ରାସ୍ତା ମଝିରେ ଜଳିଗଲା ବ୍ୟାଟେରୀ ଚାଳିତ ସ୍କୁଟି, ଅଳ୍ପକେ ବର୍ତ୍ତିଲେ ବାପା ଓ ପୁଅ…

ଜଟଣୀ: ଜଟଣୀ ଥାନା ଅନ୍ତର୍ଗତ କାର୍ମେଲ ସ୍କୁଲ୍ ନିକଟରେ ଏକ ବ୍ୟାଟେରୀ ଚାଳିତ ଗାଡ଼ିରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ଘଟଣାରେ ବାପ ଓ ପୁଅ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାରେ ସକ୍ଷମ ହୋଇଥିବା ବେଳେ ଗାଡ଼ିଟି ପୋଡ଼ି ପାଉଁଶ ହୋଇଯାଇଛି। ସୂଚନାଯୋଗ୍ୟ ଯେ, ଆଜି ମଧ୍ୟାହ୍ନ ସମୟରେ ସ୍କୁଟି ଚାଳକ ଦୀନବନ୍ଧୁ ବଳିଆର ସିଂହ ନିଜ ପୁଅକୁ ବିଦ୍ୟାଳୟରୁ ଆଣି ଘରକୁ ଫେରୁଥିଲେ। […]

ରାସ୍ତା ମଝିରେ ଜଳିଗଲା ବ୍ୟାଟେରୀ ଚାଳିତ ସ୍କୁଟି, ଅଳ୍ପକେ ବର୍ତ୍ତିଲେ ବାପା ଓ ପୁଅ…
Untitled 1 38

ଜଟଣୀ: ଜଟଣୀ ଥାନା ଅନ୍ତର୍ଗତ କାର୍ମେଲ ସ୍କୁଲ୍ ନିକଟରେ ଏକ ବ୍ୟାଟେରୀ ଚାଳିତ ଗାଡ଼ିରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ଘଟଣାରେ ବାପ ଓ ପୁଅ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାରେ ସକ୍ଷମ ହୋଇଥିବା ବେଳେ ଗାଡ଼ିଟି ପୋଡ଼ି ପାଉଁଶ ହୋଇଯାଇଛି।

ସୂଚନାଯୋଗ୍ୟ ଯେ, ଆଜି ମଧ୍ୟାହ୍ନ ସମୟରେ ସ୍କୁଟି ଚାଳକ ଦୀନବନ୍ଧୁ ବଳିଆର ସିଂହ ନିଜ ପୁଅକୁ ବିଦ୍ୟାଳୟରୁ ଆଣି ଘରକୁ ଫେରୁଥିଲେ। ଏହି ସମୟରେ ଖୋର୍ଦ୍ଧା-ଜଟଣୀ ବାଇପାସ୍ ରାସ୍ତାର କାର୍ମେଲ ସ୍କୁଲ୍ ନିକଟରେ ହଠାତ୍ ସ୍କୁଟିରୁ ଧୂଆଁ ବାହାରିଥିଲା। ଦିନବନ୍ଧୁ ଓ ତାଙ୍କ ପୁଅ ଭୟଭୀତ ଅବସ୍ଥାରେ ଗାଡ଼ି ରାସ୍ତାରେ ଛାଡ଼ି ଦୂରକୁ ଦୌଡ଼ି ପଳାଇଥିଲେ। ସଙ୍ଗେ ସଙ୍ଗେ ସ୍କୁଟିଟି ଜଳିବାକୁ ଲାଗିଥିଲା। ଏ ନେଇ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ସ୍କୁଟି ଗାଡ଼ିଟି ସଂପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା।