ଉତ୍କର୍ଷ ଓଡିଶା କନକ୍ଲେଭ; ୫ ଲକ୍ଷର ପୁଞ୍ଜିନିବେଶ ଆଶା

ଭୁବନେଶ୍ୱର:ଉତ୍କର୍ଷ ଓଡିଶା–ମେକ୍ ଇନ୍ ଓଡିଶା କନ୍କ୍ଲେଭ୍ ୨୦୨୫। ଭୁବନେଶ୍ୱରର ଜନତା ମଇଦାନରେ ତିନି ଦିନ ଧରି ଆୟୋଜିତ ହେବ ଉତ୍କର୍ଷ ଓଡିଶା ପୁଂଜିନିବେଶ ଶିଖର ସମ୍ମିଳନୀ। ୨୦୨୫ ଜାନୁଆରୀ ୨୮ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ସମ୍ମିଳନୀ। ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ର ପ୍ରାଥମିକ ଲକ୍ଷ୍ୟ ହେଉଛି ଉଭୟ ପାରମ୍ପରିକ ଏବଂ ଯୁଗୋପଯୋଗୀ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଓଡିଶାର ଅଗ୍ରଣୀ ଭୂମିକାକୁ ଏହି ସମ୍ମିଳନୀ ମାଧ୍ୟମରେ ଗୁରୁତ୍ୱ ଦେବା। ଏଥିସହିତ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, […]

ଉତ୍କର୍ଷ ଓଡିଶା କନକ୍ଲେଭ; ୫ ଲକ୍ଷର ପୁଞ୍ଜିନିବେଶ ଆଶା

ଭୁବନେଶ୍ୱର:ଉତ୍କର୍ଷ ଓଡିଶା–ମେକ୍ ଇନ୍ ଓଡିଶା କନ୍କ୍ଲେଭ୍ ୨୦୨୫। ଭୁବନେଶ୍ୱରର ଜନତା ମଇଦାନରେ ତିନି ଦିନ ଧରି ଆୟୋଜିତ ହେବ ଉତ୍କର୍ଷ ଓଡିଶା ପୁଂଜିନିବେଶ ଶିଖର ସମ୍ମିଳନୀ।
୨୦୨୫ ଜାନୁଆରୀ ୨୮ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ସମ୍ମିଳନୀ। ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ର ପ୍ରାଥମିକ ଲକ୍ଷ୍ୟ ହେଉଛି ଉଭୟ ପାରମ୍ପରିକ ଏବଂ ଯୁଗୋପଯୋଗୀ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଓଡିଶାର ଅଗ୍ରଣୀ ଭୂମିକାକୁ ଏହି ସମ୍ମିଳନୀ ମାଧ୍ୟମରେ ଗୁରୁତ୍ୱ ଦେବା।
ଏଥିସହିତ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଶିଳ୍ପୋନ୍ନତ ତଥା ଅନ୍ତର୍ଭୁକ୍ତୀକରଣ ରାଜ୍ୟରେ ପରିଣତ କରିବା ନେଇ ପ୍ରକାଶ କରିଛନ୍ତି ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ ପ୍ରମୁଖ ଯୋଗ ଦେବେ।