ସି ଜିନପିଙ୍ଗଙ୍କୁ ନେଇ ବଢୁଛି ସନ୍ଦେହ, BRICSରେ ଯୋଗ ଦେବେନି ସ୍ପଷ୍ଟ କଲା ଚୀନ୍
ବେଜିଂ ୩।୭: ଚୀନ୍ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ ମିଡିଆ ବ୍ରିଫିଙ୍ଗରେ ସ୍ପଷ୍ଟ କରିଛନ୍ତି ଯେ ଏଥର ‘ବ୍ରିକସ୍’ରେ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗଦେବେନି । ମାଓ କହିଛନ୍ତି ଯେ ୫ରୁ ୮ ଜୁଲାଇ ପର୍ଯ୍ୟନ୍ତ ବ୍ରାଜିଲର ରିଓ-ଡି-ଜେନରିଓରେ ଅନୁଷ୍ଠିତ ହେବାକୁ ଯାଉଥିବା ୧୭ତମ ବ୍ରିକସ୍ ସମ୍ମିଳନୀରେ ଚୀନ୍ ପକ୍ଷରୁ ପ୍ରିମିୟର ଲି କିୟାଙ୍ଗ ଯୋଗ ଦେବେ। ତେବେ ଜିନପିଙ୍ଗ ତାଙ୍କ ୧୨ ବର୍ଷର କାର୍ଯ୍ୟକାଳରେ କେବେ ବ୍ରିକସ୍ କୁ ଟାଳି ନାହାନ୍ତି, ହେଲେ ଏଥର କାହିଁକି ବୋଲି ଗଣମାଧ୍ୟମ ପ୍ରଶ୍ନକୁ ମାଓ ଟାଳି ଯାଇଛନ୍ତି। ଗତ ଜୁନରେ ବେଲାରୁଷ ରାଷ୍ଟ୍ରପତିଙ୍କ ସହ ସି ଜିନପିଙ୍ଗଙ୍କୁ ଶେଷ ଥର ଦେଖାଯାଇଥିଲା। ଏବେ ବ୍ରିକସ୍ ଶିଖର ସମ୍ମିଳନୀରୁ ଜିନପିଙ୍ଗ ଦୂରେଇ ଯାଇଛନ୍ତି। ଗତ ୧୨ ବର୍ଷରେ ପ୍ରଥମ ଥର ଜିନପିଙ୍ଗ ବ୍ରିକସରୁ ନିଜକୁ ଦୂରଇ ରଖିଛନ୍ତି। ଏବେ ଚୀନ୍ ରେ ଜିନପିଙ୍ଗଙ୍କ କ୍ଷମତା ସେଣ୍ଟ୍ରାଲ ମିଲେଟ୍ରି କମିସନର ଫାର୍ଷ୍ଟ ଭାଇସ ଚେୟାରମ୍ୟାନ ଝାଙ୍ଗ ୟୁକ୍ସିୟାଙ୍କ ହାତକୁ ଯାଉଥିବା ଦେଖା ଯାଉଛି। ୟୁକ୍ସିୟାଙ୍କ ବ୍ୟତୀତ ଆଉ ଗୋଟିଏ ନାମ ମଧ୍ୟ ଏବେ ଚର୍ଚ୍ଚାରେ ରହିଛି। କେତେକ ରିପୋର୍ଟ ଅନୁସାରେ ଭେଙ୍ଗ ୟାଙ୍ଗ ମଧ୍ୟ ଜିନପିଙ୍ଗଙ୍କ ପଦର ମଜଭୁତ ଦାବିଦାର। ଅନ୍ୟ ନେତାଙ୍କ ତୁଳନାରେ ଟେକ୍ନୋକ୍ରାଟ ଭେଙ୍ଗ ଅଧିକ ଯୁବ ଓ ଅତ୍ୟନ୍ତ ଶାନ୍ତ ସ୍ୱଭାବର। ଏମିତିରେ ବି ଚୀନରେ ଶାସନ ପରିବର୍ତ୍ତନ ବେଶ୍ ଶାନ୍ତିରେ ଓ ବିନା କୌଣସି ରାଜନ
