିକ ହୋଇଛି। ଏହି ସମୟ ମଧ୍ୟରେ ବିଦ୍ୟୁତ ଖର୍ଚ୍ଚ ୬୮ ଗିଗାୱିଟ ବୃଦ୍ଧି ପାଇଁ ୧୮୨ ଗିଗାୱାଟରୁ ୨୫୦ ଗିଗାୱାଟରେ ପହଞ୍ଚିଛି। ମେ ୩୦ ତାରିଖରେ ଦେଶରେ ଦିନ ୩ଟା ସମୟରେ ୨୫୦ ଗିଗାୱାଟର ବିଜୁଳି ଶକ୍ତିର ରେକର୍ଡ ଖର୍ଚ୍ଚ ହୋଇଥିଲା। ଫଳରେ ବାର୍ଷିକ ବିଦ୍ୟୁତ ଖର୍ଚ୍ଚ ହାର ୬.୫ ପ୍ରତିଶତ ହୋଇଛି।