ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ 178 ତମ ଜନ୍ମ ଜୟନ୍ତୀ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଙ୍ଘ କାର୍ଯ୍ୟାଳୟ ଠାରେ ଆମ ଓଡିଶା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସ୍ୱାଭିମାନ ଦିବସ ପାଳନ କରାଯାଇଥିଲା l ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୮ ତମ ଜନ୍ମ ଦିବସ ପାଳନ କାର୍ଯ୍ୟକ୍ରମ ରେ ସମ୍ବାଦ ସାହିତ୍ୟ ଘର ବୀରମହାରାଜପୁର ସଭାପତି ଡ଼କ୍ଟର ଦ୍ବିତିକୃଷ୍ଣ ପଣ୍ଡା ସଭାପତିତ୍ବ କରିଥିବାବେଳେ, ଶିକ୍ଷାବିତ କୃଷ୍ଣ ଚନ୍ଦ୍ର ପାଢ଼ୀ ମୁଖ୍ୟ ଅତିଥି, ଭୂଷଣ କୁମାର ପାତ୍ର ମୁଖ୍ୟ […] The post ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ 178 ତମ ଜନ୍ମ ଜୟନ୍ତୀ ପାଳିତ appeared first on Odisha.News.

ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ 178 ତମ ଜନ୍ମ ଜୟନ୍ତୀ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଙ୍ଘ କାର୍ଯ୍ୟାଳୟ ଠାରେ ଆମ ଓଡିଶା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସ୍ୱାଭିମାନ ଦିବସ ପାଳନ କରାଯାଇଥିଲା l ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୮ ତମ ଜନ୍ମ ଦିବସ ପାଳନ କାର୍ଯ୍ୟକ୍ରମ ରେ ସମ୍ବାଦ ସାହିତ୍ୟ ଘର ବୀରମହାରାଜପୁର ସଭାପତି ଡ଼କ୍ଟର ଦ୍ବିତିକୃଷ୍ଣ ପଣ୍ଡା ସଭାପତିତ୍ବ କରିଥିବାବେଳେ, ଶିକ୍ଷାବିତ କୃଷ୍ଣ ଚନ୍ଦ୍ର ପାଢ଼ୀ ମୁଖ୍ୟ ଅତିଥି, ଭୂଷଣ କୁମାର ପାତ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ମଧୁବାବୁ ଙ୍କ ନୀତି ଆଦର୍ଶ ରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ବରିଷ୍ଠ ସାମ୍ବାଦିକ କିଶୋର ହୋତା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ, ସମ୍ବାଦ ର ପ୍ରତିନିଧି ରାଧାକାନ୍ତ ବାଘ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜ୍ଞାନେନ୍ଦ୍ର ତ୍ରିପାଠୀ, ପଙ୍କଜ ଖମାରି ପ୍ରମୁଖ ମଧୁବାବୁ ଙ୍କ ସୃତି ଚାରଣ କରିଥିଲେ l ବରିଷ୍ଠ ନାଗରିକ ସଂଘ ର ଉପ ସଭାପତି ସୌମିତ୍ରି ମେହେର , ସମ୍ପାଦକ ସନ୍ତୋଷ ଷଡ଼ଙ୍ଗୀ, ଗୋପୀନାଥ ମହାକୁର, ବଳରାମ କାଣ୍ଡ , ବାସୁଦେବ ପଣ୍ଡା , ଦିଲ୍ଲିପ କୁମାର ମିଶ୍ର , ମାନଭଞ୍ଜନ ମିଶ୍ର , ଶ୍ଯାମ ସେଠୀ , ସୁରୁସାହୁ , ଭଗବାନ ମିଶ୍ର, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ l ଶେଷରେ ସଂଗଠନର କୋଷାଧକ୍ଷ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ I

The post ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ 178 ତମ ଜନ୍ମ ଜୟନ୍ତୀ ପାଳିତ appeared first on Odisha.News.