ବେଜିଂ ୩।୭: ଚୀନ୍ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ ମିଡିଆ ବ୍ରିଫିଙ୍ଗରେ ସ୍ପଷ୍ଟ କରିଛନ୍ତି ଯେ ଏଥର ‘ବ୍ରିକସ୍’ରେ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗଦେବେନି । ମାଓ କହିଛନ୍ତି ଯେ ୫ରୁ ୮ ଜୁଲାଇ ପର୍ଯ୍ୟନ୍ତ ବ୍ରାଜିଲର ରିଓ-ଡି-ଜେନରିଓରେ ଅନୁଷ୍ଠିତ ହେବାକୁ ଯାଉଥିବା ୧୭ତମ ବ୍ରିକସ୍ ସମ୍ମିଳନୀରେ ଚୀନ୍ ପକ୍ଷରୁ ପ୍ରିମିୟର ଲି କିୟାଙ୍ଗ ଯୋଗ ଦେବେ। ତେବେ ଜିନପିଙ୍ଗ ତାଙ୍କ ୧୨ ବର୍ଷର କାର୍ଯ୍ୟକାଳରେ କେବେ ବ୍ରିକସ୍ କୁ ଟାଳି ନାହାନ୍ତି, ହେଲେ ଏଥର କାହିଁକି ବୋଲି ଗଣମାଧ୍ୟମ ପ୍ରଶ୍ନକୁ ମାଓ ଟାଳି ଯାଇଛନ୍ତି।
ଗତ ଜୁନରେ ବେଲାରୁଷ ରାଷ୍ଟ୍ରପତିଙ୍କ ସହ ସି ଜିନପିଙ୍ଗଙ୍କୁ ଶେଷ ଥର ଦେଖାଯାଇଥିଲା। ଏବେ ବ୍ରିକସ୍ ଶିଖର ସମ୍ମିଳନୀରୁ ଜିନପିଙ୍ଗ ଦୂରେଇ ଯାଇଛନ୍ତି। ଗତ ୧୨ ବର୍ଷରେ ପ୍ରଥମ ଥର ଜିନପିଙ୍ଗ ବ୍ରିକସରୁ ନିଜକୁ ଦୂରଇ ରଖିଛନ୍ତି। ଏବେ ଚୀନ୍ ରେ ଜିନପିଙ୍ଗଙ୍କ କ୍ଷମତା ସେଣ୍ଟ୍ରାଲ ମିଲେଟ୍ରି କମିସନର ଫାର୍ଷ୍ଟ ଭାଇସ ଚେୟାରମ୍ୟାନ ଝାଙ୍ଗ ୟୁକ୍ସିୟାଙ୍କ ହାତକୁ ଯାଉଥିବା ଦେଖା ଯାଉଛି। ୟୁକ୍ସିୟାଙ୍କ ବ୍ୟତୀତ ଆଉ ଗୋଟିଏ ନାମ ମଧ୍ୟ ଏବେ ଚର୍ଚ୍ଚାରେ ରହିଛି।
କେତେକ ରିପୋର୍ଟ ଅନୁସାରେ ଭେଙ୍ଗ ୟାଙ୍ଗ ମଧ୍ୟ ଜିନପିଙ୍ଗଙ୍କ ପଦର ମଜଭୁତ ଦାବିଦାର। ଅନ୍ୟ ନେତାଙ୍କ ତୁଳନାରେ ଟେକ୍ନୋକ୍ରାଟ ଭେଙ୍ଗ ଅଧିକ ଯୁବ ଓ ଅତ୍ୟନ୍ତ ଶାନ୍ତ ସ୍ୱଭାବର। ଏମିତିରେ ବି ଚୀନରେ ଶାସନ ପରିବର୍ତ୍ତନ ବେଶ୍ ଶାନ୍ତିରେ ଓ ବିନା କୌଣସି ରାଜନୈତିକ ହଟଚମଟରେ ହୋଇଥାଏ। ଏଥର ମଧ୍ୟ ସେଇଆ ହେବାକୁ ଯାଉଥିବା ଏବେ ଅନୁମାନ କରାଯାଉଛି। ୨୦୧୨ରେ ଚୀନର ସବୁଠୁ ବଡ଼ ନେତାରେ ପରିଣତ ହୋଇଥିବା ଜିନପିଙ୍ଗ ଏବେ ୭୨ ବର୍ଷ ବୟସରେ ପାଦ ଦେଇଛନ୍ତି। ୨୦୧୩ରେ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ଡୋରି ଧରିବା ପରଠାରୁ ଜିନପିଙ୍ଗ ଲଗାତାର ଖବରରେ ଅଛନ୍ତି।
ଚୀନରେ ଏପରି ଅନେକ ଅବସର ଆସିଛି ଯେଉଁଥିରେ ରାଷ୍ଟ୍ରପତି ନିଶ୍ଚିତ ମହଜୁଦ ଥାନ୍ତି। ହେଲେ ଏବେ ଜିନପିଙ୍ଗ ପିକଚରରୁ ପୁରା ଆଉଟ୍ ହୋଇଯାଇଛନ୍ତି। ନା ତ ଚୀନ ସରକାରୀ ସମ୍ବାଦପତ୍ରରେ ଜିନପିଙ୍ଗଙ୍କ କୌଣସି ଫଟୋ ଛପିଛି ନା ତାଙ୍କୁ ନେଇ କୌଣସି ବଡ଼ ଖବର ହୋଇଛି। ଏବେ ଜିନପିଙ୍ଗ ଅଚାନକ ଉଭାନ ହୋଇଯିବା ପାର୍ଟିରେ କ୍ଷମତା ପରିବର୍ତ୍ତନର ଅଟକଳ ଆରମ୍ଭ ହୋଇଯାଇଛି। ଏମିତିରେ ଚୀନରେ ଯେବେ ବି ଶାସନ ପରିବର୍ତ୍ତନ ହୋଇଛି ଆରମ୍ଭରେ ନେତାଙ୍କ ନାମ ଉପରେ ନିଷ୍ପତ୍ତି ହୁଏ ପୁଣି ନେତାଙ୍କ ଛବି ଅଚାନକ ବଦଳି ଯାଏ।
ଜିନପିଙ୍ଗଙ୍କ ପୂର୍ବରୁ ହୁ ଜିନ୍ତାଓ ଚୀନ ରାଷ୍ଟ୍ରପତି ଥିଲେ। ୨୦୨୨ ମସିହାରେ କମ୍ୟୁନିଷ୍ଟ ପାର୍ଟିର ଏକ କାର୍ଯ୍ୟକ୍ରମରେ ଜିନପିଙ୍ଗ ଓ ଜିନ୍ତାଓ ଏକାଠି ବସିଥିଲେ। ସେଠାରୁ ଅଚାନକ ଜିନ୍ତାଓଙ୍କୁ ବଳପୂର୍ବକ ଉଠାଇ ନିଆଯାଇଥିଲା। ଜିନପିଙ୍ଗଙ୍କ ଆଖି ସାମ୍ନାରେ ଘଟଣା ଘଟୁଥିଲା ହେଲେ ଏଥିରେ ସେ ସାମାନ୍ୟତମ ପ୍ରତିକ୍ରିୟା ମଧ୍ୟ କରି ନଥିଲେ। ପରେ ଖବର ଆସିଥିଲା ଯେ ଜିନ୍ତାଓ ଅସୁସ୍ଥ ହୋଇପଡିଛନ୍ତି। ଏଥିରେ ଏବେ ଅଚାନକ ଜିନପିଙ୍ଗ ପର୍ଦ୍ଦାରୁ ଉଭାନ ହୋଇଯାଇଛନ୍ତି। ଏବେ ସେ ଅସୁସ୍ଥ ନା ଇତିହାସ ପୁଣି ଦୋହରାଯାଉଛି ଏହା ଆଗାମୀ କିଛି ଦିନରେ ସ୍ପଷ୍ଟ ହୋଇଯିବ।